‘ମାରିବ ଯଦି ମତେ ମାରିଦିଅ, କିନ୍ତୁ ମୋ ସମ୍ବଲପୁରୀ ଫିଲ୍ମ ରିଲିଜ ହେଇଯାଉ…’ କିଡନାପ ହେଲା ପରେ କାନ୍ଦି କାନ୍ଦି ସୋସିଆଲ ମିଡିଆରେ କଣ କହିଲେ Jojo, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଯୋଗେଶ ଯୋଯୋଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଯୋଯୋ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ଯୋଯୋ ସଫଳତା ପାଇଛନ୍ତି । ତେବେ ଆମ ଓଡିଶାରେ ଯୋଯୋଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଯୋଯୋ ନିଜ ଜବରଦସ୍ତ କମେଡି ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତିଛନ୍ତି ଓ ଯୋଯୋ ନିଜ କମେଡି ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି ।ତେବେ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଅପହରଣ ଅଭିଯୋଗ । ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ । ଏନେଇ ଏକ ଭିଡିଓ ଜାରି କରି ନିଜ ଦୁଃଖ ବଖାଣିଛନ୍ତି ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ।

ଖବର ଅନୁଯାୟୀ ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ । ୨ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି ମୁହଁରେ ଗାମୁଛା ପକାଇ ଥିଲେ । ପ୍ରଥମେ ମାଆଡ ମାଆରିଇବା ସହ ପରେ ବଅନ୍ଧୁଉକ ଦେଖାଇ କୌଣସି ଏକ ଅଜଣା ସ୍ଥାନକୁ ନେଇ ସେଠାରେ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି ।

ଯଦି ବଂଚିବାର ଅଛି ଭିଡିଓ ଲାଇନ ଛାଡିଦେ ବୋଲି ଦୁଇ ଜଣ ଦୁବୃତ୍ତ ଧମକ ଦେଇଥିବା ସେ କହିଛନ୍ତି । ପୂର୍ବରୁ ଘରେ ପତ୍ନୀ ସହିତ ମତାନ୍ତର ହେବାରୁ ଷ୍ଟୁଡିଓରେ ସେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ଚିନ୍ତାଗ୍ରସ୍ତ, ଭୟଭୀତ ଓ ବିବ୍ରତ ଲାଗୁଥିବା ଯୋଗେଶ କାନ୍ଦିକାନ୍ଦି କହୁଛନ୍ତି ଯେ କିଛି ପାରିବାରିକ ସମସ୍ୟା ଓ ମତଭେଦ କାରଣରୁ ସେ ଅବସାଦଗ୍ରସ୍ତ ଥିଲେ ଓ ଷ୍ଟୁଡିଓରେ ଶୋଉଥିଲେ ।

ତାଙ୍କ ସହ ତାଙ୍କ ପୁତୁରା ମଧ୍ୟ ଥିଲେ । କିନ୍ତୁ ଦିନେ ରାତିରେ ପୁତୁରା ଘରକୁ ପୋଷାକ ବଦଳାଇବା ପାଇଁ ଗଲା ପରେ ୨ ଜଣ ବ୍ୟକ୍ତି ମୁହଁରେ ଗାମୁଛା ବାନ୍ଧି ତାଙ୍କ ଷ୍ଟୁଡିଓକୁ ଆସିଥିଲେ । ଜଣେ କଳା ରଙ୍ଗର ଓ ମୋଟା ଥିଲାବେଳେ ଅନ୍ୟ ଜଣେ ପତଳା ଶରୀରର ଥିଲେ । ଉଭୟ ପଶିବା ମାତ୍ରେ ଯୋଗେଶଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ କାଢ଼ି ବେକରେ ଲଗାଇ ଥିଲେ ।

ତୋର ବଞ୍ଚିବାର ଅଛି ଯଦି ଭିଡିଓ ଲାଇନ୍‌ ଛାଡ଼ିଦେ କହିଲେ । ଏହାପରେ ସିସିଟିଭିର ହାର୍ଡଡିସ୍କ କାଢ଼ି ନେଇଥିଲେ । ପରେ ତାଙ୍କୁ ବନ୍ଧୁକ ମୁନରେ ପଲ୍‌ସର ମୋଟର୍‌ ସାଇକଲ୍‌ରେ ବସାଇ କୌଣସି ଏକ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଯୋଗେଶ ଅଭିଯୋଗ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *