ଦର୍ଶକ ବନ୍ଧୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ guli mada ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ଜଣେ ମନ୍ତ୍ରୀଙ୍କ ଦିନ ଦୁଇ ପହରରେ ବିଚ ରାସ୍ତାରେ ତାହା ବି ଲୋକଙ୍କ ଗହଳି ଭିତରେ mariba ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ନବ ଦାସ କେବଳ ଜଣେ ମନ୍ତ୍ରୀ ନୁହନ୍ତି ବ୍ୟକ୍ତିଗତ ଭାବେ ସେ ଜଣେ ବହୁତ ପ୍ରଭାବଶାଳୀ ଲୋକ । ଏହା ସହ ସେ ରାଜ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ।
ବନ୍ଧୁଗଣ ଏଏସଆଇ ଗୋପାଳ କୃଷ୍ଣ ଦାସ ନବ ଦାସଙ୍କୁ ଦିନ ଦୁଇ ପହରରେ guli mariba ପରେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଛି । ତେବେ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ଏବେ କ୍ରାଇମ ବ୍ରାଞ୍ଚ ଗିରଫ କରିଛି ଆଉ 7 ଦିନିଆ ରିମାଣ୍ଡରେ ନେବାକୁ ଯାଉଛି । ଏହାରି ମଧ୍ୟରେ ଜଣେ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ଗୋପାଳ କୃଷ୍ଣଙ୍କ ବିଷୟରେ କହିଛନ୍ତି ।
ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଓକିଲ ଜଣକ କହିଛନ୍ତି-‘ଗୋପାଳକୁ ମୁଁ ଆଗରୁ ଜାଣିଛି । ସେ କାହା ସହ କଳି କରିବାର ମୁଁ ଜାଣିନି କି ସେ ଚିଡେ ବୋଲି ମୁଁ ଜାଣିନି । ସେ ଚାକିରି କଲା ପରେ ବେଳେବେଳେ କୋର୍ଟକୁ ଆସେ ମୋ ସହ ଦେଖା ହୁଏ । ସେ ଅତି ଶାନ୍ତ ଆଉ ଭଦ୍ର ସ୍ଵଭାବର ।
ମୁଁ ଯେତେବେଳେ ଗଣମାଧ୍ୟମରେ ଦେଖିଲି ମାନ୍ୟବର ମନ୍ତ୍ରୀଙ୍କର hatya ଗୋପାଳ କରିଛି ମୁଁ ଆବାକ ହେଇ ଗଲି । ସେତେବେଳେ ମୁଁ ଗୋପାଳର ଫଟୋ ଦେଖି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ କଲି ଆଉ କହିଲି ଏ ଗୋପାଳ ନା ଆଉ କିଏ ତା ପରେ ମୁଁ ଜାଣିଲି । ସେ ଏଏସଆଇ ପୋଷ୍ଟ ପାଇଲା ପରେ ମୋତେ ଦେଖା ହେଇଥିଲା କୋର୍ଟରେ । କିନ୍ତୁ ମଝିରେ ବହୁତ ଦିନ ହେବ ତାର ମୋର ଭେଟ ହେଇ ନଥିଲା ।
ମାନସିକ ବିକୃତି ହେଇନଥିବ ବୋଲି କେହି କହିପାରିବା ନାହିଁ । କାରଣ ପରିସ୍ଥିତି ମଣିଷକୁ କେତେବେଳେ ବି କେଉଁ ଅବସ୍ଥାକୁ ନେଇଯାଏ । ମୁଁ ଯେତେବେଳେ ଭେଟି ଥିଲି ତାର ମାନସିକ ସ୍ଥିତି ଠିକ ଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।