ନମସ୍କାର ବନ୍ଧୁଗଣ ତେବେ ଆମ ଶରୀରର ସବୁ ଅଙ୍ଗ ମଧ୍ୟରୁ କିଡନୀ ଏକ ମୁଖ୍ୟ ଅଙ୍ଗ ଅଟେ । ଆମେ ଯେତେବେଳେ ପାଣି ପିଇ ଥାଉ ସେଥିରୁ କିଛି ପାଣି ଆମ ଶରୀରରେ ରହି ଆଉ କିଛି ପାଣି ଆମ ଶରୀରରୁ ଝାଳ, ଝାଡ ଓ ମୁତ୍ର ଆକାରରେ ବାହାରକୁ ବାହାରିଯାଏ । ମୁତ୍ର ଆକାରରେ ପାଣି ବାହାରିବା ପାଇଁ କିଡନୀର ଆବଶ୍ୟକ ହୋଇଥାଏ । କିଡନୀ ହିଁ ଫିଲ୍ଟର ଭଳି କାମ କରି ବର୍ଜ୍ୟ ବସ୍ତୁକୁ ବାହାର କରିଦିଏ । ଆପଣମାନେ ପ୍ରାୟତଃ ଶୁଣିଥିବେ କି କିଡନୀ ଫେଲ ହୋଇ ଯାଉଛି କାହାର ଗୋଟିଏ କିଡନୀ ଖରାପ ହୋଇ ଯାଇଛି ।
କାହାର ଦୁଇଟି କିଡନୀ ବି ଖରାପ ହୋଇଛି । ତେବେ ବିଶେଷଜ୍ଞମାନଙ୍କ କହିବା ଅଟେ କି ଆମ ଦେଶରେ ବିଶ୍ଵର ସବୁଠୁ ଅଧିକ ଡାଏବେଟିସ ରୋଗୀ ଅଛନ୍ତି । ଡାଏବେଟିସରେ ପୀଡିତ ଥିବା ସବୁ ରୋଗୀ ଭବିଷ୍ୟତରେ କିଡନୀ ରୋଗରେ ପୀଡିତ ହୋଇ ପାରନ୍ତି । ତେବେ ଆମ ଦେଶରେ ସର୍ବାଧିକ ଡାଏବେଟିସ ରୋଗୀ ଅଛନ୍ତି ସେଥିପାଇଁ ଆମ ଦେଶରେ ଅଧିକ ଲୋକମାନଙ୍କର କିଡନୀ ସମ୍ବନ୍ଧିତ ସମସ୍ୟା ହୋଇଥାଏ ।
କିଡନୀ ଖରାପ ହେବାର ମୁଖ୍ୟ କାରଣ ହେଉଛି କେତେକ ଲୋକମାନଙ୍କର ଜର ହୋଇଥାଏ, ମୁଣ୍ଡ ବ୍ୟଥା ହୋଇଥାଏ ଏଥିପାଇଁ ବହୁତ ଲୋକମାନେ ବହୁତ ବର୍ଷ ପର୍ଯ୍ୟନ୍ତ ମେଡ଼ିସିନ ଓ ପେନକିଲର ଖାଇଥାନ୍ତି । ଅଧିକ ମେଡ଼ିସିନ ଓ ଅକାରଣରେ ମେଡିସନ ଖାଇଲେ ବି କିଡନୀ ଖରାପ ହୋଇଯାଏ ।
ବହୁତ ଆଣ୍ଟିବେୟଟିକ ଔଷଧ ଖାଇବା ଦ୍ଵାରା ବି ଆମ ଶରୀରରେ କିଡନୀ ଖରାପ ହୋଇଥାଏ । ଯଦି ଆପଣଙ୍କର କିଡନୀ ଖରାପ ହେଉଛି ତେବେ ଶରୀରରେ ଏହିଭଳି କିଛି ଲକ୍ଷଣ ନଜର ଆସିଥାଏ । ଯେମିତି କି ଦୁର୍ବଳ ଲାଗିବ, ପ୍ରାୟତଃ ବାନ୍ତି ବାନ୍ତି ଲାଗିବ, ନିଦ ଲାଗିବ ନାହିଁ ଶୋଇବା ସମୟରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବ ।
ପ୍ରାୟତଃ ଲୋକମାନେ ଏହାକୁ ନଜର ଅନ୍ଦାଜ କରିଥାନ୍ତି । କିନ୍ତୁ ଯଦି ଆପଣଙ୍କ ଶରୀରରୁ ଏହିଭଳି କିଛି ଲକ୍ଷଣ ନଜର ଆସୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ କିଡନୀ ରୋଗ ବିଷୟରେ ଜାଣିବା ପାଇଁ ବ୍ଲଡରେ ପରୀକ୍ଷା କରାଯାଏ । ଯେଉଁଥିରୁ ଜଣା ପଡିବ କି ଆପଣଙ୍କ କିଡନୀ ଖରାପ ଅଛି ନା ଭଲ ଅଛି ।
ଯେତେବେଳେ ଆମ ଶରୀରରେ ଫିଲଟର ଖରାପ ହୋଇଯାଏ ତେବେ ସେହି ସମୟରେ ପାଣି ଓ ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ବାହାରକୁ ବାହାରି ପାରେ ନାହିଁ ଓ ଯାହାକି ଆମର ଶରୀରରେ ରହି ଆମର କିଡନୀକୁ ଖରାପ କରିଥାଏ । ତେବେ ବେଳେ ବେଳେ ଆପଣ ଶୁଣିଥିବେ କି ଗୋଟିଏ ସ୍ଥାନରେ କିଡନୀ ରୋଗୀ ଅଧିକ ଅଛନ୍ତି ଏହାର କାରଣ ହେଉଛି କେତେକ ସ୍ଥାନରେ ପାଣିରେ ମାଗାନିଜ, ଜିଙ୍କ ପରିମାଣ ଅଧିକ ଥିଲେ ଓ ଅଧିକ ସମୟ ପର୍ଯ୍ୟନ୍ତ ଏହି ପାଣି ପିଇଲେ କିଡନୀ ରୋଗ ହୋଇଥାଏ ।
ପରିଷ୍କାର ପାଣି ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ । ନଚେତ ଆପଣ ପାଣିକୁ ଗରମ କରି ପିଇବାକୁ ଚେଷ୍ଟା କରନ୍ତୁ । ଏହା ଛଡା ଯଦି ଆପଣ ନନଭେଜ ଖାଉଛନ୍ତି ତେବେ ସପ୍ତାହକୁ ଦୁଇ ରୁ ତିନି ଦିନ ଖାଆନ୍ତୁ । ନଚେତ ସବୁଦିନ ସେବନ କରୁଛନ୍ତି ତେବେ ଅଳ୍ପ ପରିମାଣରେ ଖାଆନ୍ତୁ । ପ୍ରତିଦିନ ବ୍ୟାୟମ କରନ୍ତୁ । ପନିପରିବା ଓ ଫଳ ମୂଳ ଅଧିକ ସେବନ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।