ସନ୍ଧ୍ୟାରେ ଥିଲା ମ୍ୟାଚ ସକାଳେ ଜ୍ଵରରେ କମ୍ପୁଥିଲେ ସୂର୍ଯ୍ୟ କୁମାର, ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିସ୍ପରକ ଇନିଙ୍ଗ୍ସ ଖେଳି ଭାରତକୁ ସିରିଜ ବିଜୟ ଭେଟି ଦେଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ହାଇଦ୍ରାବାଦରେ ଖେଳା ଯାଇଥିବା ଶେଷ ମ୍ୟାଚରେ ସୂର୍ଯ୍ୟ ଙ୍କ ତେଜରେ କଙ୍ଗାରୁ ଟିମ ଚିତ ପଟାଙ୍ଗ ମାରିଛି । ପଡିଆର ବିଭିନ୍ନ ଦିଗରେ ଚିତାକର୍ଷକ ସର୍ଟ ଖେଳି ମ୍ୟାଚର ରୋମାଞ୍ଚ ଖେଳାଇ ଥିଲେ ସୂର୍ଯ୍ୟ ।
ରାତିରେ ବି ଚମକି ଥିଲେ ସୂର୍ଯ୍ୟ କୁମାର । ମାତ୍ର 36 ବଲରୁ ବିସ୍ପରକ 69 ରନ୍ କରିଥିଲେ ସୂର୍ଯ୍ୟ କୁମାର । ସେଥି ମଧ୍ୟରୁ ପାଞ୍ଚଟି 6 ଆଉ ପାଞ୍ଚଟି 4 ସାମିଲ ଥିଲା । ହେଲେ ସୂର୍ଯ୍ୟ କୁମାରଙ୍କ ପାଇଁ ଏହି ବିସ୍ପରକ ଇନିଙ୍ଗ୍ସ ଖେଳିବା ଏତେ ସହଜ ନଥିଲା । କାରଣ ମ୍ୟାଚ ପୂର୍ବରୁ ପ୍ରବଳ ଜ୍ଵରରେ କମ୍ପୁ ଥିଲେ ସୂର୍ଯ୍ୟ କୁମାର । କିନ୍ତୁ ଏହା ପରେ ମଧ୍ୟ ମ୍ୟାଚକୁ ଓଲହାଇ ଥିଲେ ସୂର୍ଯ୍ୟ ଆଉ ପଡିଆରେ ଦେଖାଇ ଥିଲେ ପରାକ୍ରମ ।
ମ୍ୟାଚ ପରେ ବିଶିଶିଆଇ ନିଜ ଟ୍ବିଟର ପେଜରେ ଏକ ଇଣ୍ଟର୍ବ୍ୟୁ ସେୟାର କରିଛି ଯେଉଁଥିରେ ସୂର୍ଯ୍ୟ କୁମାରଙ୍କ ସହ ବାର୍ତ୍ତାଳପ କରୁଥିଲେ ଅକ୍ଶର ପଟେଲ । ଆଉ ଏହି ସମୟରେ ସୂର୍ଯ୍ୟ କୁମାର କହିଥିଲେ କିଭଳି ମ୍ୟାଚ ପୂର୍ବରୁ ତାଙ୍କ ଦେହ ଖରାପ ଥିଲା ଆଉ ମନ ବଳ ଦୃଢ କରି ସେ ମ୍ୟାଚକୁ ଓଲହାଇ ଥିଲେ । ଇଣ୍ଟର୍ବ୍ୟୁ ସମୟରେ ଅକ୍ଶର କହିଥିଲେ, ମ୍ୟାଚର ସକାଳେ ଫିଜିଓ ଭାରି ବ୍ୟସ୍ତ ଥିଲେ ଆଉ ସମସ୍ତେ ସୂର୍ଯ୍ୟ କୁମାରଙ୍କ ବାବଦରେ କଥା ହେଉଥିଲେ ।
ତେବେ ପୁରା ଘଟଣା ଉପରୁ ପରଦା ଉଠାଇ ଥିଲେ ସୂର୍ଯ୍ୟ କୁମାର । ଇଣ୍ଟର୍ବ୍ୟୁରେ ସୂର୍ଯ୍ୟ କୁମାର କହିଥିଲେ ଯେହେତୁ ପାଣି ପାଗ ବଦଲୁ ଥିଲା ଆମେ ଲଗାତାର ଗୋଟେ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଥିଲୁ । ତେଣୁ ମ୍ୟାଚ ଦିନରେ ସକାଳୁ ଦେହ ଅସୁସ୍ଥ ହୋଇ ପଡି ଥିଲା ।
ପେଟରେ ଯନ୍ତ୍ରଣା ହେବା ସହ ଜ୍ଵର ଆସିଥିଲା କିନ୍ତୁ ଏହା ନିର୍ଣ୍ଣାୟକ ମ୍ୟାଚ ଥିବାରୁ ଡାକ୍ତରଙ୍କ ସହ ଆଲୋଚନା କରିବା ବେଳେ ସୂର୍ଯ୍ୟ କୁମାର କହିଥିଲେ ଯଦି ବିଶ୍ଵ କପ୍ ର ଫାଇନାଲ ମୁକବାଲା ହୋଇଥାନ୍ତା ତେବେ କଣ ଚୁପ ବସି ଥାନ୍ତି । ଯେହେତୁ ଏଇଟା ନିର୍ଣ୍ଣାୟକ ମ୍ୟାଚ ଥିଲା ତେଣୁ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲି । ଆଉ ଡାକ୍ତରଙ୍କୁ କହିଥିଲି ମୋତେ ଯାହା ବି ଔଷଧ ଦିଅନ୍ତୁ କି ଇଞ୍ଜେକସନ ଦିଅନ୍ତୁ କିନ୍ତୁ ସନ୍ଧ୍ୟା ସୁଧା ଫିଟ କରି ଦିଅନ୍ତୁ ।
ଏହା ପରେ ସନ୍ଧ୍ୟା ସୁଧା ମୁଁ ଜର୍ସି ପିନ୍ଧି ମଇଦାନକୁ ଓଲହାଇଲି ସେତେବେଳେ ସବୁ କିଛି ମୋ ପାଇଁ ସାମାନ୍ୟ ହେଇଗଲା । ଜ୍ଵରରେ ପୀଡିତ ଥାଇ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓଲହାଇ ନିଜ କ୍ରିଡା ପ୍ରେମ ସହ ଦେଶ ପ୍ରେମ ଦେଖାଇ ଛନ୍ତି ସୂର୍ଯ୍ୟ କୁମାର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୂର୍ଯ୍ୟ କୁମାର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।