ବନ୍ଧୁଗଣ ହୃତପିଣ୍ଡକୁ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ବୋଲି ମାନା ଯାଏ କାରଣ ହାର୍ଟ ହେଉଛି ଏକ ମାତ୍ର ଅଙ୍ଗ ଯାହା ଗୋଟେ ଦିନରେ ମଣିଷ ଶରୀରରେ ଏତେ ଊର୍ଜା ଭରି ଥାଏ ଯେତେ ଊର୍ଜାରେ ଏକ ଟ୍ରକକୁ 30 କିଲୋମିଟର ପର୍ଯ୍ୟନ୍ତ ଚଲେଇ ହେବ । ହେଲେ ବନ୍ଧୁଗଣ ହାର୍ଟ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଯେତେବେଳେ ଆମର ପେଟ ଖରାପ ହୁଏ ବା ଆମକୁ ଜ୍ଵର ହୁଏ ଆମେ ତୁରନ୍ତ ମେଡ଼ିସିନ ଖାଇ ଥାଉ ।
ହେଲେ ଆପଣ ମାନେ କଣ କେବେ ସେହି ସବୁ ଲକ୍ଷଣ ଅନୁଭବ କରିଛନ୍ତି ଯାହା ଆମ ହାର୍ଟର ଅବସ୍ଥା ଉପରେ ନିର୍ଭର ଥାଏ । ହାର୍ଟ ସମ୍ବନ୍ଧିତ ରୋଗ ଏବେ ଅତି କମ ବର୍ଷରୁ ହେଉଛି । ହାର୍ଟ ଆଟାକ ଆସିବା ପୂର୍ବରୁ ଆମ ଶରୀରରରେ ହାର୍ଟ ସହ ଜଡିତ କିଛି ଲକ୍ଷଣ ଦେଖା ଯାଇଥାଏ ହେଲେ ଲୋକ ମାନେ ସେହି ଲକ୍ଷଣ ବିଷୟରେ ଜାଣି ନାହାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ।
ଯଦି ଆପଣ ଏହି ସବୁ ଲକ୍ଷଣ ବିଷୟରେ ଜାଣିବେ ତା ହେଲେ ଆପଣ ହାର୍ଟ ଆଟାକରୁ ବଞ୍ଚି ପାରିବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମ ଲକ୍ଷଣ ହେଉଛି ବେକ ବିନ୍ଧା ହେବା । ସାଧାରଣତଃ ଅନେକ ସମୟରେ ଲୋକଙ୍କ ବେକ ବିନ୍ଧି ଥାଏ । ହେଲେ ଯଦି ବାରମ୍ବାର ଆଉ ଅଧିକ ସମୟ ପର୍ଯ୍ୟନ୍ତ ବେକ ବିନ୍ଧା ହେଉଥିବ ତା ହେଲେ ଏହା ହାର୍ଟ ଦୁର୍ବଳ ହେବାର ଲକ୍ଷଣ ମଧ୍ୟ ହୋଇପାରେ ।
ଯଦି ହାର୍ଟ ଜନିତ କୌଣସି ଅସୁବିଧା ଥିବ ତା ହେଲେ ଆପଣଙ୍କ ବାମ ପଟ କାନ୍ଧ ଆଉ ବେକ ଯନ୍ତ୍ରଣା ହେବ । ଦ୍ଵିତୀୟ ଲକ୍ଷଣ ହେଉଛି ଯଦି ଅଧିକାଂଶ ସମୟ ଆପଣଙ୍କ ପାପୁଲି ଆଉ ପାଦ ଥଣ୍ଡା ହେବ ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେତେବେଳେ ଆମ ହାର୍ଟ ରକ୍ତକୁ ଠିକ ଭାବରେ ସଞ୍ଚଳିତ କରିପାରେ ନାହିଁ ସେତେବେଳେ ଆମ ହାତ ପାପୁଲି ଆଉ ପାଦ ଥଣ୍ଡା ପଡିଯାଏ ।
ସାଧାରଣତଃ ଆମେ ମାନେ ଯେତେବେଳେ କିଛି କଷ୍ଟ କାମ କରିଥାଉ ସେତେବେଳେ ଆମ ଦେହରୁ ଝାଳ ବାହାରିଥାଏ । ହେଲେ ଯଦି ଆପଣ କିଛି କାମ ନକରି କେବଳ ଆରମ କରୁଛନ୍ତି ଆଉ ଆପଣଙ୍କ ଦେହରୁ ଝାଳ ବାହାରୁଛି ତେବେ ଆପଣଙ୍କ ହାର୍ଟ ଜନିତ ସମସ୍ୟା ହେଇପାରେ । ହାର୍ଟରେ ଇନଫେକ୍ସନ ହେଲେ ଏହି ସମସ୍ୟା ହେଇପାରେ । ବନ୍ଧୁଗଣ ସାଧାରଣତଃ ପୁରୁଷ ମାନଙ୍କ ମଧ୍ୟରେ ଯୌନ ଗତ ସମସ୍ୟା ଆସିଥାଏ ।
ଏହାର ଏକ ମୁଖ୍ୟ କାରଣ ହାର୍ଟ ଜନିତ ସମସ୍ୟା ହେଇପାରେ । ଯଦି ହାର୍ଟ ଆମ ଅଣ୍ଟା ତଳକୁ ଠିକ ଭାବରେ ରକ୍ତ ସଂଚାଳନ କରିବ ନାହିଁ ତା ହେଲେ ଆମେ ଯୌନଗତ ସମସ୍ୟାର ସମ୍ମୁଖୀନ ହୋଇଥାଉ । ଗୋଟେ ରିସର୍ଚରୁ ଜଣା ପଡିଛି ଯେଉଁ ମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେମାନଙ୍କୁ 4-5 ବର୍ଷ ମଧ୍ୟରେ ହାର୍ଟ ଆଟାକ ଆସିବା ଆରମ୍ଭ ହୋଇଥାଏ । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ଏହି ସବୁ ସମସ୍ୟା ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ, ଧନ୍ୟବାଦ ।