ବଲୀଉଡରେ ଡ୍ରିମଗର୍ଲ ନାଁରେ ଫେମସ ଥିବା ହେମା ମାଳିନୀ ନିଜ ଜମାନାରେ ସବୁଠୁ ସୁନ୍ଦର ଅଭିନେତ୍ରୀ ଥିଲେ । ହେମା ମାଳିନୀଙ୍କ ସୁନ୍ଦରତା ଉପରେ ସେହି ସମୟରେ ଲକ୍ଷ ଲକ୍ଷ ଲୋକମାନେ ଫିଦା ଥିଲେ । କେବଳ ସେହି ସମୟରେ ନୁହେଁ ବର୍ତ୍ତମାନ ସମୟରେ ତାଙ୍କ ଲୁକରେ ଲକ୍ଷ ଲକ୍ଷ ଲୋକମାନେ ଫିଦା ଅଛନ୍ତି । ଆଜି ବି ସେ ସେତିକି ସୁନ୍ଦର ଦେଖା ଯାଆନ୍ତି ଯେତିକି ସେ ପୂର୍ବରୁ ଦେଖା ଯାଉ ଥିଲେ ।
ଆପଣଙ୍କୁ କହିଦେଉଛୁ କି ଗୋଟିଏ ସମୟରେ ସଂଜୀବ କୁମାର ହେମା ମାଳିନୀଙ୍କୁ ବହୁତ ଭଲ ପାଉ ଥିଲେ ଓ ତାଙ୍କ ସହ ବିବାହ ବି କରିବାକୁ ଚାହୁଁ ଥିଲେ । କିନ୍ତୁ ଏହିଭଳି ହୋଇ ପାରିଲା ନାହିଁ । କାରଣ ହେମା ମାଳିନୀ ତାଙ୍କୁ ଭଲ ପାଉ ନ ଥିଲେ । ଅନ୍ୟ ପଟେ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ନିଜର ହୃଦୟ ଦେଇ ଦେଇ ଥିଲେ । ହେମା ମାଳିନୀ ବି ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡି ଯାଇ ଥିଲେ । କିନ୍ତୁ ଧର୍ମେନ୍ଦ୍ର ପୂର୍ବରୁ ହିଁ ବିବାହିତ ଥିଲେ ।
ଧର୍ମେନ୍ଦ୍ର ପ୍ରକାଶ କୌର ନାମକ ମହିଳାଙ୍କୁ ବିବାହ କରିଥିଲେ । ଯାହାଙ୍କ ଠାରୁ ଧର୍ମେନ୍ଦ୍ରଙ୍କୁ ଦୁଇଟି ସନ୍ତାନ ହେଲା ସନି ଦେଓଲ ଓ ବବି ଦେଓଲ । କିନ୍ତୁ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ବି ବିବାହ କରିବାକୁ ଚାହୁଁ ଥିଲେ ଓ ନିଜର ପ୍ରଥମ ପତ୍ନୀଙ୍କୁ ବି ଛାଡପତ୍ର ଦେବାକୁ ଚାହୁଁ ନ ଥିଲେ । ଏହି ସମସ୍ଯାର ସମାଧାନ ବାହାର କରି ଧର୍ମେନ୍ଦ୍ର ଇସଲାମ ଧର୍ମ ଆପଣାଇ ନେଲେ । ଇସଲାମ ଧର୍ମ ତାଙ୍କୁ ଏକା ସହିତ ଦୁଇଟି ପତ୍ନୀ ରଖିବା ପାଇଁ ଅନୁମତି ଦେଉ ଥିଲା । ହେମା ମାଳିନୀଙ୍କ ସହ ଧର୍ମେନ୍ଦ୍ର ଦ୍ଵିତୀୟ ବିବାହ କରିଲେ ଓ ଦୁଇ ଜଣଙ୍କର ଦୁଇଟି ଝିଅ ହେଲା ।
ବଡ ଝିଅର ନାଁ ଇଶା ଦେଓଲ ଅଟେ ଓ ଛୋଟ ଝିଅର ନାଁ ଆହାନା ଦେଓଲ । ଯଦି ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ଦୁଇ ପୁଅଙ୍କ ବୋହୁଙ୍କ ବିଷୟରେ କହିବା ତେବେ ସେମାନେ ହେମା ମାଳିନୀଙ୍କ ଠାରୁ କମ ନୁହନ୍ତି । ସେମାନେ ଏତେ ସୁନ୍ଦର ଅଟନ୍ତି କି ସୁନ୍ଦରତା ମାମଲାରେ ସେମାନେ ହେମା ମାଳିନୀଙ୍କୁ ଟକ୍କର ଦିଅନ୍ତି । ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ବୋହୁ, ଯେଉଁମାନେ କି ସମ୍ପର୍କରେ ହେମା ମାଳିନୀଙ୍କର ବି ବୋହୁ ଅଟନ୍ତି ସେମାନଙ୍କ ବିଷୟରେ କହିବୁ ।
ଧର୍ମେନ୍ଦ୍ରଙ୍କ ବଡ ପୁଅ ସନି ଦେଓଲଙ୍କ ପତ୍ନୀଙ୍କ ନାଁ ପୂଜା ଦେଓଲ ଅଟେ । ପୂଜା ଜଣେ ଗୃହିଣୀ ଅଟନ୍ତି ଓ ସେ ଘରର ଦେଖା ଶୁଣା କରନ୍ତି । ପୂଜା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ପୂଜା ସନି ଦେଓଲଙ୍କ ଯୋଡି ବି ଦେଖିବାକୁ ଭଲ ଲାଗେ । ବବି ଦେଓଲଙ୍କ ପତ୍ନୀଙ୍କ ନାଁ ତାନିୟା ଦେଓଲ ଅଟେ । ତାନିୟା ଦେଓଲ ପୂଜା ଦେଓଲଙ୍କ ଠାରୁ ବି ଆହୁରି ଅଧିକ ସୁନ୍ଦର ଅଟନ୍ତି । ସେ କୌଣସି ଅଭିନେତ୍ରୀ ଠାରୁ ବି କମ ନୁହନ୍ତି ।
ସେ ପ୍ରାୟତଃ ନିଜର ବବି ଦେଓଲଙ୍କ ସହ ନଜର ବି ଆସନ୍ତି । କହିଦେଉଛୁ କି ସାବତ ପୁଅ ହୋଇ ଥିବାରୁ ହେମା ମାଳିନୀଙ୍କ ସହ ସେମାନଙ୍କର ପୁଅର ବିଶେଷ କିଛି ସମ୍ପର୍କ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।