ବାଂଲାଦେଶ ବିପକ୍ଷରେ 2 ଶତକ ମାରିବା ପରେ ଇଶାନ କିଶନ ଦେଲେ ବଡ ପ୍ରତିକ୍ରିୟା । କହିଲେ ମୋର ଲକ୍ଷ 200 ରନ କରିବା ଲକ୍ଷ ନଥିଲା ମୋର ଲକ୍ଷ ଥିଲା 300 ରନ କରିବା । ଏହା ସହିତ ବିରାଟ ତାଙ୍କୁ କିପରି ଦୁଇ ଶତକ ମାରିବାରେ ସାହାର୍ଯ୍ୟ କଲେ ତାହାକୁ ନେଇ ମଧ୍ୟ କଲେ ବଡ ଖୁଲାସା ! ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ODI ସିରିଜ ର ଶେଷ ମ୍ଯାଚ ଆଜି ଖେଳା ଯାଇଥିଲା ।
ଏହି ମ୍ଯାଚ ରେ ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଦୁଇ ଶତକ ହାସଲ କରିଛନ୍ତି । ଏହି ମ୍ଯାଚରେ ଟୀମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି 410 ରନ ର ଲକ୍ଷ ବାଂଲାଦେଶ କୁ ଦେଇଥିଲା । ଭାରତ ପାଇଁ ଇଶାନ କିଶନ ଐତିହାସିକ ରନ କରି ଦେଖେଇଥିଲେ । ସେ 200 ରନ ହାସଲ କରିଥିଲେ ।
ଇଶାନ କେବଳ 131 ବଲ ରେ 210 ରନ ର ଇନିଙ୍ଗ୍ସ ଖେଳିଥିଲେ । ଯେଉଁଥିରେ ସେ 24 ଟି ଚଉକା ଓ 10 ଟି ଚକା ମାରିଥିଲେ । ଇଶାନ ଓ ବିରାଟ ଙ୍କ ମଧ୍ୟରେ 290 ରନ ର ପାର୍ଟନରସିପ ଦେଖିବାକୁ ମିଳିଥିଲା । ଧୂଆଁଧାର ବ୍ୟାଟିଂ ପୁରା ମଇଦାନ କମ୍ପିଥିଲା । ଇଶାନ ଙ୍କ ବ୍ଯତୀତ ବିରାଟ କୋହଲୀ ମଧ୍ୟ 113 ରନ ର ଇନିଙ୍ଗ୍ସ ଖେଳିଥିଲେ ।
ଐତିହାସିକ ଦୁଇ ଶତକ ମାରିବା ପରେ ବିରାଟ କୋହଲୀ ତାଙ୍କୁ କିପରି ସାହାର୍ଯ୍ୟ କରି ଥିଲେ ବୋଲି ଇଶାନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଦୁଇ ଶତକ ହାସଲ କରିବା ପରେ ପ୍ରତିକ୍ରିୟା ପ୍ରକାଶ କରି ଇଶାନ କହି ଥିଲେ କି ୱିକେଟ ବ୍ୟାଟିଂ ପାଇଁ ଭଲ ଥିଲା । ମୋର ବିସ୍ପୋରକ ବ୍ୟାଟିଂ କରିବାର ଥିଲା । ମୁ ଏହି ଇନିଙ୍ଗ୍ସ ପାଇଁ ବହୁତ ଖୁସି କାରଣ ମୋର ନାମ ବଡ ବଡ ଖେଳାଳିଙ୍କ ନାମ ମଧ୍ୟରେ ନିଆ ଯାଉଛି ।
ମୁଁ 15 ଓଭର ପୂର୍ବରୁ ଆଉଟ ହୋଇଥିଲି ନହେଲେ ମୁଁ 300 ରନ ମାରିବାର ଲକ୍ଷ ରଖି ଥିଲି । ଯେତେବେଳେ ମୁଁ ବିରାଟ କୋହଲୀ ଙ୍କ ସହ ବ୍ୟାଟିଂ କରୁଥିଲି ସେ କହିଥିଲେ କେଉଁ ବୋଲର ଙ୍କୁ ଟାର୍ଗେଟ କରିବା ପାଇଁ । ଯାହା ଦ୍ଵାରା ମୁଁ ଆଜି ଏଭଳି ଏକ ଭଲ ଇନିଙ୍ଗ୍ସ ଖେଳି ପାରିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଇଶାନଙ୍କ ବ୍ୟାଟିଂ ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ ଜଣାଇବେ ।