ବନ୍ଧୁଗଣ ଆପଣ ମାନେ ଯଦି ଅଧିକ ଟେନସନ ନେଉଛନ୍ତି ତେବେ ସାବଧାନ କାରଣ ଆପଣ ମାନଙ୍କୁ ଆକ୍ରାନ୍ତ କରିପାରେ ବ୍ରେନ ଷ୍ଟ୍ରୋକ । କାରଣ ବର୍ତ୍ତମାନର ସମୟରେ କାମର ଚାପ ହେଉ ବା ବ୍ୟକ୍ତିଗତ ସମସ୍ୟା ଆମେ ମାନେ ଅଧିକ ଚିନ୍ତା ନେଇଥାଉ । ଯାହାଫଳରେ ଆମ ମୁଣ୍ଡ ଉପରେ ପ୍ରେସର ପଡେ କେହି କେହି ବ୍ରେନ ଷ୍ଟ୍ରୋକର ଶିକାର ହୋଇଥାନ୍ତି । ବ୍ରେନ ଷ୍ଟ୍ରୋକ ହେଉଛି ଏକ ମାରାତ୍ମକ ରୋଗ ତେବେ ବ୍ରେନ ଷ୍ଟ୍ରୋକ କାହିଁକି ହୁଏ ଏହାର କାରଣ କଣ କେମିତି କରିବେ ଏହାର ଚିକିତ୍ସା ଏହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବ୍ରେନରେ ଯଦି ରକ୍ତ ପ୍ରଭାବ କମିଯାଏ ବା ବ୍ରେନ ଭିତରେ ଯଦି ରକ୍ତ ଜମାଟ ବାନ୍ଧି ଥାଏ ତା ହେଲେ ଆମେ ତାକୁ ବ୍ରେନ ଷ୍ଟ୍ରୋକ କହିଥାଉ । ବ୍ରେନ ଷ୍ଟ୍ରୋକ ହେବା ପରେ ଯେତେ ଶୀଘ୍ର ରୋଗୀଙ୍କୁ ହସ୍ପିଟାଲ ନେଇ ଆସିବେ ସେତେ ଭଲ ହେବାର ସମ୍ଭାବନା ଅଧିକ ଅଛି ।
ବନ୍ଧୁଗଣ ବ୍ରେନ ଷ୍ଟ୍ରୋକ ଦୁଇ ପ୍ରକାରର ଗୋଟେ ହେଉଛି ଇସିକିମିକ୍ ଷ୍ଟ୍ରୋକ ଆଉ ଗୋଟେ ହେଲା ହ୍ୟୁମୋରୋଜିକ୍ ଷ୍ଟ୍ରୋକ । ଇସିକିମିକ୍ ଷ୍ଟ୍ରୋକରେ ବ୍ରେନରେ ରକ୍ତ ସଂଚାଳନ କମ ହୋଇଯାଇଥାଏ । ଏହି ଷ୍ଟ୍ରୋକ ସାଧାରଣତଃ ଡାଇବେଟିସ ରୋଗୀ, ଯେଉଁ ମାନେ ଅଧିକ ଧୂମ୍ରପାନ କରନ୍ତି, ଯେଉଁ ମାନଙ୍କର କୋଲେଷ୍ଟ୍ରୋଲ ଅଧିକ ଅଛି ଓ ଯେଉଁ ମାନେ କେବଳ ଅଫିସରେ ବସି କାମ କରୁଛନ୍ତି ସେମାନଙ୍କୁ ହେବାର ଅଧିକ ସମ୍ଭାବନା ଅଛି ।
ବନ୍ଧୁଗଣ ଦ୍ଵିତୀୟ ଷ୍ଟ୍ରୋକ ହେଲା ହ୍ୟୁମୋରୋଜିକ୍ ଷ୍ଟ୍ରୋକ । ବନ୍ଧୁଗଣ ଏହି ଷ୍ଟ୍ରୋକରେ ବ୍ରେନ ଭିତରେ ରକ୍ତ ଜମାଟ ବାନ୍ଧି ଥାଏ । ଏହି ଷ୍ଟ୍ରୋକ ସାଧାରଣତଃ ବ୍ଲଡ଼ ପ୍ରେସର ରୋଗୀଙ୍କୁ ହୋଇଥାଏ । ହ୍ୟୁମୋରୋଜିକ୍ ଷ୍ଟ୍ରୋକ ହେବା ଦ୍ଵାରା ସାଙ୍ଗେ ସାଙ୍ଗେ ରୋଗୀର ମୁଣ୍ଡ ବିନ୍ଧା ହେବ ଆଉ ଗୋଟେ ସାଇଡ ପାରାଲିସେସ ହୋଇଯିବ । ହେଲେ ଇସିକିମିକ୍ ଷ୍ଟ୍ରୋକରେ ଧୀରେ ଧୀରେ ଲକ୍ଷଣ ଦେଖାଇବ ।
କଥା କହିବାରେ ସମସ୍ୟା ହେବ, ଶରୀରରେ ଗୋଟିଏ ଅଙ୍ଗ ଦୁର୍ବଳ ଲାଗିବ, ଚାଲିଲା ବେଳେ କଷ୍ଟ ହେବ, କୌଣସି ଜିନିଷ ଟେକିବାରେ କଷ୍ଟ ଅନୁଭବ ହେବ, ଚେତାଶକ୍ତି କମିଯିବ, ପକ୍ଷାଘାତ ହେବ, ମୁହଁ ବଙ୍କା ହୋଇଯିବ ଓ ଅପସ୍କାର ବାତ ମାରିବ ।
ବନ୍ଧୁଗଣ ଷ୍ଟ୍ରୋକ ମାରିବା ପାରେ ତୁରନ୍ତ ରୋଗୀକୁ ହସ୍ପିଟାଲ ନେବା ଉଚିତ । ରୋଗୀକୁ ହସ୍ପିଟାଲ ନେବା ପରେ ତାର ବ୍ଲଡ଼ ପ୍ରେସର ଓ ଡାଇବେଟିସ ଚେକ୍ କରାହେବ । ଏହା ପରେ ରୋଗୀକୁ ତୁରନ୍ତ ସିଟି ସ୍କାନ କରାଯିବ । ଏହା ପରେ ଜଣା ପଡିବ ଯେ, ପେସେଣ୍ଟକୁ ଇସିକିମିକ୍ ଷ୍ଟ୍ରୋକ ହେଇଛି ନା ହ୍ୟୁମୋରୋଜିକ୍ ଷ୍ଟ୍ରୋକ ହେଇଛି । ଏହା ଜାଣିବା ପରେ ରୋଗୀର ଚିକିତ୍ସା କରାଯିବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।