ଏହି ଭାରତୀୟ ଯବାନ ଙ୍କ ଆଗରେ ମୁଣ୍ଡ ନୂଆଁଇଲା ପୁରା ଦେଶ, 23 ସେକେଣ୍ଡରେ କରିଦେଲେ ଏମିତି କାମ ଏବେ ପୁରା ଦେଶ କରୁଛି ପ୍ରଶଂସା…ଦେଖନ୍ତୁ Video

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ସ୍ଵତନ୍ତ୍ରତା ଦିବସ ପୂର୍ବରୁ ପୁରା ଦେଶକୁ ନିଜ ମନର କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିବା ପାଇଁ ଅପିଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ଅଗଷ୍ଟ ଦେଶ ବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡେଇବା ପାଇଁ ଅପିଲ କରି ସାରିଛନ୍ତି ।

ବର୍ତ୍ତମାନ ଦେଶରେ ତ୍ରିରଙ୍ଗା ଅଭିଯାନକୁ ନେଇ ଚର୍ଚ୍ଚା ଜୋର ଧରିଛି ଆଉ ଏହି ସମୟରେ ଭାରତୀୟ ଯବାନ ମାନେ ପୁରା ଦେଶର ମନ ଜିତି ଛନ୍ତି । ଆପଣ ମାନେ ଆମ ତ୍ରିରଙ୍ଗାକୁ ପବନରେ ଉଡୁଥିବା ସମୟରେ ନିଶ୍ଚୟ ଦେଖିଥିବେ ହେଲେ ଇଣ୍ଡିଆନ କୋଷ୍ଟ ଗାର୍ଡ ମାନେ ସମୁଦ୍ର ଭିତରେ ତ୍ରିରଙ୍ଗା ଉଡାଇ ଛନ୍ତି । ଇଣ୍ଡିଆନ କୋଷ୍ଟ ଗାର୍ଡ ଅର୍ଥାତ ଭାରତୀୟ ତଟ ରକ୍ଷା ବଳ ଏକ ଅଣ୍ଡର ୱାଟର ଫ୍ଲାଗ ଡେମୋ କରିଛନ୍ତି ।

ଆଉ ଇଣ୍ଡିଆନ କୋଷ୍ଟ ଗାର୍ଡ ଏହାର ଭିଡିଓ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇଆରାଲ ହେବାରେ ଲାଗିଛି । ୨୩ ସେକେଣ୍ଡର ଏହି ଭିଡିଓଟି ଏବେ ପୁରା ଦେଶର ମନ ଜିତିଛି । ବନ୍ଧୁଗଣ ଦେଶରେ ସ୍ଵାଧୀନତାର ୭୫ ତମ ଦିବସ ପାଳନ ନିମନ୍ତେ ଦେଶ ବାସୀ ମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି ।

ଦେଶରେ ଥିବା ଅନେକ ବଜାରରେ ତ୍ରିରଙ୍ଗା ପତାକାର ଡିମାଣ୍ଡ ବଢିବାରେ ଲାଗିଛି । ଦେଶରେ ତ୍ରିରଙ୍ଗା ଉଡେଇବାର ନିୟମରେ ବି କିଛି ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ଆଜି ପର୍ଯ୍ୟନ୍ତ କେବଳ ହାତରେ ତିଆରି ହୋଇଥିବା କପା ଓ ରେଶମୀ କପଡାରେ ହୋଇଥିବା ଧ୍ଵଜ ଉଡେଇବାର ନିର୍ଦ୍ଦେଶ ଥିଲା । ହେଲେ ବର୍ତ୍ତମାନ ମେସିନରେ ତିଆରି ହୋଇଥିବା କପା ଓ ରେଶମୀ କପଡାର ଧ୍ଵଜ ମଧ୍ୟ ଉଡେଇ ହେବ ।

ଏହା ସହ ଦେଶ ବାସୀ ମାନେ ପଲିଷ୍ଟରରେ ତିଆରି ହୋଇଥିବା ତ୍ରିରଙ୍ଗା ଉଡେଇ ପାରିବେ । ଦ୍ଵିତୀୟ ନିୟମଟି ହେଉଛି କୌଣସି ଘର ଓ ଅନୁଷ୍ଠାନ ଆଦିରେ ତ୍ରିରଙ୍ଗାକୁ କେବଳ ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ମଧ୍ୟରେ ଉଡେଇବାରେ ଅନୁମତି ଥିଲା । ରାତି ସମୟରେ ରାଷ୍ଟ୍ରୀୟ ଧ୍ଵଜକୁ ଉଡେଇ ହୋଇପାରୁ ନଥିଲା । ହେଲେ ବର୍ତ୍ତମାନ ଦିନ ରାତି ଆପଣ ମାନେ ଧ୍ଵଜ ଉଡେଇ ପାରିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *