IPL 2023: IPL ଖେଳିବେ ଢେଙ୍କାନାଳ ମାଟିର ପୁଅ, ମନୋନୀତ ହୋଇଛନ୍ତି ଏହି 2 ଓଡିଆ ଖେଳାଳୀ

ଦର୍ଶକ ବନ୍ଧୁ ଏବେ ଆଇପିଏଲ ଖେଳକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଆସନ୍ତା ବର୍ଷ ତଥା 2023ରେ ହେବାକୁ ଯାଉଛି ଆଇପିଏଲ ଆଉ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଦର୍ଶକ ବନ୍ଧୁ ଆଇପିଏଲ ଖେଳିବାକୁ ଯାଉଛନ୍ତି ଢେଙ୍କାନାଳ ମାଟିର ପୁଅ । 2023ରେ ଖେଳା ଯିବାକୁ ଥିବା ଆଇପିଏଲ 16 ତମ ସଂସ୍କରଣ ପାଇଁ ଦୁଇ ଓଡିଆ ଖେଳାଳିଙ୍କୁ ସୁଯୋଗ ମିଳିଛି ।

ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ଆଇପିଏଲ 2023 ପାଇଁ ଦୁଇ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି ସେଥିରେ ରହିଛନ୍ତି ଢେଙ୍କାନାଳ ମାଟିର ପୁଅ ମୁସତାକ ବେଗ ।

ମୁସତାକ ବେଗ ଆସନ୍ତା 2023ରେ ହେବାକୁ ଥିବା ଆଇପିଏଲର ଅକସନରେ ସାମିଲ ହୋଇପାରନ୍ତି । ଏଥିପାଇଁ ସେ ଓଡିଶା କ୍ରିକେଟ ଆସୋସିଏସନକୁ ଧନ୍ୟବାଦ ଜଣାଇ ଛନ୍ତି । ମୁସତାକ ଆଇପିଏଲ ଅକସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ, ରାଜସ୍ଥାନ ରୟାଲ୍ସ ଓ ସନ ରାଇଜେସ ହାଇଦ୍ରାବାଦ ପାଇଁ ଟ୍ରାଏଲ ଦେଇ ସାରିଛନ୍ତି । ଏହା ସହ ମୁସତାକ ଅଲି ଟ୍ରୋଫିରେ ସେ ଟିମ ଇଣ୍ଡିଆର ଭେଡେରାଲ ଖେଳାଳି ଇଶାନ କିଷାନ, ଆମତି ରାୟଦୁତୀଙ୍କ ସହ ଖେଳିବାର ସେ ଶୋଭାଗ୍ୟ ପାଇଛନ୍ତି ।

ଚଳିତ ମାସ 23 ତାରିଖରେ କୋଚିରେ ଆଇପିଏଲ ଅକସନ ହେବାକୁ ଯାଉଛି । ଏହି ଅକସନରେ ମୋଟ 405 ଜଣ ଖେଳାଳି ସାମିଲ ହେବେ । ସେମାନଙ୍କ ମଧ୍ୟରୁ 273 ଜଣ ଭାରତୀୟ ଖେଳାଳି ଥିବା ବେଳେ 132 ଜଣ ବିଦେଶୀ ଖେଳାଳି ଅଛନ୍ତି । ଆସନ୍ତା ଆଇପିଏଲରେ ଯଦି ମୁସ୍ତାନ୍ତଙ୍କୁ କୌଣସି ଟିମ ତରଫରୁ ଖେଳିବାର ସୁଯୋଗ ମିଳେ ତେବେ ସେ ନିଜର ସବୁଠାରୁ ଭଲ ପଦର୍ଶନ କରିବେ ବୋଲି ଆଶାବାଦୀ ଅଛନ୍ତି ।

ତେଣୁ ଏବେ ମୁସ୍ତାନ୍ତଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଯଦି ମୁସ୍ତାନ୍ତ ଆଇପିଏଲରେ ଖେଳିବାର ସୁଯୋଗ ପାଇବେ ତେବେ ଏହା ଓଡିଶା ପାଇଁ ବି ଅତି ଗର୍ବର କଥା । ତେଣୁ ମୁସ୍ତାନ୍ତ ଏବେ ଆଇପିଏଲ ଅକସନକୁ ଅପେକ୍ଷା କରି ରହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *