ଶକ୍ତିମାନର ଅଭିନେତ୍ରୀ Vaishnavi ଙ୍କୁ ଷ୍ଟେଜରେ ଦିଆଗଲା ଏମିତି ଅପମାନ, ଶେଷରେ ପୁରସ୍କାର ନନେଇ ଫେରି ଆସିଲେ ଷ୍ଟେଜରୁ

ବନ୍ଧୁଗଣ, ବର୍ତ୍ତମାନ ଯେଉଁଭଳି ବିଭିନ୍ନ ପ୍ରକାରର ଟିଭି ଚ୍ୟାନେଲ ମାଧ୍ୟମରେ ନାନା ପ୍ରକାରର ଟିଭି ସୋ ମାନ ଦେଉଅଛି, ପୂର୍ବରୁ ତାହା ଉପଲବ୍ଧ ନଥିଲା । ଆପଣ ମାନେ ତାହା ବେସ ଭଲ ଭାବରେ ଜାଣନ୍ତି । ବର୍ତ୍ତମାନ ଆମ୍ଭେ ନିଜ ମନ ପସନ୍ଦ ର ଏକ ରୁ ଅଧିକ ଚ୍ୟାନେଲ କୁ ଚୟନ କରି ସେଥିରେ ଉପଲବ୍ଧ ହେଉଥିବା ମନୋରଞ୍ଜନ ଗୁଡିକର ଆନନ୍ଦ ଉଠାଇ ପାରୁଛୁ । ମାତ୍ର ଏହି ସୁବିଧା ଆଗରୁ ଉପଲବ୍ଧ ନଥିଲା ।

ଆଜି ଆମ୍ଭେ ଆପଣ ମାନଙ୍କୁ ପୂର୍ବରୁ ପ୍ରସାରିତ ହୋଇଥିବା ଛୋଟ ଛୁଆ ମାନଙ୍କ ମନପସନ୍ଦ ସିରିଏଲ “ଶକ୍ତିମାନ” ର ପ୍ରମୁଖ ଅଭିନେତ୍ରୀ ଗୀତା ବିଶ୍ଵାସ ସମ୍ବନ୍ଧରେ କହିବାକୁ ଯାଉଅଛୁ । ପୂର୍ବରୁ ନ୍ୟାସନାଲ ଚ୍ୟାନେଲରେ ପ୍ରସାରିତ ସିରିଏଲ “ଶକ୍ତିମାନ” ର ଲୋକପ୍ରିୟ ଅଭିନେତ୍ରୀ ଗୀତା ବିଶ୍ଵାସ ଙ୍କୁ କିଏ ବା ନ ଜାଣେ ? ସୂଚନା ଅନୁଯାୟୀ ବର୍ତ୍ତମାନ ଟେଲିଉଡରେ ଗୀତା ବିଶ୍ଵାସ ଙ୍କୁ ନେଇ ଏବେ ଚର୍ଚ୍ଚା ।

ଏହାର କାରଣ ହେଉଛି ଯେ ପୁରସ୍କାର ଉତ୍ସବ ରେ ଅପମାନିତ ହେବାପରେ ସୋସିଆଲ ମିଡିଆ ରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଭିନେତ୍ରୀ ବୈଷ୍ଣବୀ ମହାନ୍ତ ଓରଫ ଗୀତା ବିଶ୍ଵାସ । ମୁମ୍ବାଇ ରେ ଅନୁଷ୍ଠିତ ହେଉଥିଲା “ଗ୍ଲୋବାଲ ଆଚିଭର୍ସ ଆୱାର୍ଡ” । ସେଥିରେ ବୈଷ୍ଣବୀ ମହାନ୍ତଙ୍କୁ ଅଭିନୟ କ୍ଷେତ୍ରରେ ତାଙ୍କର ଅନନ୍ୟ ଅଭିନୟ ପାଇଁ ଅଭିନନ୍ଦନ ଜଣାଇ ପୁରସ୍କୃତ କରିବାକୁ ନିମନ୍ତ୍ରଣ କରାଯାଇଥିଲା ।

ସେହି କାର୍ଯ୍ୟକ୍ରମରେ ସମସ୍ତ ସେଲିବ୍ରେଟି ଙ୍କ ଭଳି ସଠିକ ସମୟରେ ପହଞ୍ଚିଥିଲେ, ବୈଷ୍ଣବୀ । କିନ୍ତୁ ସେଠାରେ ଯାହା ଘଟିଲା ତାକୁ ସେ ସହଜରେ ବିଶ୍ଵାସ କରି ପାରିଲେ ନାହିଁ । ତାଙ୍କ ନାଁ କୁ ଡାକିବା ସମୟରେ ଭୁଲରେ ତାଙ୍କ ନାଁ ବନ୍ଦନା ବୋଲି ଡ଼ାକିଥିଲେ ଆୟୋଜକ । ସେଠାରେ ଉପସ୍ଥିତ ଥିବା ସେଲିବ୍ରେଟି ତାଙ୍କ ନାଁ ବନ୍ଦନା ନୁହେଁ ବୈଷ୍ଣବୀ ବୋଲି ବାରମ୍ବାର କହିଥିଲେ । ମାତ୍ର ଆୟୋଜକ ତାହା ଆଦୌ ଶୁଣି ନଥିଲେ ।

ଏହାପରେ ବୈଷ୍ଣବୀ ଷ୍ଟେଜ ଉପରକୁ ଯାଇଥିଲେ ମଧ୍ୟ ପୁରସ୍କାର ଗ୍ରହଣ କରି ନଥିଲେ । ସେଠାରୁ ଫେରି ଆସିଥିଲେ । ସେ କହିଥିଲେ ତାଙ୍କର ନାଁ ଯେତେବେଳେ ଆୟୋଜକ ଜାଣି ନାହାଁନ୍ତି ଏହି ପୁରସ୍କାର ର କୌଣସି ମୂଲ୍ୟ ନାହିଁ ବୋଲି କହି ବୈଷ୍ଣବୀ ଷ୍ଟେଜ ଉପରୁ ଓହ୍ଲାଇ ତଳକୁ ଚାଲି ଆସିଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *