ଦେଖନ୍ତୁ କାହିଁକି ଏମିତି ଭୋ-ଭୋ ହୋଇ କାନ୍ଦିଲେ Anubhav..ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବିଗତ କିଛି ଦିନ ତଳେ ଏହା ଖବର ଆସିଥିଲା ଯେ, ଅନୁଭବ ଙ୍କ ବଡବାପା ଙ୍କ ଦେହାନ୍ତ ହୋଇଛି । ଯାହା ସମସ୍ତଙ୍କ ପାଇଁ ଏକ ବଡ଼ ଝଟକା ସଦୃଶ ଥିଲା । ତେବେ ଆପଣ ମାନେ ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ, ଏଠାରେ ଶୋଭା ଯାତ୍ରା ଚାଲିଛି । ଆଉ ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଧ୍ୟ ସାମିଲ ଅଛନ୍ତି । ଆଉ କଇଁ କଇଁ ହୋଇ ଛୋଟ ପିଲାଟି ଭଳି କାନ୍ଦୁଛନ୍ତି ।

ଖବର ଟି ହେଉଛି କି, ଅନୁଭବ ଙ୍କ ପରିବାର ରେ ପୁଣିଥରେ ଦୁଃଖ ଦେଖା ଦେଇଛି । ସାଂସଦ ଅନୁଭବ ମହାନ୍ତି ଙ୍କ ବଡବାପା ଅକ୍ଷୟ ମହାନ୍ତି ଙ୍କ ଦେହାନ୍ତ ହୋଇ ଯାଇଛି । ଆପଣ ମାନେ ଦେଖୁଥିବା ଏହି ଶେଷ ଯାତ୍ରା ହେଉଛି ଅନୁଭବ ଙ୍କ ବଡବାପା ଙ୍କର । ପୁରୀ ର ସ୍ୱର୍ଗଦ୍ୱାର ଅଭିମୁଖେ ତାଙ୍କର ଶେଷ ଯାତ୍ରା ବାହାରିଛି । ଶେଷରେ ପୁରୀ ର ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଯେଉଁଥିରେ ନିଜେ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ରହିଛନ୍ତି ଏବଂ ଭୋ ଭୋ ହୋଇ କାନ୍ଦୁଛନ୍ତି । ଅତୀତ ରେ ବଡବାପା ଙ୍କ ସହିତ ଘଟିଥିବା ସମସ୍ତ ମୁହୂର୍ତ୍ତ ଙ୍କୁ ମନେ ପକାଇ କାନ୍ଦୁଛନ୍ତି । ଏହା ହେଉଛି ସ୍ୱର୍ଗଦ୍ୱାର ର ଦୃଶ୍ୟ । ଯେଉଁଠି ବଡବାପା ଙ୍କ କୋକେଇ ରେ ନିଆଁ ଦେବା ପାଇଁ ସାତ ଘେରା ବୁଲୁଛନ୍ତି ବଡ଼ ଭାଇ ।

ଠିକ ସେତିକିବେଳେ ପାଖରେ ଛିଃ ହୋଇ ଛୋଟ ପିଲାଟି ପରି କଇଁ କଇଁ ହୋଇ କାନ୍ଦୁଛନ୍ତି ସାଂସଦ ଅନୁଭବ ମହାନ୍ତି । ଏଠାରେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ପତି ଓ ପତ୍ନୀ ବିବାଦ ଥମି ନଥିଲେ ବେଳେ ବଡବାପା ଚାଲିଯିବା ବେଳେ ଭାଙ୍ଗି ପଡ଼ିଛନ୍ତି ଅନୁଭବ ମହାନ୍ତି । ତେବେ ଗୋଟିଏ ପରେ ଗୋଟିଏ ଦୁଃଖ ସାଂସଦ ଅନୁଭବ ମହାନ୍ତି ଙ୍କ ଉପରେ ଲଦି ହୋଇ ଚାଲିଛି ।

ଯାହାଦ୍ୱାରା ଅନୁଭବ ଦୁଃଖ ରେ ଭାଙ୍ଗି ଯାଇଛନ୍ତି । ତେବେ ଆମେ ଅନୁଭବ ମହାନ୍ତି ଙ୍କ ବଡବାପା ଙ୍କ ଆତ୍ମା ର ସଦ୍ଗତି କାମନା କରୁଛୁ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *