ଯୁବତୀ ଭାବି ଯାହାଙ୍କୁ ପ୍ରେମ କଲି, ସିଏ ବାହାରିଲେ ବୟସ୍କା ମହିଳା… ମୋ ଅଢେଇ ଲକ୍ଷ ପାଣିରେ ପଡିଲା…

ଝିଅ ଫୋଟ ଦେଖେଇ ବାହା ହେବାକୁ ପହଞ୍ଚିଲା ମାଆ ! ହଁ ଆଜ୍ଞା ସୋସିଆଲ ମିଡିଆରେ ପ୍ରଥମେ କଥାବାର୍ତ୍ତା ଓ ତାପରେ ବନ୍ଧୁତା ଓ ସେହି ବନ୍ଧୁତାରୁ ଆରମ୍ଭ ହେଲା ପ୍ରେମ । ତାପରେ ପ୍ରେମରୁ କଥା ପହଞ୍ଚିଥିଲା ବାହାଘର ପର୍ଯ୍ୟନ୍ତ । ହେଲେ ଯୁବତୀ ଭାବି ଯାହାକୁ ଯୁବକ ଯାହାକୁ ଭଲ ପାଉଥିଲେ । ସେ ବାହାରିଥିଲେ ଜଣେ ବୟସ୍କା ମହିଳା । ତେବେ ଯୁବକ ଜଣଙ୍କ କହିବା ଆଧାରରେ ମହିଳା ଜଣଙ୍କ ପ୍ରଥମେ ଏକ ଯୁବତୀଙ୍କ ଫୋଟ ଦେଇ ମୋ ସହ ଅନଲାଇନରେ ବନ୍ଧୁତା କରିଥିଲେ ।

ତାପରେ ଆମର ଧୀରେ ଧୀରେ ପ୍ରେମ ବଢିବାରୁ ଆମର ବାହାଘର ହେବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ମହିଳା ଜଣଙ୍କ ମୋତେ ବାହା ହେବାର ପ୍ରଲୋଭନ ଦେଖାଇଥିଲେ । କହିଥିଲେ ଯେ ମୋର ଘରଦ୍ଵାର, ଜାଗା ସବୁ ଅଛି । ତମେ ମୋତେ ବାହା ହେଲେ ଆମର ଚଳିବାରେ କିଛି ବି ଅସୁବିଧା ହେବ ନାହିଁ । ମୁଁ ସରକାରୀ ଚାକିରୀ ମଧ୍ୟ କରିଛି ଏହି ସବୁ କଥା କହି ବୟସ୍କା ମହିଳା ଜଣଙ୍କ ମୋତେ ବିବାହ ପାଇଁ ପ୍ରଲୋଭନ ଦେଖାଇଥିଲେ ।

ତାପରେ ପରେ ସେ ମୋ ଠାରୁ କିଛି ନା କିଛି ବାହାନା କରି ଟଙ୍କା ନେବା ଆରମ୍ଭ କରିଦେଲେ । ମୁଁ ବି ତାଙ୍କ ପ୍ରେମରେ ଅନ୍ଧ ହୋଇ ତାଙ୍କୁ ଟଙ୍କା ଦେଇ ଦେଇ ପାଖାପାଖି ଅଢେଇ ଲକ୍ଷ ଟଙ୍କା ତାଙ୍କୁ ଦେଇ ଦେଇଥିଲି । ତାପରେ ତାଙ୍କ ସହ ଦେଖା କରିବାକୁ ମୋର ବହୁତ ଇଛା ହୁଏ । ସେ କିନ୍ତୁ ମୋତେ କିଛି କିଛି ବାହାନା କରି ପ୍ରକୃତରେ ଆସି କେବେ ଦେଖା କରନ୍ତି ନାହିଁ । ତାପରେ ତାଙ୍କର ଆଉ ମୋର ଯେଉଁ ଦିନ ବାହା ହେବାର କଥା ହୋଇଥିଲା ।

ସେଦିନ ମୁଁ ତାଙ୍କୁ କହିଥିଲି । ତୁମେ ଆସି ମୋତେ ପ୍ରଥମେ ଦେଖା କର । ତାପରେ ଯାଇ ମୁଁ ତୁମକୁ ବାହା ହେବି । ତାପରେ ଯେତେବେଳେ ସେ ମୋ ଘର ପାଖରେ ପହଞ୍ଚି ମୋତେ ଦେଖା କରିଥିଲେ । ସେତେବେଳେ ସେ ମୋତେ ଯେଉଁ ଝିଅର ଫୋଟ ଦେଖେଇ ଭଲ ପାଉଥିଲେ । ସେ ଝିଅ ସେ ନିଜେ ନଥିଲେ । ବଂର ସେହି ଝିଅଟି ସେହି ବୟସ୍କା ମହିଳାର ନିଜ ଝିଅ ଥିଲା । ଝିଅର ଫୋଟ ଦେଖାଇ ବୟସ୍କା ମହିଳା ଅର୍ଥାତ ଝିଅର ମାଆ ମୋ ସହ ବାହା ହେବାକୁ ଆସିଥିଲା । ତେଣୁ ଏ ନେଇ ମୁଁ ଥାନାରେ ଅଭିଯୋଗ ମଧ୍ୟ କରିଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *