କାହିଁକି ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ ? ହାତ ଯୋଡି ଭୁଲ ମାଗିଲେ ଲକ୍ଷ୍ମଣ… Ram Temple Ayodhya

କାହିଁକି ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ରାମ ! ତେବେ ଅଯୋଧ୍ୟା ନଗରୀ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଦେଖିବାକୁ ମିଳିଛି । ତେବେ ସେଠାରେ ରାମାୟଣର ଝଲକ ଦେଖିବାକୁ ମିଳିଛି । ରାମାନନ୍ଦ ସାଗରଙ୍କ ରାମାୟଣରେ ଅଭିନୟ କରିଥିବା ପ୍ରଭୁ ରାମଙ୍କ ଚରିତ୍ରରେ ଅରୁଣ ଗୋଭିଲ, ଲକ୍ଷ୍ମଣଙ୍କ ଚରିତ୍ର ସୁନୀଲ ଲହର ଓ ସୀତାଙ୍କ ଚରିତ୍ରରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା । ଏତେ ବର୍ଷ ତଳର ସେହି ପୁରୁଣା ରାମାୟଣରେ ଅଭିନୟ କରିଥିବା ଏହି 3 ଚରିତ୍ରକୁ ଆଜି ବି ଲୋକେ ସତସତିକିଆ ପ୍ରଭୁ ବୋଲି ମାନିନେଇଥାନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଅଯୋଧ୍ୟାରେ ଏହି 3 ଜଣଙ୍କୁ ଏକାଠି ଦେଖି ଅଯୋଧ୍ୟା ବାସୀ ବହୁତ ଖୁସି ହୋଇଯାଇଛନ୍ତି । ତେବେ ରାମାୟଣ ସମୟରେ ପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ ପ୍ରେମ ଯେମିତି ଦେଖିବାକୁ ମିଳିଥିଲା । ଏବେ ମଧ୍ୟ ଠିକ ସେହିପରି ଅରୁଣ ଗୋଭିଲ ଓ ସୁନୀଲ ଲହରଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।

ଯେଉଁଠାରେ ରାମ ଲକ୍ଷ୍ମଣଙ୍କ କାନକୁ ଭିଡି ଧରିଛନ୍ତି । ଅପର ପକ୍ଷରେ ଲକ୍ଷ୍ମଣ ମଧ୍ୟ ରାମଙ୍କୁ ଭୁଲ ମାଗିବାରୁ ରାମ ମଧ୍ୟ ଖୁସି ଖୁସିରେ ଭାଇ ଲକ୍ଷ୍ମଣଙ୍କୁ କ୍ଷମା କରିଦେଇଛନ୍ତି । ହଁ ବନ୍ଧୁଗଣ ରାମ ଲକ୍ଷ୍ମଣଙ୍କ ଉଭୟ ଭାଇଙ୍କ ମଧ୍ୟରେ ରାମାୟଣରେ ଆମେ ଯେମିତି ଭଲ ପାଇବା ଦେଖୁଥିଲୁ । ସେମିତି ଅରୁଣ ଗୋଭିଲ ଓ ସୁନୀଲ ଲହରଙ୍କ ମଧ୍ୟରେ ବି ଶ୍ରଦ୍ଧା ଓ ଭୟପାଇବା ଦେଖିବାକୁ ମିଳିଛି । ତାପରେ ଯାହାକୁ ଦେଖି ଲୋକମାନେ ମଧ୍ୟ ଅରୁଣ ଓ ସୁନୀଲଙ୍କ ଯୋଡିକୁ ସାକ୍ଷାତ ରାମ ଓ ଲକ୍ଷ୍ମଣଙ୍କ ଯୋଡି ବୋଲି ମାନି ନେଇଛନ୍ତି ।

ଆଗରୁ ମଧ୍ୟ ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଠାରେ ଅଯୋଧ୍ୟାରେ ସୀତା ମା’ ଙ୍କ ପଛେ ରାମ ଓ ଲକ୍ଷ୍ମଣ ଓ ଅଯୋଧ୍ୟାବାସୀ ସମେତ ଅନେକ ଲୋକ ପଦ ଯାତ୍ରା କରୁଥିଲେ । ଏହାରି ମଧ୍ୟରେ ପ୍ରଭୁ ରାମଲାଲାଙ୍କର ଅଯୋଧ୍ୟା ମନ୍ଦିରରେ ଆଡମ୍ବର ସହକାରେ ପ୍ରାଣ ପ୍ରତିଷ୍ଠା ହେବାର ଦିନ ଖୁବ ପାଖେଇ ଆସୁଛି । ଯାହାକୁ ନେଇ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଖୁବ ଜୋରସୋରରେ ମଧ୍ୟ ହେଉଛି । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *