ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବୁଦ୍ଧାଦିତ୍ୟ । ଆପଣ ମାନେ ସମସ୍ତେ ବୁଦ୍ଧାଦିତ୍ୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବୁଦ୍ଧାଦିତ୍ୟ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ବୁଦ୍ଧାଦିତ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ସେ ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ପୋଷ୍ଟ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହେଇଯାଏ । ଏମିତିରେ ବୁଦ୍ଧାଦିତ୍ୟ ଅନେକ ଫିଲ୍ମରେ ଉଭୟ ନାୟକ ଓ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ଲୋକମାନେ ବେସ ପସନ୍ଦ କରନ୍ତି । ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସେ ଲୋକ ମାନଙ୍କ ମନରେ ସ୍ଥାନ ବନେଇ ପାରିଛନ୍ତି ।
ସେ ନିଜ ଅଭିନୟ ପାଇଁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । କେବଳ ଓଡିଆ ଇଣ୍ଡଷ୍ଟ୍ରି ନୁହେଁ ବୁଦ୍ଧାଦିତ୍ୟ ଅନେକ ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ବୁଦ୍ଧାଦିତ୍ୟ ନିଜ ପରିବାର ଲୋକଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ସେ ତାଙ୍କ ବାପା, ମାଆ ଓ ନିଜ ଭଉଣୀ ସହ ରହୁଛନ୍ତି । ହେଲେ ବନ୍ଧୁଗଣ ବୁଦ୍ଧାଦିତ୍ୟ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।
ବୁଦ୍ଧାଦିତ୍ୟଙ୍କୁ 40 ବର୍ଷ ହେଇ ସାରିଛି ହେଲେ ସେ ବିବାହ କରି ନାହାନ୍ତି ଏହାର କାରଣ ହେଉଛି ବୁଦ୍ଧାଦିତ୍ୟ ଜଣଙ୍କୁ ଭଲ ପାଉଥିଲେ । ହେଲେ ପ୍ରେମରେ ଧୋକା ପାଇବା ହେତୁ ସେ ବିବାହ କରି ନାହାନ୍ତି ଆଉ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ବୁଦ୍ଧାଦିତ୍ୟ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।