ଯୋନିରେ ଜଳାପୋଡା (Vaginal Infection) ହେବା ବା କୁଣ୍ଡାଇ ହେବା ! ଜାଣନ୍ତୁ କେମିତି ପାଇବେ ମୁକ୍ତି ? Dr Sumita Arora

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଅଧିକାଶଂ ମହିଳା ଙ୍କର ଯୋନିରେ ସଂକ୍ରମଣ ସମସ୍ୟା ହେଉଛି । ଗୋଟିଏ ସୁସ୍ଥ ଝିଅର ଗୁପ୍ତାଙ୍ଗରେ ସାଧାରଣତଃ ଗୋଟିଏ ପିଏଚ୍ ଥାଏ । ସେମାନଙ୍କ ଗୁପ୍ତାଙ୍ଗ ଏସିଡ ବାଲାନ୍ସ ପିଏଚ ରେ ରହିଥାଏ । ତେବେ ଏହି ପିଏଚ କୁ ମେଣ୍ଟେନ କରିବା ପାଇଁ ଲାକ୍ଟୋବେସିଲାଇ ବେକ୍ଟେରିଆ ରହିଥାଏ। ଏହି ଲାକ୍ଟୋବେସିଲାଇ ବେକ୍ଟେରିଆ ଲାଇକୋଜେନଟିକୁ ଲାକଟିକ ଏସିଡରେ ପରିବର୍ତ୍ତନ କରାଇ ପିଏଚକୁ ମେଣ୍ଟେନ କରି ରଖିଥାଏ ।

ଏହା ପିଏଚ କୁ ୪ କିମ୍ବା ୪.୫ ରଖିଥାଏ । ତେବେ ହେଲେ କୈଣସି କାରଣ ବସତଃ ଏହି ଲାକ୍ଟୋବେସିଲାଇ ବେକ୍ଟେରିଆ ସ୍ପଏଲ ହେଇଯାଉଛି ତା ହେଲେ ନିଶ୍ଚୟ ଗୁପ୍ତ ଅଙ୍ଗରେ ଇନଫେକ୍ସନ ହେବ । ତେବେ ଖାସ୍ କରି ଗୋଟିଏ ଝିଅର ପିରିୟଡ ହେବା ସମୟ ରେ ଏହି ପରି ଯୋଡି ଇନଫେକ୍ସନ ହେବାର ଅଧିକ ଚାନ୍ସ ରହିଥାଏ । ଏହି ପିରିୟଡ ହେବା ସହିତ ପ୍ୟଡଟି ଅଧିକ ଷ୍ଟ୍ରେଚ୍ ହୋଇଥାଏ ।

ବେଳେବେଳେ ଗୁପ୍ତ ଅଙ୍ଗ କୁଣ୍ଡାଇ ହୁଏ ଓ ବେଳେବେଳେ ଟିକେ ସ୍ମେଲ ବି ହୁଏ । କେତେକ ମହିଳାଙ୍କର ଗୁପ୍ତ ଅଙ୍ଗରେ ଫଙ୍ଗଲ ଇନଫେକ୍ସନ ମଧ୍ୟ ହୋଇଥାଏ । ତେବେ ଗର୍ଭବତୀ ମହିଳା ଯେଉଁ ମାନେ ଅନେକ ଦିନ ଧରି ମେଡ଼ିସିନ ଖାଉଥିବେ। ଯେଉଁ ମହିଳାଙ୍କ ଡାଇବେଟିସ ଥିବ ଓ ଯେଉଁ ମହିଳାଙ୍କ କିଡ୍ନି ଟ୍ରାନ୍ସପ୍ଳାଣ୍ଟ ହେଇଥିବ ସେମାନଙ୍କ କ୍ଷେତ୍ରରେ ଫଙ୍ଗଲ ଇନଫେକ୍ସନ ଦେଖା ଦେଇଥାଏ ।

ବନ୍ଧୁଗଣ ମହିଳା ଙ୍କ ଗୁପ୍ତାଙ୍ଗରେ ଅନେକ ପ୍ରକାରର ଇନଫେକ୍ସନ ରହିଛି । ସବୁ ଇନଫେକ୍ସନ ର ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖାଦିଏ । ତେବେ ଅଧିକାଂଶ କ୍ଷେତ୍ରରେ ମହିଳାଙ୍କ ଗୁପ୍ତ ଅଙ୍ଗ ବ୍ୟାକ୍ଟେରିଆ ପାଇଁ ଇନଫେକ୍ସନ ହୋଇଥାଏ । ଯଦି ଏହି ବେକ୍ଟେରିଆ ପାଇଁ ଗୁପ୍ତ ଅଙ୍ଗରେ ଇନଫେକ୍ସନ ହୋଇଥାଏ ତେବେ ଗୁପ୍ତାଙ୍ଗରୁ ହ୍ୱାଇଟ କିମ୍ବା ଗ୍ରେ କଲରର ଡିସଚାର୍ଜ ହେବ । ହେଲେ ଏହି ଇନଫେକ୍ସନ ରେ ଗୁପ୍ତାଙ୍ଗ କୁଣ୍ଡେଇ ହେବ ନାହଁ ।

ଏହି ଇନଫେକ୍ସନ ହେଲେ ଗୁପ୍ତାଙ୍ଗ ରେ ଦୂର୍ଗନ୍ଧ ହେବ । ଏହା ସହିତ ଆଉ ଗୋଟେ ଇନଫେକ୍ସନ ହେଲା ଫଙ୍ଗଲ ଇନଫେକ୍ସନ । ଏହି ଇନଫେକ୍ସନ ବି ଅଧିକାଶଂ ମହିଳା ମାନଙ୍କ ଗୁପ୍ତାଙ୍ଗରେ ହୋଇଥାଏ । ତେବେ ଏହି ଇନଫେକ୍ସନ ହେଲେ ଗୁପ୍ତାଙ୍ଗରୁ ଥିକ୍ କିମ୍ବା ଦହୀ ଭଳି ଡିସଚାର୍ଜ ହେବ ପରିସ୍ରା ସ୍ଲୋ ହେବ । ପରିସ୍ରା କଳା ହେବ ପରିସ୍ରା ରେ ଜୋଳା ପୋଡା ହେବ । ଏହା ହେଲେ ଗୁପ୍ତାଙ୍ଗ ସ୍ମେଲ ହେବ ନାହିଁ ।

ତେବେ ଏଠାରେ ଶେଷ ଇନଫେକ୍ସନ ଟି ହେଲା ଟ୍ରାଇକୋମୋନାସ ଇନଫେକ୍ସନ । ଏହା ବହୁତ ମହିଳା ଙ୍କୁ ହୋଇଥାଏ । ଏହି ଇନଫେକ୍ସନ ହେଲେ ଗୁପ୍ତାଙ୍ଗରୁ ହଳଦିଆ ରଙ୍ଗର ମୋଟା ଡିସଚାର୍ଜ ହୁଏ । ଏହା ହେଲେ ଡାକ୍ତର ମାନେ ମହିଳା ମାନଙ୍କ ସହିତ ତାଙ୍କର ପାର୍ଟନର ଙ୍କର ବି ଚିକିତ୍ସା କରିଥାନ୍ତି।ତେବେ ଯେବେ ଡାକ୍ତର ଙ୍କ ପାଖକୁ ଯିବେ ଡାକ୍ତର ଆପଣଙ୍କୁ କିଛି ମାସର ମେନ୍ସଷ୍ଟ୍ରକ୍ସନ ସାଇକେଲ ବିଷୟରେ ପଚାରି ପାରନ୍ତି।କିଛି ଟେଷ୍ଟ କରିବା ପାଇଁ କହିପାରନ୍ତି।ପରେ ସେ ଏହାର ଚିକିତ୍ସା କରିଥାନ୍ତି।

ତେବେ ଏହା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ଯେପରି-

୧-ବ୍ୟବହାର କରୁଥିବା ଅଣ୍ଡର ଗାର୍ମେଣ୍ଟ ଗୁଡିକୁ ୧୦ ମିନିଟ ଯାଏ ଗରମ ପାଣି ରେ ବୁଡାଇ ରଖି ଭଲ ଭାବରେ ଧୋଇ ଭଲ ଭାବରେ ଶୁଖିଲା ପରେ ବ୍ୟବହାର କରନ୍ତୁ।କଟନ ଗାର୍ମେଣ୍ଟ ହିଁ ବ୍ୟବହାର କରନ୍ତୁ।

୨-ସେହି ସ୍ଥାନରେ ସାବୁନ ବା ଅନ୍ୟ କିଛି କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।ନର୍ମାଲ ପାଣି ରେ ହିଁ ଧୋଅନ୍ତୁ।

୩-ସେହି ସ୍ଥାନ କୁ ସର୍ବଦା ସଫା ଓ ଶୁଖିଲା ରଖିବା ପାଇଁ ଟ୍ରାଇ କରନ୍ତୁ।

୪-କିଛି ଓଏଣ୍ଟମେଣ୍ଟ,କ୍ରିମ,ଲୋସନ ଆଦି ବ୍ୟବହାର କରିବା ପୂର୍ବରୁ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ।

୫-ଶାରିରୀକ ସମ୍ବନ୍ଧ ପରେ ସଙ୍ଗେ ସଙ୍ଗେ ପରିସ୍ରା କରନ୍ତୁ ଓ ସେହି ସ୍ଥାନକୁ ଧୋଇ ଦିଅନ୍ତୁ।

୬-ପାଣି ଆବଶ୍ୟକ ପରିମାଣର ପିଅନ୍ତୁ।ତା ସହିତ ବଟର ମିଲ୍କ ବା ଦହି ଖାଆନ୍ତୁ।ଯଦ୍ୱାରା ଲାକ୍ଟୋବାସିଲସ ବ୍ୟାକ୍ଟେରିଆ ତିଆରି ହୋଇ ଇଂଫେକ୍ସନ ରୁ ପ୍ରୋଟେକ୍ଟ କରି ପାରିବ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *