‘କହିଲେ ତ ବହୁତ ଜିନିଷ ବାହାରିବ…’ ଦେଖନ୍ତୁ Naba Das ଙ୍କୁ ନେଇ ଏମିତି କାହିଁକି କହିଲେ BJD leaders Rajashree Mallick

ଦର୍ଶକ ବନ୍ଧୁ ଗତ କାଲି ରାତିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହେବା ପରେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ତେବେ ଗୋପାଳ କୃଷ୍ଣ ଦାସ ନାମକ ଜଣେ ପୋଲିସ ଏଏସଆଇ ଗତ କାଲି ନବ ଦାସଙ୍କ ଉପରେ guli mada କରିଥିଲେ ଯାହାଫଳରେ ନବଙ୍କ ମୃତ୍ୟୁ ହୋଇଛି । ହେଲେ ଗୋପାଳ ନବଙ୍କୁ କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ guli marile ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

କିନ୍ତୁ ଗୋପାଳଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଏହି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବ ଏବଂ ଏହି ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ଛନ୍ତି । ଗତ କାଲି ଯେତେବେଳେ ନବଙ୍କ ଆପୋଲୋ ମେଡିକାଲ ଅଣା ଗଲା ସେତେବେଳେ ବି ନବୀନ ଆଉ ବିଜେଡି ମନ୍ତ୍ରୀ ମାନେ ସେଠାରେ ଉପସ୍ଥିତ ଥିଲେ । ନବୀନ ନବ ଦାସଙ୍କ ପରିବାରକୁ ଆଶ୍ଵାସନା ଦେଇ ଛନ୍ତି ଆଉ ଏହା ସହ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଆଜି ନବଙ୍କ ମର ଶରୀରକୁ ଝାରସୁଗୁଡା ଅଣା ଯାଇଛି । ଗତ କିଛି ସମୟ ପୂର୍ବେ ନବଙ୍କ ଶେଷ ଯାତ୍ରା ଆରମ୍ଭ ହେଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନବଙ୍କ ଶେଷ ଯାତ୍ରାରେ ଅନେକ ବଡ ବଡ ବିଧାୟକ ଆଉ ମନ୍ତ୍ରୀ ମାନେ ଉପସ୍ଥିତ ଅଛନ୍ତି । ଅନ୍ୟ ପକ୍ଷେ ନବଙ୍କ ପରିବାର ଲୋକ ମଧ୍ୟ ପୁରା ଭାଙ୍ଗି ପଡି ଛନ୍ତି ।

ତାଙ୍କ ଆଖିରୁ ଲୁହ ସୁଖୁନି । ନବଙ୍କୁ ଗାର୍ଡ ଅଫ ହୋନର ପ୍ରଦାନ କରାଯିବ । ତେବେ ନବ ଦାସଙ୍କ ଶେଷ ଯାତ୍ରାରେ ବିଜେଡି ନେତ୍ରୀ ରାଜଶ୍ରୀ ମଲିକ ଆସିଥିଲେ । ସେ କହିଛନ୍ତି-‘ନବଙ୍କ ମନରେ ଯାହା ଥାଏ ସେ ଖୋଲା ଖୋଲି ପ୍ରକାଶ କରିଦିଅନ୍ତି । ମୁଁ କଥା କହିଲେ ବହୁତ ଜିନିଷ ବାହାରିବ । କରୋନା ସମୟରେ ସେ ଯେଉଁ କାର୍ଯ୍ୟ ଦକ୍ଷତା ଦେଖେଇ ଛନ୍ତି ସେ ଗୋଟେ ଉଦାହରଣ ସୃଷ୍ଟି କରିଛନ୍ତି ।

ତାଙ୍କ ସମୟରେ ସ୍ୱାସ୍ଥ୍ୟ ବିଭାଗର ବହୁତ ଭଲ ଉନ୍ନତି ହୋଇଛି । ସେ ଜଣେ ଖୋଲା ହୃଦୟର ଲୋକେ ଥିଲେ । ସେ ଯିବା ପରେ ଆମେ ସମସ୍ତେ ମର୍ମାହତ ତାଙ୍କ ପାଇଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *