Exclusive Interview: ହନିମୁନ୍ ରେ କୁଆଡେ ବୁଲିବାକୁ ଯିବେ Aswini ଓ Prearna, ଦେଖନ୍ତୁ ଏନେଇ ସେ କଣ କହିଲେ…

ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଶ୍ଵିନୀ ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ପ୍ରେରଣାଙ୍କ ସହ ବିବାହ କରିଛନ୍ତି । ଅଶ୍ଵିନୀ ଆଉ ପ୍ରେରଣାଙ୍କ ବିବାହକୁ ନେଇ ଏ ପର୍ଯ୍ୟନ୍ତ ସାରା ଓଡିଶାରେ ଚର୍ଚ୍ଚାର ମାହୋଲ ରହିଛି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅଶ୍ଵିନୀଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଅଶ୍ଵିନୀ ଆଉ ପ୍ରେରଣା ଅନେକ ସ୍ଟେଜ ସୋ କରିବା ସହ ଅନେକ ଆଲବମରେ ମଧ୍ୟ କାମ କରିଛନ୍ତି ।

ତେବେ ଅତି ଧୁମଧାମର ସହ ଉଭୟଙ୍କର ବିବାହ ହୋଇଛି । ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଏବଂ ଉଭୟଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ବିବାହ ଶେଷ ହେବା ପରେ ପ୍ରେରଣା ଏବେ ନିଜ ଶାଶୁ ଘରେ ଅଛନ୍ତି । ଆଉ ଗତ କିଛି ସମୟ ହେବ ଉଭୟଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସାକ୍ଷାତ୍କାରରେ ଉଭୟ ଅଶ୍ଵିନ ଆଉ ପ୍ରେରଣା କହିଛନ୍ତି-‘ଆମେ 6-7 ବର୍ଷ ତଳେ ପରସ୍ପର ସହ ସାକ୍ଷାତ କରିଥିଲୁ । ଆମେ ସେତେବେଳେ ବି ବନ୍ଧୁ ହେଇଥିଲୁ ଆଉ ଏବେ ବି ବନ୍ଧୁ ହେଇ ରହିଛୁ । ଏବେ କେବଳ ପାରମ୍ପରିକ ଦ୍ରୁଷ୍ଟିରୁ ଆମର ବାହାଘର ହୋଇଛି ଆମେ ସ୍ଵାମୀ-ସ୍ତ୍ରୀ ହୋଇଛି ।

ହେଲେ ଆମେ ଆଗରୁ ଯେଉଁ ଭଳି ପରସ୍ପରର ଭଲ ବନ୍ଧୁ ହୋଇଥିଲୁ ଆଜି ବି ବନ୍ଧୁ ହୋଇ ଅଛୁ । ତେଣୁ ବିବାହ ପରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ନୋକ ଝୋକ ହୁଏ ତାହା 6 ମାସ ପରେ ଜଣା ପଡିବ  । ବନ୍ଧୁତ୍ଵରେ ବି ନୋକ ଝୋକ ହୁଏ । ତେଣୁ ଆମର ବନ୍ଧୁତ୍ଵରେ ବି ଝଗଡା ହେଉଥିଲା ଯଦି ବିବାହ ପରେ ହେଉଛି ଆମେ ଚଳେଇ ଦେବୁ କିଛି ଅସୁବିଧା ନାହିଁ ।

ବାହାଘର ଶେଷ ହୋଇଛି ଆମେ ହନିମୁନ ବୁଲିବାକୁ ନନ୍ଦନ କାନନ ଯିବୁ । ବାହାଘରରେ ଯେତିକି ପଇସା ଖର୍ଚ୍ଚ ହେଇଛି ଲାଗୁଛି ରାମ ମନ୍ଦିରରେ ବସିବାକୁ ପଡିବ ନହଲେ କାମ କରିବାକୁ ପଡିବ । ଆମେ ବ୍ରେକ ନେଇଥିଲୁ ଆମ ବାହାଘର ପାଇଁ ଏହା ପରେ ଆମେ ଆମ କାମରେ ବ୍ୟସ୍ତ ରହିଯିବୁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଉଭୟଙ୍କ ସାକ୍ଷାତ୍କାର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *