ଏତିକି ଭୋଟ୍ ପଛରେ ଅଛନ୍ତି ଦ୍ରୌପଦୀ (Draupadi Murmu) ! ଜିତିବା ପାଇଁ ଆଉ ଦରକାର କେତେ ଭୋଟ ଦେଖନ୍ତୁ ଏହି Special Report

ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟ ମୂଲ୍ୟ ହେଉଛି 10 ଲକ୍ଷ 86 ହଜାର 431 । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ମୋଟ ମୂଲ୍ୟର ଅଧା, ଯୁକ୍ତ ଏକ ଭୋଟ ମୂଲ୍ୟ ଆବଶ୍ୟକ । ଅର୍ଥାତ ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ 5 ଲକ୍ଷ 43 ହଜାର 216 ଭୋଟ ମୂଲ୍ୟ ଦରକାର । ବିଜେପି ନେତୃତ୍ଵାଧିନ ଏନଡିଏ ପାଖରେ ରହିଛି ମୋଟ 5 ଲକ୍ଷ 26 ହଜାର ଭୋଟ ମୂଲ୍ୟ । ଅର୍ଥାତ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଜିତିବା ପାଇଁ ଅତିରିକ୍ତ 13 ହଜାର ଭୋଟ ମୂଲ୍ୟ ଜରୁରୀ ।

ଭୋଟ୍ ଏବଂ ଭୋଟ୍ ମୂଲ୍ୟକୁ ନେଇ ଯଦି ଆପଣଙ୍କ ମନରେ ଦ୍ବନ୍ଦ ଆସୁଛି, ଆମେ ସୂଚାଇ ଦେବାକୁ ଚାହିଁବୁ ଯେ, ସାଧାରଣ ନିର୍ବାଚନ ଭଳି ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ନୁହେଁ ବରଂ ଭୋଟ୍ ମୂଲ୍ୟ ଅନୁସାରେ ଗଣନା କରାଯାଏ । କାରଣ, ରାଷ୍ଟପ୍ରତି ଲୋକଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ହେବା ବଦଳରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ଭୋଟରେ ନିର୍ବାଚିତ ହୁଅନ୍ତି ।

ତେଣୁ ସାଂସଦ ଏବଂ ବିଧାୟକଙ୍କ ଭୋଟକୁ ଜନସଂଖ୍ୟା ଅନୁସାରେ ଆକଳନ କରାଯାଇ ଭୋଟ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଏ ।ଏବେ ଦେଖିବା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ଭୋଟ ଗଣତିର ସଂଖ୍ୟା ଉପରେ । ବିଜେପି ନେତୃତ୍ଵାଧୀନ ଏନଡିଏ ପାଖରେ ମୋଟ 5 ଲକ୍ଷ 26 ହଜାର ଭୋଟ ମୂଲ୍ୟ ରହିଛି । ଏହାର ଅର୍ଥ ହେଉଛି ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଜିତିବା ପାଇଁ ଅତିରିକ୍ତ 13 ହଜାର ଭୋଟର ଆବଶ୍ୟକତା ରହିଛି ।

କିନ୍ତୁ ଜେଡିୟୁ, ଏନସିପି, ଏ ଆଇ ଏଡି ଏମ କେ, ଏମ ଏନ ଏଫ, ଏନ ପି ଏଫ ଭଳି କିଛି ଦଳ ବିଜେପିର ହାତ ଛାଡି ଦେଇଛନ୍ତି । ତେଣୁ ଦ୍ରୌପଦୀ ମୁର୍ମୁଙ୍କ ଭଳି ଜଣେ ଆଦିବାସୀ ଓ ଦକ୍ଷ ମହିଳାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ବିପକ୍ଷରେ ଥିବା କିଛି ଦଳ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି ।

ବହୁଜନ ସମାଜବାଦୀ ପାର୍ଟିରେ ଥିବା ମାତା ବତୀ, ବିଜେଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୁରେନ ଏବଂ ଆଇଏସଆର କଂଗ୍ରେସ ଭଳି ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ଏହି ସବୁ ଦଳ ସମର୍ଥନ ଦେଲେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ହେବା ସମ୍ଭାବନା ବଢି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *