ଶିକାରୀର ଗୁଳିମାଡରେ ଚାଲିଗଲା ଫରେଷ୍ଟ ଗାର୍ଡଙ୍କ ଜୀବନ, ସାବିତ୍ରୀକୁ ୨ ଦିନ ନପୁରୁଣୁ ସ୍ଵାମୀଙ୍କୁ ହରାଇଲ ସ୍ତ୍ରୀ ! ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାବିତ୍ରୀକୁ ୨ ଦିନ ନପୁରୁଣୁ ଚାଲିଗଲା ସ୍ଵାମୀର ଜୀବନ ! ତେବେ ଶିକାରୀର ଗୁଳି ମାଡରେ ଫରେଷ୍ଟ ଗାର୍ଡଙ୍କର ମୃ-ତ୍ୟୁ ଘଟିଛି । ୨ ଦିନ ତଳେ ସ୍ଵାମୀର ଦୀର୍ଘାୟୁ ପାଇଁ ଫରେଷ୍ଟ ଗାର୍ଡ  ବିମଲ କୁମାର ଜେନାଙ୍କ  ସ୍ତ୍ରୀ ତାଙ୍କ ପାଇଁ ସାବିତ୍ରୀ ବ୍ରତ କରିଥିଲେ । ହେଲେ ଘଟିଗଲା କିଛି ଏମିତି । ତେବେ ବିମଲ କୁମାର ଜେନାଙ୍କ ଘର ବାରିପଦା । ହେଲେ ଶିମିଳିପାଳରେ ଫରେଷ୍ଟ ଗାର୍ଡ ଭାବେ ରହି ବିମଲ କାମ କରୁଥିଲେ ।

ତେବେ କିଛି ଶିକାରୀ କଲିକତାରୁ ଆସି ସ୍ଥାନୀୟ ଶିକାରଙ୍କ ସହ ମିଶି ହାତୀ ଶିକାର କରିବାକୁ ଆସିଥିଲେ । ହେଲେ ସେହି ଗୁଳିର ଶିକାର ହୋଇଯାଥିଲେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା । ତେବେ ଚାଲି ଚାଲି ପେଟ୍ରୋଲିଂ କରୁଥିବା ବେଳେ କିଛି ଶିକାରୀ ମାନଙ୍କ ସାମ୍ନାସାମ୍ନି ବିମଲ ହୋଇଯାଇଥିଲେ । ତାପରେ ସେମାନଙ୍କ ଠାରୁ କିଛି ବନ୍ୟଜନ୍ତୁ ମାଂସ ଓ ବନ୍ଧୁକ ଜବତ ମଧ୍ୟ କରଯାଇଥିଲା । ହେଲେ ସେହି ଶିକାରୀ ମାନେ କିନ୍ତୁ ଫରେଷ୍ଟର ଗାର୍ଡଙ୍କ ଠାରୁ ଖସିକି ପଳାଇଯାଇଥିଲେ ।

ତେବେ ବିମଲଙ୍କ ଅନ୍ୟ ସାଥି ଫରେଷ୍ଟର ମାନେ ଶିକାରୀଙ୍କ ଠାରୁ ସେହି ସବୁ ଜବତ ସାମଗ୍ରୀକୁ ନେଇକି ଘଟଣା ସ୍ତଳରୁ ଫେରି ଆସିଥିଲେ । ହେଲେ ବିମଲ ଏହି ଘଟଣା ସମ୍ପର୍କରେ ନିଜ ସ୍ତ୍ରୀଙ୍କ ସହ ସେହି ଏରିଆରେ ବୁଲିକି କଥା ହେଉଥିବା ସମୟରେ କିଛି ଏପରି ଘଟି ଯାଇଥିଲା । ଯେଉଁଠାରେ କି ଶିକାରୀ ମାନେ ଫରେଷ୍ଟରଙ୍କ ସହ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଗୁଳି ଚଳାଇଥିଲେ ବୋଲି ଅନୁମାନ କରାଯାଉଛି ।

ତେବେ ଗୁଳି ମାଡ ପରେ ବିମଲଙ୍କର ସ୍ଵାସ୍ଥବସ୍ତା ପୂରାପୂରି ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ତେବେ ଏହି ଖବର ପାଇଁ ତାଙ୍କ ସାଥି ଦଳ ସଙ୍ଗେ ସଙ୍ଗେ ତାଙ୍କୁ ଗାଡି ଦ୍ଵାରା ମେଡିକାଲକୁ ନେଇଯାଇଥିଲେ । ହେଲେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ହିଁ ବିମଲଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତେବେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଲା ପରେ ବିମଲଙ୍କ ସ୍ତ୍ରୀ ସମେତ ତାଙ୍କର ପୁରା ପରିବାର ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଏହା ସହ ନିଜର ସ୍ଵାମୀଙ୍କୁ ହରାଇ ବିମଲଙ୍କ ସ୍ତ୍ରୀ କାନ୍ଦି କାନ୍ଦି ତାଙ୍କ ସ୍ଵାମୀଙ୍କୁ ମନେ ପକାଇ ଝୁରିହେଉଛନ୍ତି । ହେଲେ ବିମଲ ଯେ ଆଉ ଏହି ଦୁନିଆରେ ନାହାନ୍ତି ଏହା ଦୁଃଖ ଲାଗୁଥିଲେ ମଧ୍ୟ ଏହା ହିଁ ସତ୍ୟ ବୋଲି ତାଙ୍କ ସ୍ତ୍ରୀ ସ୍ଵୀକାର କରି ପାରୁନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *