କେନ୍ଦ୍ରାପଡ଼ାରୁ ମିଳିଲାନି ଟିକେଟ, ହେଲେ ଏବେ କାମ କରିବ Anubhav ଙ୍କ ନୂଆ ପ୍ଲାନ ! Anubhav Mohanty

ଅନୁଭବଙ୍କର କ’ଣ ରହିଛି ନୂଆ ପ୍ଳାନ ? ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜେଡି ପାର୍ଟି ଅଣଦେଖା କରୁଛି ବୋଲି ଚର୍ଚା ଜୋର ଧରିଛି । ଫିଲ୍ମ ଇଣ୍ଡଷ୍ଟ୍ରି ଭଳି ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ଅନୁଭବ ରାଜନୀତିରେ ପାଦ ଦେଇଥିଲେ । କେନ୍ଦ୍ରପଡାର ସାଂସଦ ହୋଇ ସଂସଦରେ ରାଜ୍ୟର ଅନେକ ପ୍ରସଙ୍ଗ ଉଠାଇ ଥିଲେ । ହେଲେ ବର୍ତ୍ତମାନ ବିଜେଡିର ଗୋଟିଏ ପରେ ଗୋଟିଏ ନେତା ବିଜେଡିକୁ ଛାଡି ବିଜେପିରେ ମିଶୁଛନ୍ତି ।

ଏହି ସମୟରେ ଅନୁଭବ କଣ ନିଷ୍ପତ୍ତି ନେବେ ସେହି କଥାର ଚର୍ଚା ଜୋର ଧରିଛି । ଲୋକ ମାନଙ୍କ ସେବା କରିବା ପାଇଁ ଅନୁଭବ ମହାନ୍ତି ନିଜ ରାଜନୀତି କ୍ଯାରିଅରରେ ଏବେ କେଉଁ ସବୁ ନିଷ୍ପତ୍ତି ନେବେ ତା’ ଉପରେ ସାରା ଓଡିଶାବାସୀଙ୍କର ନଜର ରହିଛି । କାରଣ ବିଜେଡି ତରଫରୁ ଅନୁଭବଙ୍କୁ ସାଂସଦ ଟିକେଟ ମିଳିବ ବୋଲି ତାଙ୍କୁ ସେହି କଥାର ଅପେକ୍ଷା ଥିଲା । ହେଲେ ସେପରି କିଛି ମଧ୍ୟ ହେଲା ନାହିଁ । ବିଜେଡିର ସାଂସଦ ଆସନର ପ୍ରାର୍ଥୀ ମାନଙ୍କ ନାମ ବିଜେଡି ଘୋଷଣା କରିସାରିଛି ।

କେଉଁ ନେତା କେଉଁ ସ୍ଥାନରୁ ସାଂସଦ ଆସନ ପାଇଁ ପ୍ରାର୍ଥୀ ହୋଇ ଲଢିବେ ତାହା ବିଜେଡି ଘୋଷଣା କରିସାରିଥିଲେ । ମଧ୍ୟ ସେଥିରେ କେଉଁଠାରେ ବି ଅନୁଭବଙ୍କ ନାମ ଘୋଷଣା କରାଯାଇନାହିଁ । ଏବେ ଆଉ ମାତ୍ର 6 ଟି ସ୍ଥାନ ସାଂସଦ ଆସନ ପାଇଁ ବାକି ରହିଛି । ଯେଉଁ କେନ୍ଦ୍ରପଡାରୁ ଅନୁଭବ ନିର୍ବାଚନ ହୋଇ ସାଂସଦ ହୋଇଥିଲେ । ସେହି ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ଦଳ ଟିକେଟ ଦେଇଛି ।

ତାପରେ ଅନୁଭବ ମହାନ୍ତି ବିଜେପିରେ ସାମିଲ ହୋଇ ବିଜେପିରେ ସାଂସଦ ପ୍ରାର୍ଥୀ ହୋଇ ଲଢିବେ ବୋଲି ମଧ୍ୟ ଚର୍ଚା ହେଉଥିଲା । ହେଲେ କେନ୍ଦ୍ରପଡାରୁ ବିଜେପି ପାର୍ଟି ତରଫରୁ ବୈଜନ୍ତ ପଣ୍ଡାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ମିଳିସାରିଛି । ଅନୁଭବ ମହାନ୍ତି କଟକରୁ ସାଂସଦ ଭାବେ ଲଢିବେ ବୋଲି ମଧ୍ୟ କଥା ଉଠିଥିଲା । ହେଲେ ସେଠାରେ ମଧ୍ୟ ସେପରି କିଛି ସୁଯୋଗ ତାଙ୍କ ପାଇଁ ଆସିନାହିଁ । ତେବେ ଅନୁଭବ ମହାନ୍ତିଙ୍କ ଆଗାମୀ ନିର୍ବାଚନ ପାଇଁ ନୂଆ ପ୍ଳାନ କଣ ରହିଛି ତାହାକୁ ନେଇ ଚର୍ଚା ଜୋର ଧରିଛି ? ତେବେ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କୁ କେଉଁଠାରେ ସୁଯୋଗ ମିଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *