ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଯାତ୍ରା ଜଗତରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ହେଉଛନ୍ତି ମାମୁନି କର । ମାମୁନି ଯାତ୍ରା ଅଭିନେତ୍ରୀ ହେବା ସହ ଜଣେ ସିଙ୍ଗର ଏବଂ ଆଙ୍କର ଅଟନ୍ତି ।
ତାଙ୍କର ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମାମୁନିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ତେବେ ଏହି ସାକ୍ଷାତ୍କାରରେ ମାମୁନି କହିଛନ୍ତି-‘ମୁଁ 2014 ମସିହାରେ ପ୍ରଥମେ ଶିବାନୀ ଗଣନାଟ୍ୟରେ ଏଣ୍ଟ୍ରି କରିଲି । ମୁଁ ପ୍ରଥମେ ସିଙ୍ଗର ଥିଲି । ତା ପରେ ମୁଁ ଆଙ୍କରିଙ୍ଗ କଲି ଆଉ ସିଙ୍ଗିଙ୍ଗ ବି କଲି ଆଉ ଏ ବର୍ଷ ମୁଁ ଅଭିନୟ ବି କରୁଛି । ମୋ ବାପଘର ହେଉଛି ଯାଜପୁର ଟାଉନ ଆମ ଗାଁରେ ପଡିଥିଲା ଇଷ୍ଟର୍ନ ବ୍ଲୁ । ସେହି ଯାତ୍ରାରେ ଗୌର ଦାଶ ଯିଏ ହିରୋ ଥିଲେ ସେ ଆମ ଘର ପାଖରେ ରହୁଥିଲେ ।
ସେତେବେଳେ ମୁଁ ଗୀତ ସିଖୁ ଥିଲି ସେତେବେଳେ ସେ ଝରକା ଆସି ଶୁଣନ୍ତି କିଏ ପିଲାଟି ଗୀତ ଗାଉଛି ମୁଁ ସେତେବେଳେ ବହୁତ ଛୋଟ ଥିଲି । ସେତେବେଳେ ସେ ଆମ ଘରକୁ ଆସି କହିଲେ ଝିଅକୁ ଯାତ୍ରାକୁ ଛାଡନ୍ତୁ ସେ ବହୁତ ଉନ୍ନତି କରିବ । ହେଲେ ଆମର ବ୍ରାହ୍ମଣ ଘର ତେଣୁ ଘର ଲୋକ ଯାତ୍ରାକୁ ଛାଡିବା ପାଇଁ ରାଜି ହେଲେନି । ତା ପରେ କହିଲେ କେମିତି ଯିବ ନା ବାପାଙ୍କ ସହ ଯିବ ।
ଏହା ପରେ ଶିବାନୀ ଗଣନାଟ୍ୟ ବାପାଙ୍କୁ ବି ରଖିଲେ ଆଉ ମୋତେ ବି ରଖିଲେ । ସତ କଥା କହିବାକୁ ଗଲେ ଆମ ଘରର ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ ଥିଲା ତେଣୁ ମୁଁ ଯାତ୍ରାକୁ ଆସିବା ପାଇଁ ଇଛା କଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମାମୁନି ଏହି ସାକ୍ଷାତ୍କାର ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।