ଗ୍ରାହକଙ୍କୁ ଝଟକା ଦେଲା Reliance Jio, ବନ୍ଦ ହେଲା ସବୁଠୁ ଶସ୍ତା ଏହି ପ୍ରିପେଡ୍ ପ୍ଲାନ୍

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାରତର ନମ୍ବର ୧ ଟେଲିକମ ଅପରେଟର ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । ନିଜ ଟଙ୍କିକିଆ ପ୍ରିପେଡ ପ୍ଳାନ କୁ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି ରିଲାଏନ୍ସ ଜିଓ । ଏହି ରିଚାର୍ଜ ପ୍ଳାନ ଏବେ କୌଣସି ଆପ କିମ୍ବା କମ୍ପାନୀର ୱେବସାଇଟରେ ଉପଲବ୍ଧ ନାହିଁ । ଆପଣ ମାନେ ଏହା ଭଲ ଭାବରେ ଅବଗତ ଯେ, ଚଳିତ ମାସ ଆରମ୍ଭରେ ନିଜ ବଛା ବଛା ଗ୍ରାହକଙ୍କ ପାଇଁ ଏହି ୧ ଟଙ୍କିଆ ପ୍ଳାନ ଲଞ୍ଚ କରିଥିଲା ଜିଓ ।

ଏହି ଟଙ୍କିକିଆ ପ୍ଲାନରେ ୩୦ ଦିନ ପାଇଁ ଆପଣଙ୍କୁ ୧୦୦ ଏମବିର ଡାଟା ଦିଆଗଲା । ଏବଂ ଏହି ପ୍ରିପେଡର ଅବଧିକୁ ମଧ୍ୟ ୩୦ ଦିନରୁ କମ କରାଯାଇ ମାତ୍ର ଗୋଟିଏ ଦିନ କରି ଦିଆଯାଇଥିଲା । ଏବେ କିନ୍ତୁ ଏହି ପ୍ଲାନକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛି କମ୍ପାନୀ । କିନ୍ତୁ ଏହା ପଛରା କାରଣ କମ୍ପାନୀ କହିନାହିଁ । ବର୍ତ୍ତମାନ ଏହା ଗ୍ରାହକଙ୍କ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟି ସାରିଛି ।

କାରଣ ହଟାତ ରିଲାଏନ୍ସ ଜିଓ ଗ୍ରାହକ ଆଡକୁ ନିଜ ଶସ୍ତା ପ୍ଳାନରେ ଫସାଇବା ପରେ ବର୍ତ୍ତମାନ ସେହି ପ୍ଳାନ ରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ଗୁଡିକୁ ବନ୍ଦ କରିବାରେ ବସିଛି । ଏହା କେତେ ମାତ୍ରାରେ ଗ୍ରାହକ ମାନଙ୍କୁ ପ୍ରଭାବିତ କରୁଅହି ତାହା ଦେଖିବା ଅପେକ୍ଷାର ବିଷୟ । ମାତ୍ର ୧ ଟଙ୍କାରେ ଏହିଭଳି ପ୍ଳାନ ଉପଲବ୍ଧ କରାଇ ବର୍ତ୍ତମାନ ସେ ସବୁ କୁ ଅଚାନକ ଭାବରେ ବନ୍ଦ କରିଦେବା ଅନେକଙ୍କୁ ନିରାଶ କରିବା ପାଏ ।

ରିଲାଏନ୍ସ ଜିଓ ଯେତେବେଳେ ପୂର୍ବରୁ ନିଜର ଶସ୍ତା ପ୍ଳାନ ତଥା ମାଗଣା ରେ ସିମ ଯୋଗାଇ ଦେଇଥିଲା । ସେତେବେଳେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ । କାରଣ ସେହି ପ୍ଳାନ ଗୁଡିକ ଏଭଳି ଶସ୍ତା ଥିଲା ଯେ ଗ୍ରାହକ ମାନଙ୍କୁ ତାହା ଅଧିକ ମାତ୍ରାରେ ଆନନ୍ଦ ତଥା ଇଣ୍ଟର୍ନେଟ ର ସୁବିଧା ଯୋଗାଇ ଦେଉଥିଲା । ମାତ୍ର ତାହା ଧୀରେ ଧୀରେ ବନ୍ଦ କରିବା ପରେ ବର୍ତ୍ତମାନ ୧ ଟଙ୍କିଆ ପ୍ଳାନ ବାହାର କରି ତାହାକୁ ମଧ୍ୟ ବନ୍ଦ କରିଦେଲା ।

ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *