ନାଲି କପଡା ଦେଖାଉଥିଲେ, ତଥାପି ଅଟକିଲାନି ଟ୍ରେନ୍‌… ମେମୁ ଟ୍ରେନ୍‌ରେ କଟି ଛାତ୍ରଙ୍କର…

ନାଲି କପଡା ଦେଖାଉଥିଲେ ତଥାପି ଅଟକିଲା ନାହିଁ ଟ୍ରେନ ! ସୂଚନା ମୁତାବିକ ଦୂରରୁ ଏକ ଟ୍ରେନ ଆସୁଥିଲା । ସାମ୍ନା ପଟୁ ଟ୍ରେନକୁ ଅଟକାଇବା ପାଇଁ ଦୁଇ ଜଣ ଛାତ୍ର ଚେଷ୍ଟା କରୁଥିଲେ । ରେଳ ଧାରଣାର ଦୁଇ ପଟେ ଛିଡା ହୋଇ ଦୁଇ ଜଣ ଛାତ୍ର ଏକ ନାଲି କପଡା ଦେଖାଇ ଟ୍ରେନକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ । ଟ୍ରେନ ଚଲାଉଥିବା ଲୋକପାଇଲଟ ଯେପରି ନାଲି କପଡା ଦେଖି ଟ୍ରେନକୁ ଅଟକାଇ ଦେବ । ତେବେ ରେଳ ଧାରଣାର ଦୁଇ ପଟେ 2 ଜଣ ଛାତ୍ର ନାଲି କପଡା ଦେଖାଇବା ସତ୍ବେ ମଧ୍ୟ ଟ୍ରେନଟି ଅଟକି ନଥିଲା ।

ଟ୍ରେନରେ ଥିବା ଟ୍ରେନ ଚାଳକ ଅର୍ଥାତ ଲୋକପାଇଲଟ ଜଣଙ୍କ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିନଥିଲେ । ବଂର ନାଲି କପଡାକୁ ବେଖାତିର କରି ଟ୍ରେନର ଦ୍ରୁତ ଗତି ନକମାଇ ଆଗକୁ ଆଗକୁ ମାଡି ଯାଇଥିଲେ । ତେବେ ଟ୍ରେନକୁ ଅଟକାଇବାକୁ ଏହି 2 ଜଣ ଛାତ୍ର କାହିଁକି ଚେଷ୍ଟା କରୁଥିଲେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ? କାରଣ ସେହି ଟ୍ରେନ ଧାରଣାରେ ଟିକେ ପୂର୍ବରୁ ହିଁ ଜଣେ ଛାତ୍ରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ଟ୍ରେନରେ କଟିଯାଇ ଛାତ୍ର ଜଣଙ୍କ ନିଜର ପ୍ରାଣ ହରାଇଥିଲେ । ସେହି ଛାତ୍ରଙ୍କର ମୃତ ଦେହଟି ସେହି ରେଳ ଧାରଣାରେ ପଡି ରହିଥିଲା । ତେଣୁ ରେଳ ଧାରଣରେ ଜୀବନ ଯାଇଥିବା ଛାତ୍ରଙ୍କର ସାଙ୍ଗ ମାନେ ଏହା ପଛରେ ଆସୁଥିବା ଆଉ ଏକ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ବନକାଟି ପେଟ୍ରୋଲ ପମ୍ପ ଠାରେ ଏହି ଘଟଣାଟି ଘଟିଛି ।

ଅପରାହ୍ନ ସମୟରେ ସେହି ଟ୍ରେନ ଧାରଣାରେ ଜଣେ ଛାତ୍ରଙ୍କର ଟ୍ରେନରେ ଦୁର୍ଘଟଣା ଘଟି ପ୍ରାଣ ଚାଲିଯାଇଥିଲା । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଛାରପୋଖରିଆ ଥାନା ବାସଦା ଗ୍ରାମର ଜଣେ ଆଇଟିଆଇ ଛାତ୍ର ଲିପୁନ ମହାନ୍ତ । ଛାତ୍ର ଜଣଙ୍କ କାନରେ ଇୟରକର୍ଡ ଲଗାଇ ଫୋନରେ କଥା ହେଉଥିବା ବେଳେ ବାଙ୍ଗିରିପୋଷୀରୁ ବାଲେଶ୍ଵର ଯାଉଥିବା ମେମୁ ଟ୍ରେନ ଛାତ୍ରକୁ ଧକା ଦେଇଥିଲା । ଯେହେତୁ ମୃତ ଛାତ୍ରଙ୍କର ମୃତ ଦେହ ଟ୍ରେନ ଧାରଣାରୁ ଉଦ୍ଧାର କରାଯାଇନଥିଲା । ତେଣୁ ମୃତ ଛାତ୍ରର ସାଙ୍ଗ ମାନେ ତାପରେ ଆସୁଥିବା ଆଉ ଏକ ଟ୍ରେନକୁ ଅଟକାଇବାକୁ ନାଲି କପଡା ଧରି ଚେଷ୍ଟା କରୁଥିଲେ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *