ହୀରାକୁଦ ଡ୍ୟାମରେ ଫାଟ, କଣ ଭାଙ୍ଗିଯିବ ବାର୍ଦ୍ଧକ୍ୟବସ୍ଥାରେ ଥିବା Hirakud Dam ? ଏବେ କଣ ହେବ…

ବନ୍ଧୁଗଣ ବନ୍ୟା ଏବେ ଜନ ଜୀବନ ପାଇଁ କାଳ ହୋଇଯାଇଛି । ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଜିଲ୍ଲାରେ ବନ୍ୟା ହୋଇ ସାରିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ହୀରାକୁଦ 40ଟି ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଅନେକ ଗାଁରେ ପାଣି ଉବୁ ଡୁବୁ ହେଉଛି । ଆଉ ଏହାରି ମଧ୍ୟରେ ହୀରାକୁଦ ଡ୍ୟାମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ।

ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବର୍ଷା ଋତୁ ହେଲେ ପ୍ରତିଦିନ ଖବରର ଶିରୋନାମା ପାଲଟେ ହୀରାକୁଦ ବନ୍ଧ । କେତେ ଗେଟ ଖୋଲିଲା କେତେ ଜଳ ନିସ୍କାଷନ ହେଲା, ଏସବୁ ଖବର ରଖେ ଜଳ ସମ୍ପଦ ବିଭାଗ । ହେଲେ ବାର୍ଦ୍ଧକ୍ୟବସ୍ଥାରେ ଥିବା ହୀରକୁଦର ସ୍ଥିତି ଯାଞ୍ଚ କରିବା ପାଇଁ ବୋଧେ ସମସ୍ତେ ଭୁଲିଯାଇଛନ୍ତି  । କାରଣ ହୀରାକୁଦ ଡ୍ୟାମର ଫାଟ ଗୁଡ଼ିକୁ ନେଇ ଏବେ ଖୁବ ଚର୍ଚ୍ଚା ।

ବିପଦରେ ହୀରାକୁଦ ଡ୍ୟାମ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଡ୍ୟାମର ଅନେକ ସ୍ଥାନରେ ଦେଖା ଦେଇଛି ଫାଟ । ଅପରେସନ ଗ୍ୟାଲେରୀ ଫାଉଣ୍ଡେସନ ଗ୍ୟାଲେରୀ ଓ ଉଭୟ ଦକ୍ଷିଣ ଏବଂ ବାମ ପାର୍ଶ୍ଵରେ ଫାଟ ରହିଥିବା ଦେଖିବାକୁ ମିଳିଛି । 2020 ଜାନୁୟାରୀରେ ଡିଏସଆର ପେଟିମ ଏହାର ଯାଞ୍ଚ କରିବା ପରେ ଅଧିକ ଅନୁଧାନ ପାଇଁ ପରାମର୍ଶ ଦେଇଥିଲେ ।

ସ୍ପିଲ ୱେଲ ତଳ ମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ ଡ୍ରୋନ ସାହାର୍ଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଅଣ୍ଡର ୱାଟର ଭିଡିଓ ଗ୍ରାଫି କରାଯିବା କଥା । ଗେଟ ଅପରେସନ ଗ୍ୟାଲେରୀ ପ୍ରତି ଧ୍ୟାନ ଦେବା ପାଇଁ କୁହା ଯାଇଥିଲା । ଅଧିକ ଫାଟ ହୋଇଛି କି ନାହିଁ ତାର ଅନୁଧ୍ୟାନ ମଧ୍ୟ କରାଯିବା କଥା । ହେଲେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆ ଯାଇ ନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ପ୍ରତି ପାଞ୍ଚ ବର୍ଷରେ ଥରେ ପୁରୁଣା ଫାଟ ସହିତ ନୂଆ ଫାଟ ଅଛି କି ନାହିଁ ତାର ମଧ୍ୟ ସର୍ଭେ ହେବା କଥା ହେଲେ 1999 ମସିହା ପରଠାରୁ 23 ବର୍ଷ ହେଲା ଏହା କରାଯାଇ ନାହିଁ । ତେଣୁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଦ୍ଵାରା ସ୍ଵତନ୍ତ୍ର ନିରୀକ୍ଷଣ କରିବାକୁ ଡ୍ୟାମ ସେଫଟି ମୁଖ୍ୟ ଜନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *