ଦେଖନ୍ତୁ Video: ‘ଝିଅକୁ ମାତ୍ର ୪୦୦ ଟଙ୍କା ଦରମାରେ ପଢେଇ ଡାକ୍ତର କଲି, ହେଲେ ସେ ଟୋକା ଆସି…’ ନିଜ ପ୍ରେମକୁ ପାଇବା ପାଇଁ ଥାନାରେ ଝିଅ, ବାପା ଯାହା କହିଲେ ନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ବାପାଙ୍କର ଦୁଇ ଝିଅ ମଧ୍ୟରୁ ବଡ ଝିଅ ଜଣେ ସରଦାର କୁ ଭଲ ପାଇ ବାପା, ମା, ଭଉଣୀ ଙ୍କୁ ଛାଡି ସବୁଦିନ ପାଇଁ ସେହି ପୁଅ ସାଙ୍ଗରେ ଚାଲିଯାଇଛନ୍ତି । ଏହାପରେ ବାପା ଜଣଙ୍କ ଦୁଃଖ ରେ ମର୍ମାହତ ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଝିଅ ର ବାପା କହିଛନ୍ତି ଯେ ଆଉ ବୁଝେଇବାକୁ ରହିଲା କୋଊଠି ? ମୁଁ ମୋ ଝିଅ କୁ ୪୦୦ ଟଙ୍କା ରେ ଚାକିରୀ କରି ତାକୁ ଡାକ୍ତର ବନାଇଥିଲି । 

ମାତ୍ର ସେ ଆଜି ତା ବାପା, ମା, ଭଉଣୀ ଙ୍କୁ ଏଠି ଛିଡା କରିଦେଇଛି । ଆଉ କ’ଣ ଆଶା ରଖିବି ଝିଅ ଠାରୁ ? ମାତ୍ର ଏହା ଏକ ଷଡଯନ୍ତ୍ର ହୋଇ ଏକ ପିଲାର କ୍ୟାରିୟର କୁ ଡାମେଜ କରା ଯାଉଅଛି । ମାତ୍ର ବର୍ତ୍ତମାନ ବୋଧ ହୁଏ ସେମାନେ କୋର୍ଟ ମ୍ୟାରେଜ କରିବାକୁ ଯାଇ ପାରନ୍ତି । ସେମାନେ ବର୍ତ୍ତମାନ ଥାନାର ସୁରକ୍ଷା ଏଥିପାଇଁ ଲୋଡିଛନ୍ତି ଯେ କାଲି ଯେତେବେଳେ ମୁଁ ଏହି କଥା ଶୁଣିଲି ଯେ ମୁଁ ଆଉ ଘରକୁ ଜିବିନାହିଁ, ମୁଁ ତାକୁ ମ୍ୟାରେଜ କରିବି ।

ମାତ୍ର ଝିଅ ମୋର ଯେତେବେଳେ ୧୫ ଦିନ ପୂର୍ବ ରୁ ଆସିଥିଲା ମୁଁ ଆମ୍ଭ ସମ୍ପର୍କୀୟ ଜଣେ ହେବେ ତାଙ୍କ ପୁଅ ଏମସ ଜଣେ ଭଲ ଡାକ୍ତର ତାଙ୍କ ସହିତ ବିବାହ କରିବା ନିମନ୍ତେ ପ୍ରସ୍ତାବ ପକାଯାଇଥିଲା ଏବଂ ମୋ ଝିଅ ମଧ୍ୟ କହିଥିଲା ଯେ ବାପା ମୁଁ PG ପାଇଯାଏ ମୋ ବାହାଘର ଭଲରେ କରିବ । ମାତ୍ର ୧୫ ଦିନ ପରେ କାଲି ୮.୩୦ ରେ ମୁଁ ଘରକୁ ଆସିବା ପରେ ସେତେ ବେଳେ ମୋ ସ୍ତ୍ରୀ ମତେ ଧରି କାନ୍ଦିଲେ, ଏବଂ କହିଲେ କୁନା ଅର୍ଥାତ ବଡଝିଅ ଫୋନ କରିଥିଲା କହିଲା ଯେ ମୁଁ ସେହି ସରଦାର କୁ ବାହା ହେବି ।

ସମୁଦାୟ ୭ ବର୍ଷ ପୂର୍ବ ରୁ ସେହି ପୁଅ ସାଙ୍ଗେ ପଳାଇ ଯାଇଥିଲା ଏବଂ ସେ ୪୦ ହଜାର କରି ଟଙ୍କା ଉଠାଇଥିଲା ପ୍ରାୟ ୨ ଲକ୍ଷ । ଏହାପରେ ମୁଁ ଖଣ୍ଡଗିରୀ ଥାନା ରେ ଅଭିଯୋଗ କରିବା ପରେ ଝିଅ ଏବଂ ସେ ପୁଅ କୁ ଖଡଗପୁର ରେଲୱେ ଷ୍ଟେସନ ରୁ ଧରା ହୋଇଥିଲା । ମାତ୍ର ପୁଅ ର ବାପା ମା’ ଗେମ ଖେଳୁଛନ୍ତି । ଝିଅ ବ୍ୟାଙ୍ଗଲୋର ରେ ପାଠ ପଢୁଥିଲା ।

ଝିଅ କହିଲା ମୁଁ ଆସୁଛି ମାତ୍ର ମୁଁ ଯେତେବେଳେ ଆଣିବାକୁ ଗଲି ସେତେବେଳେ ଦେଖିଲି ତା ସହିତ ସରଦାର ମଧ୍ୟ ଥିଲା । ମୋ ଝିଅ ବର୍ତ୍ତମାନ ସାବାଳିକା ହୋଇ ଗଲାଣି ତେଣୁ ଆଇନ ଅନୁଯାୟୀ ମୋର କିଛି ଅଧିକାର ନାହିଁ ସେ ତା’ ଇଛା ଅନୁଯାୟୀ ଯାହା କରିବ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *