ନୂଆ ନମ୍ବର ପ୍ଲେଟ ମାମଲା ! ଜବାବ ମାଗିଲେ ହାଇକୋର୍ଟ, ଦେଲେ ଏହି ବଡ ନିସ୍ପତି, ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଆଜିକୁ ମିଶାଇଲେ ଆଉ ଦୁଇ ଦିନ ଆସନ୍ତା 30 ତାରିଖରେ ସରୁଛି 1,2,3 ଓ 4 ଶେଷ ନମ୍ବର ଥିବା ଗାଡି ଗୁଡିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗେଇବାର ଅବଧି । ଆଉ ଏହା ପୂର୍ବରୁ ଏହି ମାମଲା ପହଞ୍ଚିଛି ହାଇକୋର୍ଟରେ । ଆଉ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ।

ଦର୍ଶକ ବନ୍ଧୁ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ମାମଲାରେ ପରିବହନ ବିଭାଗକୁ ସ୍ପର୍ଷ୍ଟି କରଣ ମାଗିଛନ୍ତି ମାନ୍ୟବର ହାଇକୋର୍ଟ । ସ୍ଲଟ ବୁକିଙ୍ଗ ପାଇଁ ସମୟ ସୀମା ଅଧିକ ବୃଦ୍ଧି କରିହେବ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ମାମଲାରେ ଦୁଇଜଣ ବସ ଡ୍ରାଇଭର କୋର୍ଟରେ ଆବେଦନ କରୁଥିଲେ ଆଉ ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟକୁ ନେଇ ସାଧାରଣ ଲୋକେ ସମସ୍ୟାରେ ପଡି ରହିଛନ୍ତି ।

ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସ୍ଲଟ ବୁକିଙ୍ଗ ଶେଷ ହୋଇଯାଇଛି ଆଉ ଏବେ ସୁଧା ମାତ୍ର 7 ଲକ୍ଷ ଗାଡିରେ ନମ୍ବର ପ୍ଳେଟ ଲାଗି ପାରିଛି । ରାଜ୍ୟରେ ରହିଛି ପାଖାପାଖି ମୋଟ 80 ଲକ୍ଷରୁ ଅଧିକ ଗାଡି । କେବେ ସୁଧା ସମସ୍ତ ଗାଡିରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲାଗି ପାରିବ ତାକୁ ନେଇ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଗୋଟେ ପଟେ ସରକାର ଆଇନ ଲଦୁ ଛନ୍ତି ।

ହେଲେ ବ୍ୟବସ୍ଥା କରୁ ନାହାନ୍ତି ଆଉ ଗୋଟେ ପଟେ 80 ଲକ୍ଷ ଲୋକ ରାଜ୍ୟରେ ଅଛନ୍ତି ଯେଉଁ ମାନେ ଦୁଇ ଚକିଆ ଗାଡି ବ୍ୟବହାର କରୁଛନ୍ତି । ହେଲେ ଅନ୍ୟ ପଟେ ଭିତ୍ତିଭୂମି ନାହିଁ ତେଣୁ ହାଇକୋର୍ଟ ସରକାରଙ୍କୁ ସ୍ପର୍ଷ୍ଟି କରଣ ମାଗିଛନ୍ତି ଯେ, ଆଗକୁ ସମୟ ବଢିବ କି ଲୋକଙ୍କ ପାଇଁ କଣ ବ୍ୟବସ୍ଥା ରହିଛି । ଏମିତିରେ ବହୁତ ଜାଗାରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ତିଆରି କରାଯାଉଛି ହେଲେ ଅନ ଲାଇନ ଆବେଦନ ଭଲ ଭାବରେ କାମ କରୁ ନାହିଁ ।

ଏମିତି କି ଆମ ଓଡିଶାର ୱେବ ସାଇଡରେ ଏହା ଦର୍ଶାଉ ବି ନାହିଁ । ତେଣୁ ଅନେକ ଗାଁ ଲୋକ ମାନେ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେବେ । ତେବେ ଡିସେମ୍ବର 31 ସୁଧା କୌଣସି ସ୍ଲଟ ବୁକିଙ୍ଗ କରିବାର ସୁବିଧା ନାହିଁ । 2021 ଡିସେମ୍ବରରୁ 2022 ସେପ୍ଟେମ୍ବର ମଧ୍ୟରେ ଲାଗିଛି ମାତ୍ର 7 ଲକ୍ଷ ଗାଡରେ ନମ୍ବର ପ୍ଳେଟ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *