କ’ଣ ପାଇଁ Shreemayi ଙ୍କ ବଦଳରେ ସୁରଙ୍କ ପୁଅ Manmath ଙ୍କୁ ଭୁବନେଶ୍ୱର ଲୋକସଭା ଟିକେଟ ଦେଲା ବିଜେଡି ?

କ’ଣ ପାଇଁ ଶ୍ରୀମୟୀଙ୍କ ବଦଳରେ ମନ୍ମଥ ପାଇଲେ ଟିକେଟ ? ହଁ ଆଜ୍ଞା ଖବର ମୁତାବିକ ଶ୍ରୀମୟୀଙ୍କୁ ହଟେଇ ଏବେ ମନ୍ମଥ ରାଉତରାୟଙ୍କୁ ସାଂସଦ ଟିକେଟ ମିଳିସାରିଛି । ଆଗାମୀ ସମୟରେ ଅପରାଜିତାଙ୍କ ସହ ମନ୍ମଥଙ୍କର କଡା ଟକ୍କର ହେବାକୁ ଯାଉଅଛି । ପ୍ରଥମ ପର୍ଯ୍ୟାୟରେ 9 ଟି ଲୋକସଭା ଆସନ ଘୋଷଣା ସରିଯାଇଛି । ତେବେ ରାଜନୀତିରେ କେତେ ବେଳେ ଯେ କଣ ମୋଡ ଆସିଯିବ ତାହା କେହି ବି କହି ପାରିବେ ନାହିଁ ।

ଲୋକସଭା ଆସନ ପାଇଁ ପୂର୍ବରୁ ଶ୍ରୀମୟୀଙ୍କ ନାମ ବିଜେଡି ନେଉଥିବା ବେଳେ ଏବେ କିନ୍ତୁ ସେଥିରେ ବଡ ପରିବର୍ତ୍ତନ ଘଟିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଲୋକସଭା ଆସନ ପାଇଁ ସୁର ରାଉତ ରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କର ନାମ ନେଇଛନ୍ତି । ଯାହାପରେ ଶ୍ରୀମୟୀଙ୍କ ନାମ ତାକିଲାରୁ ବାଦ ପଡିଯାଇଛି । ତେବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକସଭା ଓ ବିଧାନସଭା ଆସନର ନାମ ଘୋଷଣା କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନର 9 ଜଣ ଜଣଙ୍କର ବିଜେଡି ତାଲିକା ପ୍ରଦାନ କରିଛି । ଲୋକସଭା ଆସନରୁ କେଉଁ ମାନେ ପ୍ରାର୍ଥୀ ଭାବେ ଛିଡା ହେଉଛନ୍ତି ଜାଣନ୍ତୁ । କଳାହାଣ୍ଡିରୁ ଲମ୍ବୋଧର ନ୍ୟାର, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରପଡାରୁ ଅଂଶୁମାନ ମହାନ୍ତି, ନବରଂଗପୁରରୁ ପ୍ରଦୀପ କୁମାର ମାଝି, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହେକ୍କା ଏବଂ ଆସ୍କାରୁ ରଞ୍ଜିତା ସାହୁଙ୍କ ନାମ ଲୋକସଭା ଆସନ ପାଇଁ ଘୋଷଣା ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନ ପାଇଁ 9 ଜଣ ପ୍ରାର୍ଥୀଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜେଡି ପାର୍ଟିରେ ମନ୍ମଥ ରାଉତରାୟ ମିଶିବା ପରେ ବିଜେଡି ସବୁ ପ୍ରାର୍ଥୀ ନାମ ଘୋଷଣା କରିଥିଲା । ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ ବହୁତ ରୋମାଞ୍ଚକର ଆଗାମୀ ସମୟରେ ହେବା ପାଇଁ ଯାଉଛି । ତେବେ ଏହାରି ମଧ୍ୟରେ ଅପରାଜିତା ଷଡଙ୍ଗୀ କହିଛନ୍ତି । ଯେ ଭୁବନେଶ୍ବରରୁ ଲୋକସଭା ପ୍ରାର୍ଥୀ ଭାବେ ଯିଏ ମଧ୍ୟ ଛିଡା ହେବ । ତାଙ୍କ ସହ ଆମର କଡା ଟକ୍କର ହେବା ପାଇଁ ଯାଉଛି । ତେବେ ଏହି ନିର୍ବାଚନ ପାଇଁ ସମସ୍ତଙ୍କର ଅପେକ୍ଷା ରହିଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *