ଅଯୋଧ୍ୟା ରାମ ମନ୍ଦିରରେ ବୁଲୁଥିଲେ 3 ଗ୍ୟାଙ୍ଗଷ୍ଟାର, ପଚରା ଉଚରା କରୁଛି ପୋଲିସ Ram Temple, Ayodhya

ଅଯୋଧ୍ୟାରେ ବୁଲୁଥିବା 3 ଗ୍ୟାଙ୍ଗଷ୍ଟାରଙ୍କୁ ଅଟକ ରଖିଛି ପୋଲିସ ! ତେବେ ଆଗକୁ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାରୁ କଡା ସୁରକ୍ଷା ବଳୟରେ ବର୍ତ୍ତମାନ ଅଯୋଧ୍ୟା ନଗରୀ ରହିଛି । ତେବେ ଏ ସବୁ ମଧ୍ୟରେ କିନ୍ତୁ ଏକ ବଡ ଖବର ଶୁଣିବାକୁ ମିଳିଛି । ଯେତେବେଳେ ପ୍ରଭୁ ରାମଲାଲାଙ୍କ ଆଗମନ ପାଇଁ ଅଯୋଧ୍ୟା ସୁସଜ୍ଜିତ ହୋଇସାରିଲାଣି । ସେତେବେଳେ 3 ଜଣ ଗ୍ୟାଙ୍ଗଷ୍ଟାର ପୋଲିସଙ୍କ ହାବୁଡରେ ପଡିଛନ୍ତି ।

ଯାହାକୁ ବର୍ତ୍ତମାନ ପୋଲିସ ଅଟକ ରଖି ଅଧିକ ପଚରା ଉଚରା କରୁଛି ବୋଲି ଖବର ଆସିଛି । ତେବେ ସେହି 3 ଜଣ ସନ୍ଦିଗ୍ଧଙ୍କର ପ୍ରକୃତ ଉଦ୍ଧେଶ୍ୟ ଅଯୋଧ୍ୟା ଆସିବାର କଣ ତାହା ତ ସ୍ପଷ୍ଠ କରାଯାଇନାହିଁ । ହେଲେ ବର୍ତ୍ତମାନ ସେହି 3 ଜଣଙ୍କୁ ପୋଲିସ ସନ୍ଦେହ ନଜରରେ ଅଟକ ରଖିଛି । କାରଣ ସେହି ସନ୍ଦିଗ୍ଦ ମାନଙ୍କର ଅଯୋଧ୍ୟା ଭିତରକୁ ପ୍ରବେଶ କିଛି ମନ୍ଦ ଉଦ୍ଧେଶ୍ୟ ନେଇ ହୋଇଛି ବୋଲି ଜଣା ପଡିଛି । ହେଲେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡାକଡି କରି ରଖାଯାଇଛି ।

ଯେମିତି କୌଣସି ପ୍ରକାର ମନ୍ଦ ଉଦ୍ଧେଶ୍ୟ ନେଇ ପିମ୍ପୁଡି ମଧ୍ୟ ଅଯୋଧ୍ୟା ନଗରୀ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ହେଲେ ଏହି ସବୁ କଡା ସୁରକ୍ଷା ବଳୟକୁ ଭେଦ କରି 3 ଜଣ ଗ୍ୟାଙ୍ଗଷ୍ଟାର ଅଯୋଧ୍ୟା ମଧ୍ୟକୁ ପ୍ରବେଶ କରିଛନ୍ତି । ଅଯୋଧ୍ୟା ମନ୍ଦିର ପାଖକୁ ଆସି ମଧ୍ୟ ସବୁଆଡେ ନଜର ରଖିକି ବୁଲାବୁଲି କରୁଥିଲେ । ତେବେ ଅଯୋଧ୍ୟା ରାମ ମନ୍ଦିରକୁ ବୁଲି ଆସୁଥିବା ପ୍ରତ୍ଯେକଟି ଲୋକଙ୍କୁ ଭଲ ଭାବେ ପୋଲିସ ଦ୍ଵାରା ଚେକିଙ୍ଗ କରିବାର ବ୍ୟବସ୍ଥା ରଖାଯାଇଛି ।

ଏହି ଚେକିଙ୍ଗ ସମୟରେ ଏହି 3 ଜଣ ସନ୍ଦିଗ୍ଦଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା । ତେବେ ଏକ ବିଶେଷ ସୂତ୍ରରୁ ଯାହା ସୂଚନା ମିଳିଛି । କୁକ୍ଷାତ ଗ୍ୟାଙ୍ଗଷ୍ଟାର କିଛି ଲୋକ ସେଠାରେ ଚେକିଙ୍ଗ ସମୟରେ ସାମ୍ନାକୁ ଆସିଛନ୍ତି । ହେଲେ ଏହି ଗ୍ୟାଙ୍ଗଷ୍ଟାର ମାନେ ସାମ୍ନାକୁ ଆସିବାପରେ ଅଯୋଧ୍ୟାକୁ ଆସିବାର ପ୍ରକୃତ ଉଦ୍ଧେଶ୍ୟ କିନ୍ତୁ କିଛି କହିନଥିଲେ । ତେଣୁ ଏମାନେ କେଉଁ ଉଦ୍ଧେଶ୍ୟ ନେଇ ଅଯୋଧ୍ୟା ଆସିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ଭାବେ ସ୍ପଷ୍ଠ ହୋଇପରି ନାହିଁ । ହେଲେ ଏହା ସବୁ ସତ୍ବେ କଡାକଡି ସୁରକ୍ଷା ମଧ୍ୟରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋର ଧରିଛି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *