କାଶ ଓ କଫ (Cough) ରୁ କିପରି ପାଇବେ ମୁକ୍ତି (Dr Ashish Jaiswal)

ସମସ୍ତେ ଜାଣିଛନ୍ତି କି କଫ ଓ କାସ ଅଲଗା ଅଲଗା ଜିନିଷ ହୋଇଥାଏ । ଯାହାକି ଭୁଲ ଧାରାଣା ଅଟେ । କଫ ଓ କାସ ଗୋଟିଏ ଜିନିଷ ଅଟେ । ଯଦି ଆପଣ ଖାଦ୍ୟ ଖାଉଛନ୍ତି କିମ୍ବା ପାଣି ପିଉଛନ୍ତି ଯଦି ସେହି ସମୟରେ ଆପଣଙ୍କର ଶ୍ଵାସ ନଳୀରେ ଖାଦ୍ୟ କିମ୍ବା ପାଣିର କିଛି ଅଂସ ଚାଲି ଯାଉଛି ତେବେ ସେହି ସମୟରେ କାସ ହୋଇଥାଏ । ସେହି ସମୟରେ ଆପଣ ନିଶ୍ଵାସ ବି ନେଇ ପାରିବେ ନାହିଁ । ହସ୍ପିଟାଲ ବି ଯାଇ ପାରନ୍ତି । କାସ ଗୋଟିଏ ପ୍ରକାରର ରୋଗ ପ୍ରତିରୋଧକ ଏକ୍ଟିଭିଟି ଅଟେ ।

ଛାତିରେ ଯଦି କୌଣସି ଇନଫେକସନ ହେଉଛି ତେବେ ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତି ସେହି ବ୍ୟାକ୍ଟେରିୟା ସହ ଲଢିଥାଏ । ସେହି ସମୟରେ ଆମ ମୁହଁରୁ କାସ ହୋଇ କଫ ରୂପରେ ବାହାରିଥାଏ । କଫ ହେବା ଆମ ଶରୀରର ଏକ ପ୍ରକାରର ରୋଗ ପ୍ରତିରୋଧକ ଏକ୍ଟିଭିଟି ଅଟେ । ଯେତେବେଳେ ଶରୀର ଅଧିକ ମାତ୍ରରେ କଫ ଜମାଟ ବାନ୍ଧି ରହି ଯାଉଛି ତେବେ ଏହାର ଅର୍ଥ ଆପଣ ଗମ୍ଭୀର ସମସ୍ୟାରେ ପୀଡିତ ଅଛନ୍ତି ।

ଯଦି କୌଣସି ବ୍ୟକ୍ତିର ଅଧିକ କଫ ହୋଇ ଯାଇଛି ଓ ଦୁଇ ସପ୍ତାହ ପର୍ଯ୍ୟନ୍ତ କାସ ହେଉଛି ତେବେ ସର୍ବେ ପ୍ରଥମେ ଡାକ୍ତରଙ୍କ ଚେକଅପ କରାନ୍ତୁ । ଅନ୍ୟ ପଟେ ଯଦି ବ୍ୟକ୍ତିକୁ ଆସ୍ଥାମା ଅଛି ତେବେ ସେଥିରେ ବି କଫ ଆସିପାରେ । ଯଦି ଛୋଟ ପିଲାମାନେ କିଛି ଖାଇ ଦେଉଛନ୍ତି ଓ ତାହା ଶ୍ଵାସ ନାଲି ମଧ୍ୟରେ ଫସି ଯାଉଛି ତେବେ ସେହି କାରଣରୁ ବି କାସ ହୋଇପାରେ । ବୟସ୍କ ଲୋକମାନଙ୍କୁ କାସ ହୋଇପାରେ ।

ଯଦି ପେଟରେ ଏସିଡ଼ିଟି ଅଧିକ ହେଉଛି ତେବେ ସେହି କାରଣରୁ ବେଳେ ବେଳେ ଆମର ଶ୍ଵାସ ନଳୀରେ ଇନଫେକସନ ହୋଇଯାଏ ଓ ସେହି କାରଣରୁ କଫ ଜାମାଟ ବାନ୍ଧିଯାଏ । ଯଦି ଅଧିକ କଫ ହେଉଛି ତେବେ ଏଥିପାଇଁ ଚିକିତ୍ସା କରାନ୍ତୁ । ଯଦି ସାଧାରଣ କଫ ହେଉଛି ତେବେ ଆପଣ ଘରେଲୁ ଉପାୟ କରି ଏହାକୁ ଭଲ କରି ପାରିବେ । ଯେମିତି କି ଆପଣ ସକାଳେ ଓ ସନ୍ଧ୍ୟା ସମୟରେ ଗରମ ପାଣିର ବାମ୍ଫ ନେଇ ପାରିବେ । ଖାଦ୍ୟ ପଦାର୍ଥରେ ଅଦା, ହଳଦୀ ର ମାତ୍ରା ବଢାଇ ପାରିବେ ।

ଯଦି ଅତ୍ୟଧିକ କଫ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଯଦି ଆପଣଙ୍କ କଫରେ ଟିଭିର ଜୀବାଣୁ ମିଳୁଛି ତେବେ ତାହାର ଚିକିତ୍ସା କରାଯିବ ନିହାତି ଆବଶ୍ୟକ । ଯଦି କଫ କୌଣସି ରୋଗ କାରଣରୁ ହେଉଛି ତେବେ ସଙ୍ଗେ ସଙ୍ଗେ ତାର ଚିକିତ୍ସା କରାଯିବ ଉଚିତ । କଫ ଓ କାସ ଭଳି ସମସ୍ୟାରୁ ବଞ୍ଚିବା ପାଇଁ ପ୍ରଥହମେ ଆପଣ ଏକ ସୁସ୍ଥ ଜୀବନଶୈଳୀକୁ ଅପଣାନ୍ତୁ । ରାତି ଖାଇବାକୁ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ନିଅନ୍ତୁ । ସକାଳୁ ସକାଳଉ ଜଲ୍ଦି ଉଠି ଯୋଗ ଓ ବ୍ୟାୟମ ଆଦି କରିବା ଉଚିତ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *