କାନ୍ଦୁଥିଲେ ଛୁଆ ସହିପାରିଲାନି ମା’, କ୍ଷୀର ପିଆଇ ସବୁଦିନ ପାଇଁ ପର କରିଦେଲା ମା’…ଆଉ ତାପରେ…

କାନ୍ଦୁଥିଲା ଛୁଆ ସହିପାରିଲାନି ମା’, କ୍ଷୀର ପିଆଇ ସବୁଦିନ ପାଇଁ ପର କରିଦେଲା । ଖବର ମୁତାବକ 13 ବର୍ଷ ଧରି ଛୁଆ, ପିଲା ହେଉନଥିବା ବେଳେ ଶେଷରେ ଭଗବାନ ଡାକ ଶୁଣିଥିଲେ । ତାପରେ ମା’ ଟିର କୋଳକୁ 2 ଟି ଯାଆଁଳା ଛୁଆ ମଧ୍ୟ ଦେଇଥିଲେ । ହେଲେ ଯେଉଁ ମା’ କୋଳରେଏହି ଛୁଆ 2 ଟି ହୋଇଥିଲେ । ସେହି ମା’ କିନ୍ତୁ ଛୁଆ 2 ଟି ଙ୍କୁ ଦେଖି ଘୃଣା କରୁଥିଲା । ଛୁଆ ମାନଙ୍କୁ କ୍ଷୀର ଦେବା ତ ଦୂରର କଥା, ତାଙ୍କ ମାନଙ୍କ ମୁହଁକୁ ବି ଭଲରେ ଦେଖୁନଥିଲା ।

ଛୁଆ ମାନେ କାନ୍ଦିଲେ ଜନ୍ମ କଲା ମା’ କୁ ଜମାରୁ ଭଲ ଲାଗୁନଥିଲା । କାରଣ ଛୁଆ ମାନେ କାନ୍ଦିଲେ ମା’ ର ନିଦ ଭାଙ୍ଗିଯାଉଥିଲା । ତେଣୁ ଏ କଥାକୁ ନେଇ ମା’ ଟି ଚିଡି ଯାଇଥିଲା । ତାପରେ ଏହି ଚିଡିଯିବା ସ୍ଵଭାବ କାରଣରୁ ନିଜର ଜନ୍ମକଲା ମା’ ତା’ ପିଲା 2 ଟି ସହ କିଛି ଏପରି କରି ବସିଲା । ତେଣୁ ସୁବିଧା ସୁଯୋଗ ଦେଖି ନିଜ ପିଲା ମାନଙ୍କୁ ଜୀବନରୁ ମାରିଦେବା ଏପାଇଁ ଷଡଯନ୍ତ୍ର ରଚିଥିଲା । ବଡ ମା’ କୁ ଲାଟିନ ପଠାଇ ଦେଇ ଛୁଆ ମାନେ କାନ୍ଦୁଥିବା ବେଳେ ତାଙ୍କ ପାଖକୁ ଯାଇଥିଲା ।

ତାପରେ ଛୁଆ 2 ଟି ଙ୍କୁ କ୍ଷୀର ପିଆଇ ଚୁପ କରିଥିଲା । ତାପରେ ନିଜ ସାଇ ଓ ଶ୍ରଦ୍ଧା 2 ଜଣଙ୍କୁ ହାତରେ ମା’ ଜଣଙ୍କ ମାରିଦେଇ କୂଅ ମଧ୍ୟରେ ଚୁପଚାପ ଫିଙ୍ଗି ଦେଇ ଆସିଥିଲା । କାଳେ କିଏ ସନ୍ଦେହ କରିବ ତେଣୁ ବାହାନା କରି ସାହି ଭିତରକୁ କ୍ଷୀର ଆଣିବା ପାଇଁ ଚାଲି ଯାଇଥିଲା । ତାପରେ ଘର ଲୋକ ଦେଖିବା ବେଳକୁ ପାଣି ଭିତରେ ଛୁଆ 2 ଟି ଭାସୁଥିଲେ ।

ବଡ ମା’ ଠାରୁ ଆରମ୍ଭ କରି ପରିବାରର ସମସ୍ତଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି । ଘରର ମଝିଆ ବୋହୁ ଯାହାର କିଛି ପିଲାପିଲି ନଥିଲା ସେ ସେହି ଛୁଆଙ୍କୁ ନିଜ ଛୁଆ ଭଳି ବହୁତ ଭଲ ପାଉଥିଲେ । ତେବେ ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବସଲା ଗ୍ରାମପଂଚାୟତ ମୁନ୍ଧାଢିପି ସାହିରେ ଏଭଳି କିଛି ଦେଖିବାକୁ ମିଳିଛି । ଛୁଆ ମାନଙ୍କୁ ହତ୍ୟା କରିବାର 24 ଘଣ୍ଟା ପରେ ପୋଲିସ ଆଗରେ ସବୁ ସତ ବଖାଣୀଛି ସେହି ନୃଶଂସ ମା’ । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *