ଝିଅ ଠୁ ବଳିକି ବାପା ! ଝିଅ ବଡ଼ବଡ଼ିଆଙ୍କୁ ବାପା ଗରିବଙ୍କୁ…ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଝିଅ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ର । ରାଜଧାନୀରେ ଖୋଲିଥିଲେ ରଙ୍ଗଶାଳା! ଆଉ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କା । ସେପଟେ ବାପା ମଧ୍ୟ କମ୍‌ ନୁହେଁ । ଡଙ୍ଗର ଜଙ୍ଗଲ ଜମିରେ ଟେଲ୍‌ରିଂ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କୁ ତଡ଼ି ଦେଇଛନ୍ତି । ଆଉ ସେଠାରେ ନିଜ ଶାଶୁଙ୍କ ସହ ମିଶି ଦୁଇ ମହଲା ଚକାଚକ୍‌ କୋଠା ତିଆରି କରିଥିବା ଅଭିଯୋଗ ହୋଇଛି । ଝିଅ ପରେ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଆସିଛି ବାପାଙ୍କ କଳା କାରନାମା ।

ତେବେ ବୁଢ଼ାଡଙ୍ଗର ପାହାଡ଼ ପାଦ ଦେଶରେ ରହିଛି କେସିଙ୍ଗା ଟାଉନ୍‌ । ଆଉ ସେଠାରେ ଥିବା ଜଙ୍ଗଲ ଜମିରେ ଗୋଟିଏ ଖପର ଘର ତିଆରି କରି ଟେଲରିଂ ଦୋକାନ କରିଥିଲେ ହୃଷିକେଶ ମହଲା । ସେଥିରେ ଚଳୁଥିଲା ତାଙ୍କ ତେଲ ଲୁଣର ସଂସାର । ତାଙ୍କ ଦୋକାନ ପାଖରେ ରାଜଧାନୀର ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ଅଜା ଓ ଆଇ ଘର କରି ରହୁଥିଲେ । ତେବେ ୨୦୧୯ ମସିହାରେ ହୃଷିକେଶଙ୍କ ଦୋକାନକୁ ହାତେଇବା ପାଇଁ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ ଉଦ୍ୟମ କରିଥିଲେ ।

ଘର ଛାଡ଼ିବା ପାଇଁ ଚାପ ପକାଇଲେ । ହୃଷିକେଶଙ୍କୁ ନାନା ହଇରାଣ ହରକତ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଘରେ ତାଲା ପକାଇ ଦିଆଯାଇଥିବା ହୃଷିକେଶ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ହୃଷିକେଶ ସେତେବେଳେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପରେ ପୁଲିସ୍‌ ତଦନ୍ତ କରିବାକୁ ଆସିଥିଲେ ମଧ୍ୟ ନିରାଶ ହୋଇଥିଲେ ହୃଷିକେଶ । ବାଧ୍ୟ ଘର ଛାଡ଼ିଥିଲେ ।

ତେବେ ହୃଷିକେଶଙ୍କ ଠାରୁ ଘର ଛଡ଼ାଇ ନେଇ ସୁରେନ୍ଦ୍ର ନାଗ ସେଠାରେ ତିଆରି କରିଥିଲେ ଚକାଚକ ଦୁଇ ମହଲା ଘର । ସେହି ଘର ଏବେ କେସିଙ୍ଗା ବଜାରରେ ଶୋଭା ବର୍ଦ୍ଧନ କରୁଛି । ମିଳିଥିବା ସୂଚନା ଅନୁସାରେ ସେହି ଘରଟି କୁଆଡ଼େ ବେଆଇନ୍‌ ଭାବେ ଡଙ୍ଗର ଜଙ୍ଗଲ ଜମିରେ ତିଆରି ହୋଇଛି । ଘରର କାଗଜପତ୍ର କିଛି ନାହିଁ । କେସିଙ୍ଗା ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟଳୟ ବା କେସିଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ପାଖରେ ମଧ୍ୟ କୌଣସି କାଗଜାତପତ୍ର ନାହିଁ ।

ଜବର ଦଖଲ ଭାବେ ଅନେକ ପରିବାର ଏହି ବୁଢ଼ା ଡଙ୍ଗର ପାହାଡ଼ର ପାଦ ଦେଶରେ ରହୁଛନ୍ତି । ତେବେ ପୋଲିସର ତଦନ୍ତ କେତେ ଆଗେଇଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ଅର୍ଚ୍ଚନା ‘ନାଗ’ ଫାଶରେ ଫସିଥିବା ନେତା, ମନ୍ତ୍ରୀ, ଅଧିକାରୀ, ବ୍ୟବସାୟୀଙ୍କୁ ପୋଲିସ ପଚରାଉଚରା କରିଛି କି ନାହିଁ, ତାହା ଜଣାପଡ଼ିନାହିଁ । ତା’ଛଡ଼ା ପୋଲିସ୍ କେଉଁମାନଙ୍କୁ ସାକ୍ଷୀ ଭାବେ ପରିସରଭୁକ୍ତ କରିଛି, ତାହା ମଧ୍ୟ ଅସ୍ପଷ୍ଟ ।

ତେବେ ଏହାକୁ ନେଇ ନା ତଦନ୍ତକାରୀ ଅଧିକାରୀ କିଛି ସୂଚନା ଦେଉଛନ୍ତି ନା ଖୋଦ୍ ଡିସିପି କିମ୍ବା ପୋଲିସ୍ କମିଶନର କିଛି ସୂଚନା ଦେଉଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ମାମଲା ଆଗକୁ ବଢ଼ିବ କି ନାହିଁ । ତେବେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଯୁବ କଂଗ୍ରେସ ପକ୍ଷରୁ ସିପି ଅଫିସ ଘେରାଉ । ଅର୍ଚ୍ଚନା ନାଗକୁ ଘଂଟ ଘୋଡ଼ାଇବାରେ ଅନେକ ଶିଳ୍ପପତି, ବ୍ୟବସାୟୀ ଓ ଶାସକ ଦଳର ନେତା ମନ୍ତ୍ରୀ ସାମିଲ ଅଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ରାଜ୍ୟରେ ଏଭଳି ରଙ୍ଗଶାଳା ଚାଲୁଛି କିନ୍ତୁ କମିଶନରେଟ୍ ପୋଲିସ କିଭଳି ଟେର ପାଉନି ବୋଲି ପ୍ରଶ୍ନ ଉଠାଇଛି ପ୍ରଦେଶ ଛାତ୍ର କଂଗ୍ରେସ । ପୋଲିସ ଏହାର ନିରପେକ୍ଷ ତଦନ୍ତ କରୁ ଯେଉଁମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ତାଙ୍କୁ ଲୋକଲୋଚନକୁ ଆଣୁ । ଏନେଇ ସିପିଙ୍କୁ ଲିଖିତ ଆକାରରେ ଏକ ଦାବି ପତ୍ର ଜଣାଇଛି ଯୁବ କଂଗ୍ରେସ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *