ଦର୍ଶକ ବନ୍ଧୁ ଏବେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଏବେ ରାଜ୍ୟ ସାରା ପରୀକ୍ଷାର ମାହୋଲ । ହେଲେ ଦଶପଲ୍ଲା ରାଧା ମୋହନ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ବାହାରୁ ଛାତ୍ର ନିଖୋଜ ଘଟଣା ସମସ୍ତଙ୍କୁ ତାଯୁବ କରିଛି । ବହୁତ ଖୋଜା ଖୋଜି କରିବା ହେତୁ ନ ମିଳିବାରୁ ପୋଲିସର ଆଶ୍ରୟ ନେଇ ଥିଲେ ପରିବାର ଲୋକେ । ଦଶପଲ୍ଲା ଥାନା କୃଷ୍ଣ ଚନ୍ଦ୍ର ପୁର ପାଟଣା ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ପରୀକ୍ଷା ଦେବାକୁ ଯାଇ ନିଖୋଜ ହେଇ ଥିଲେ ।
ନିଖୋଜ ହେବା ପରେ ପରିବାର ଲୋକ ସିଧା ଅଭିଯୋଗ ଆଣିଛନ୍ତି ସ୍କୁଲ କର୍ତ୍ତୁପକ୍ଷଙ୍କ ଉପରେ । ଘଟଣା ପଚାରିବାରୁ ସ୍କୁଲ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ଛାତ୍ରର ମାଆ । ଛାତ୍ର ଜଣକ ଧଳା ସାର୍ଟ ସହ ଜିନ୍ସ ପିନ୍ଧି ଥିବାରୁ ତାଙ୍କୁ ପରୀକ୍ଷା ହଲ ଭିତରେ ପୁରାଇ ଦେଇ ନଥିଲେ । ଏହା ପରେ ଛାତ୍ର ଜଣକ କୁଆଡେ ପଳାଇ ଯାଇ ଥିବାର ଅଭିଯୋଗ ହେଉଛି ।
ପରିବାର ଲୋକଙ୍କ ସମେତ ଶିକ୍ଷକ-ଶିକ୍ଷୟତ୍ରୀ ସବୁ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିବା ବେଳେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆଉ ଏତିକି ବେଳେ ଜେଣ ବ୍ୟକ୍ତି ତାଙ୍କୁ ଧରିକି ଆସି ଘରେ ପହଞ୍ଚି ଥିଲେ । ଘରକୁ ଫେରିବା ପରେ ପିଲାଟି କହିଛି, ମୋ ପ୍ୟାଣ୍ଟ ସଫା ହେଇଥିବାରୁ ମୁଁ ଜିନ୍ସ ପ୍ୟାଣ୍ଟ ପିନ୍ଧି ଯାଇଥିଲି ମୋତେ ମାଡାମ ଗାଳି କଲେ ରାଜା ମାଡାମ ।
ତା ପରେ ମୁଁ ଘରକୁ ଆସିଥିଲି ପ୍ୟାଣ୍ଟ ପିନ୍ଧିବା ପାଇଁ ହେଲେ ପ୍ୟାଣ୍ଟ ସୁଖୀ ନଥିଲା ତେଣୁ ମୁଁ ମନ ଖରାପ କରି ପଳେଈ ଯାଇ ଥିଲି । ମୁଁ ଗୋଟେ ଆମ୍ବ ଗଛ ମୂଳରେ ବସି ଥିଲି । ଜଣେ ପିଇସା ମୋତେ ଦେଖି ଘରକୁ ନେଇ ଆସିଲା । ଏବେ ମୋତେ ଯେମିତି ହେଲେ ପରୀକ୍ଷା ଦେବାକୁ ପଡିବ ।
ମାଡାମ ପରୀକ୍ଷା ଦେବାକୁ ଦେଇ ଥିଲେ ସିନା ମୁଁ ପରୀକ୍ଷା ଦେଇ ଥାନ୍ତି ପରୀକ୍ଷା ଦେବାକୁ ଦେଲେନି ମୁଁ କେମିତି ପରୀକ୍ଷା ଦେଇ ଥାନ୍ତି । ତେବେ ଦର୍ଶକ ବନ୍ଧୁ ପିଲାଟି ଘରକୁ ଫେରିବା ପରେ ସମସ୍ତେ ଆଶ୍ଵସ୍ତ ହୋଇ ଛନ୍ତି । ହେଲେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।