‘ଟୁଙ୍ଗୁରୁ ଭୋଳ ଉପରେ ଗୀତ କରି ମୁଁ ବହୁତ ରୋଷର ଶିକାର ହେଲି, ତା’ ପାଇଁ ମୁଁ ଆଜି…’ Tunguru Bhola ଗୀତକୁ ନେଇ ଦେଖନ୍ତୁ କଣ କହିଲେ Abhijit Majumdar…

ନମସ୍କାର ବନ୍ଧୁଗଣ ତେବେ ଟୁଙ୍ଗୁରୁ ଭୋଳ ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଚେହେରା । ଗାଁଠୁ ନେଇ ସହର ହାଟରେ ଘାଟରେ ଟୁଙ୍ଗୁରୁଙ୍କୁ ନେଇ ଚର୍ଚ୍ଚା । ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ରାଜ୍ୟରେ ଚହଳ ପକାଇବା ପରେ ଏବେ ପରିଚିତ ଚେହେରା ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ । ତେବେ ଏବେ ସେ ଅନେକ ମିୟୁଜିକ ଭିଡିଓ ମଧ୍ୟ ବନେଇ ସାରିଲେଣି ।
ତେବେ ପୂର୍ବରୁ ଟୁଙ୍ଗୁରୁଙ୍କ ଉପରେ ଆଧାରିତ ଏକ ଅଡିଓ ସଙ୍ଗ୍ ମଧ୍ୟ ରିଲିଜ୍ ହୋଇଥିଲା ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଯେଉଁଥିରେ ଅଭିଜିତ ମଜୁମଦାର ଓ ଶୀତଲ କଣ୍ଠଦାନ କରିଛନ୍ତି । ଜଣେ ବର୍ଷା ରାଣୀ ଜଣେ ଟୁଙ୍ଗୁରୁ ଭୋଳ, ଯା ଦେଖିବୁ ଲୁଚିକି କେତେ କରନ୍ତି ଖେଳ, ଗଞ୍ଜେଇ ନିଶା ଭାଉଜ ପ୍ରେମ ଦେଉଛି ମୁଣ୍ଡ ଘାରି, ଟୁଙ୍ଗୁରୁ ଭୋଳକୁ ନେଇ ଏଭଳି ଧୂମଧଡାକ ଗୀତ ରିଲିଜ ହୋଇଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ସହ ଓଲିଉଡର ଆହୁରି ଅନେକ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି । ଟୁଙ୍ଗୁରୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗକୁ ଟୁଙ୍ଗୁରୁ ଭୋଳ କରିବ ଖେଳ ।
ତେବେ ବର୍ତ୍ତମାନ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେପରି ହେଲାଣି ସୋସିଆଲ ମିଡ଼ିଆରେ ଯାହା ଚର୍ଚ୍ଚିତ ବିଷୟ ପାଲଟୁଛି ତାଙ୍କୁ ନେଇ ସଙ୍ଗୀତ ସଂରଚନା କରାଯାଉଛି । ସେପଟେ ତାଙ୍କ ବ୍ୟକ୍ତିତ୍ଵ ଯାହାକି ହେଉ ଥାଉ ନା କାହିଁ ।

ଏଭଳି ସଙ୍ଗୀତ ସଂରଚନା ଦ୍ବାରା ଆମ ଲୋକ ମାନଙ୍କ ଉପରେ ଖରାପ୍ ପ୍ରଭାବ ପଡୁଛି । ଏଥିରେ ମଧ୍ୟ ବେଶ ନାମକରା ସଙ୍ଗୀତ ନିର୍ଦେଶକ ମାନେ ଜଡ଼ିତ ମଧ୍ୟ । ତେବେ ସଙ୍ଗୀତ ନିର୍ଦେଶକ ମାନେ ଫେମସ ହେବା ପାଇଁ ଏଭଳି କାର୍ଯ୍ଯ କରୁଛନ୍ତି । ଏବଂ ଏଥିରେ ଆଗଧାଡିର ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ଶାମିଲ ମଧ୍ୟ ଅଛନ୍ତି । ତେବେ ବର୍ତ୍ତମାନ ଅଭିଜିତ ମଜୁମଦାର ନିଜେ ଏକ ଭିଡିଓ ଜରିଆରେ ଦର୍ଶକ ମାନଂକୁ କହିଛନ୍ତି କି ସେ ଟୁଙ୍ଗୁରୁ ଭୋଳ ଉପରେ ଯେଉଁ ଗୀତ ଗାଇଥିଲେ ସେଥିପାଇଁ ତାଙ୍କ ସାଙ୍ଗ ମାନେ ଏବଂ ତାଙ୍କ ଦର୍ଶକ ମାନେ ତାଙ୍କ ଉପରେ ଅଭିମାନ କରିଛନ୍ତି ।

ତେବେ ଏଭଳି ଗୀତ କୁ ଗାଇବା ସେମାନେ ପସନ୍ଦ କରୁ ନାହାନ୍ତି । ତେବେ ମୁଁ ସଦା ସର୍ବଦା ମୋ ଦର୍ଶକ ମାନଙ୍କ ଖୁସି ପାଇଁ ଗାଇଥାଏ ତେବେ ଯେଉଁଠି ସେମାନଙ୍କୁ ହିଁ ଗୀତ ପସନ୍ଦ ଆସୁ ନାହିଁ ସେଠାରେ ସେହି ଗୀତର କୌଣସି ମୂଲ୍ୟ ନାହିଁ । ତେବେ ବର୍ତ୍ତମାନ ମୁଁ ସେହି ଗୀତ କୁ ୟୁଟ୍ୟୁବ ଚ୍ୟାନେଲ ରୁ ଡିଲିଟ କରି ସାରିଲେଣି ତେବେ ଆଗକୁ ଏଭଳି ଗୀତ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *