ଯେତେବେଳେ ଅଟଳ କହିଥିଲେ ‘ମତେ ଯୌତୁକରେ ପାକିସ୍ତାନ ଦରକାର’ ଆଉ ତା’ ପରେ….( Atal Bihari Vajpayee Birthday Special)

ବନ୍ଧୁଗଣ ଶାନ୍ତ, ସରଳ, ଏବଂ ନମ୍ର ବ୍ୟବହାର । କିଛି ଏଭଳି ଥିଲା ତାଙ୍କ ବ୍ୟକ୍ତିତ୍ଵ । ଭାରତୀୟ ରାଜନୀତି ରେ ଅଟ୍ଟଳ ବିହାରୀ ହେଉଛି ଏକ ଏପରି ନାମ, ଯିଏ ନିଜ ବ୍ୟକ୍ତିତ୍ଵ ବଳରେ ବ୍ୟାପକ ସମର୍ଥନ ଏବଂ ସନ୍ନମାନ ହାସଲ କରିଥିଲେ । ତାଙ୍କୁ ଯେତେବଡ କଟୁ କଥା କହିଲେ ମଧ୍ୟ ସେ ରାଗି ନଥାନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଚୁପ ରାହିଜାଆନ୍ତି ବରଂ ଏଭଳି ଉତ୍ତର ଦେଇଥାନ୍ତି ଯେ ସାମ୍ନା ଲୋକର ପାଟି ବନ୍ଦ କରିଦେଇଥାନ୍ତି ।

ଆଜି ଆମ୍ଭେ ସେହି ବ୍ୟକ୍ତିତ୍ଵ ର ସେହିଭଳି ଏକ ଘଟଣା କହିବୁ ଯାହାକୁ ନେଇ ସେ ବେସ ଚର୍ଚ୍ଚା ରେ ରହିଥିଲେ । ୧୬ ମାର୍ଚ ୧୯୯୯ ମସିହା, ସେତେବେଳେ ଦେଶର ପ୍ରଧାନ ମନ୍ତ୍ରୀ ଥାନ୍ତି “ଅଟ୍ଟଳ ବିହାରୀ ବାଜପେଇ” । ଭାରତ ପାକିସ୍ଥାନ ର ସମ୍ପର୍କ ସୁଧାରିବା ନିମନ୍ତେ ସେ ଦୁଇ ଦେଶ ମଧ୍ୟରେ ବସ ସେବା ଆରମ୍ଭ କରିଥିଲେ । ଏବଂ ଅଟ୍ଟଳ ନିଜେ ବସ ରେ ବସି ଅମୃତସର ରୁ ଲାହୋର ଯାଇଥିଲେ ।

ଆଉ ସେଠାରେ ଗର୍ଭର୍ନର ହାଉସ ରେ ଏଭଳି ଭାଷଣ ଦେଇଥିଲେ ଯେ ପାକିସ୍ଥାନ ର ରାଜନେତା ମାନେ ତାଳି ନମାରି ରହି ପାରିନଥିଲେ । ଭାଷଣ ପରେ ଏକ ରୋଚକ ଘଟଣା ଘଟିଥିଲା ପାକିସ୍ଥାନ ର ଜଣେ ମହିଳା ସାମ୍ବାଦିକା ବାଜପେଇ ଙ୍କୁ କହିଥିଲେ,- “ଆପଣ ଅବିବାହିତ ଅଛନ୍ତି ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି । ହେଲେ ମୁହଁ ଦେଖା ରେ କାଶ୍ମୀର ଦରକାର” । ମାତ୍ର ଆଉ କେହି ହୋଇଥିଲେ ବୋଧହୁଏ ଏହି ପ୍ରଶ୍ନ ରୁ ଆଡେଇ ଯାଇଥାନ୍ତେ ।

ମାତ୍ର ସେ ଥିଲେ ବାଜପେଇ ଏବଂ ପ୍ରତି ଉତ୍ତରରେ କହିଥିଲେ ଯେ,- “ମୁଁ ବିବାହ କରିବାକୁ ରାଜି ଅଛି ମାତ୍ର ମତେ ଯୌତୁକ ରେ ସଂପୂର୍ଣ୍ଣ ପାକିସ୍ଥାନ ଦରକାର” କଣ ଦେଇ ପାରିବେ ଆପଣ ? ଏଭଳି ଉତ୍ତର ଶୁଣି ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା । ଭାରତର ରାଜନୈତିକ ଇତିହାସ ରେ ଜଣେ ସଫଳ ବ୍ୟକ୍ତିତ୍ଵ ହେଉଛନ୍ତି “ଅଟ୍ଟଳ ବିହାରୀ ବାଜପେଇ” । ଯିଏ ପ୍ରତ୍ୟକ କ୍ଷେତ୍ରରେ ସଫଳତାର ଶୀର୍ଷ କୁ ଛୁଇଁ ପାରିଛନ୍ତି । ସେ ଏକା ଧାରାରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ଲେଖକ ଏବଂ ସାମ୍ବାଦିକ ।

ରାଷ୍ଟ୍ରୀୟ ସ୍ଵୟଂସବକ ସଂଘ ର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଅଟ୍ଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତା କୁ ନେଇ ରାଜନୀତି ରେ ପାଦ ଥାପିଥିଲେ । ସେ କେବେ ମଧ୍ୟ ବିଚାରଧାରା ସହିତ ସାଲିସ କରିନଥିଲେ । ସେ ହେଉଛନ୍ତି ଦେଶର ସାଲିସ ବିହୀନ ଦୂରଦୃଷ୍ଟି ସମ୍ପର୍କୀୟ ରାଜନେତା । ଆଜି ହେଉଛି ସେହି ମହାନ ରାଜନେତା ଙ୍କ ଜନ୍ମଜୟନ୍ତୀ । ମଧ୍ୟପ୍ରଦେଶ ର ଗ୍ଵାଲିଅର ରେ ୧୯୨୪ ମସିହା ଡିସେମ୍ବର ୨୫ ରେ ଜନ୍ମଗ୍ରହଣ କରିଥିଲେ ଅଟ୍ଟଳ । ଆଜି ତାଙ୍କ ୯୭ତମ ଜନ୍ମଜୟନ୍ତୀ ।

ତାଙ୍କ ବାପା ଥିଲେ ଶିକ୍ଷକ ଏବଂ ମାତା ଥିଲେ ଗୃହିଣୀ । କିନ୍ତୁ ତାଙ୍କର ପ୍ରକୃତ ଘର ଥିଲା ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲା ର ବଟ୍ଟେଶ୍ଵରରେ । ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତର ପ୍ରଦେଶ । ରାଜଧାନୀ ଲକ୍ଷ୍ନୌ ରୁ ସେ MP ଭାବରେ ନିର୍ବାଚିତ ହୋଇଥିଲେ । ରାଜନୀତି ରେ ତାଙ୍କ ଭଳି ବ୍ୟକ୍ତିତ୍ଵ ଥିଲେ ବିରଳ । ରାଜନୀତି ରେ ସଂଖ୍ୟା ତଥା ଭୋଟ କୁ ସେ ବିଶ୍ଵାସ କରୁ ନଥିଲେ, ଫଳରେ କେବଳ ୧ ଟି ଭୋଟ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା ।

ମାତ୍ର ୧୩ ଦିନର ଶାସନ ଭାଙ୍ଗିଯାଇଥିଲା । ଆଉ ଶେଷରେ ତାଙ୍କୁ ବିରୋଧିଦଳ ନେତା ର ଦାଇତ୍ଵ ନିଭାଇବାକୁ ପଡିଥିଲା । ପରେ ହୋଇଥିବା ନିର୍ବାଚ୍ଚନ ରେ ସେ ଦୁଇ ଦୁଇଥର ଭାରତର ପ୍ରଧାନମନ୍ତ୍ରୀ ର ପଦ ସମ୍ଭାଳି ଥିଲେ । ସେ ଭାରତରତ୍ନ ସନମାନରେ ମଧ୍ୟ ସନ୍ନମାନିତ ହୋଇଥିଲେ । ୧୬ ଅଗଷ୍ଟ ୨୦୧୮ ମସିହାରେ ସେ ମୃ-ତ୍ୟୁ ବରଣ କରିଥିଲେ । ଆଜି ସେହି ବିଶିଷ୍ଟ ରାଜନେତା ଙ୍କ ଜନ୍ମ ଅବସରରେ ଆମ୍ଭ ତରଫରୁ ଶ୍ରଦ୍ଧାଞ୍ଜଳି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *