ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ସମସ୍ତେ ବହୁ ଚର୍ଚ୍ଚିତ କମେଡିଆନ ରାଜୁ ଦାସ ଙ୍କ ସମ୍ବନ୍ଧରେ ଜାଣିଛନ୍ତି । ତେବେ ରାଜୁ ହାତକୁ ଦୁଇହାତ ହୋଇଛନ୍ତି । କେନ୍ଦୁଝର ର ସୋନାଲି ଙ୍କ ସହିତ ବୈଦିକ ରୀତି ଅନୁଯାୟୀ ବିବାହ ସରିଛି । ତେବେ ରାଜୁ ବାହାଘର ସମୟରେ କିଭଳି ଭାବରେ ନିଜ ଶାଳି ସହିତ ମଜା ମସ୍ତି କରିଥିଲେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ବିବାହ କାର୍ଯ୍ୟ ଚାଲିଥିଲା ଏଣେ ରାଜୁ ଙ୍କ କମେଡି ମଧ୍ୟ ଚାଲିଥିଲା ।
କମେଡି କରୁଥିବା ସମୟରେ ସୋନାଲି ମଧ୍ୟ ନିଜ ହସକୁ ଅଟକାଇ ରଖିପାରିନଥିଲେ । ସେ ମଧ୍ୟ ହସିବାକୁ ଲାଗିଥିଲେ । ସମସ୍ତେ ଏହା ଜାଣିଛନ୍ତି ଯେ ବାହାଘରରେ ହାତଗଣ୍ଠି ଶାଳି ଫିଟାଇ ଥାଏ । ତେବେ ରାଜୁ ଙ୍କ କୁନି ଶାଳି ହାତଗଣ୍ଠି ଫିଟାଇଲା ବେଳେ ମନା କରିଥିଲେ ଆଗ ଜିନିଷ ଦିଅ ଏହାପରେ ହାତଗଣ୍ଠି ଫିଟିବ । ରାଜୁ କହିଥିଲେ ଆଗ ହାତଗଣ୍ଠି ଫିଟାଇ ଦେ ଏହାପରେ ଚକୋଲେଟ ଖାଇବାକୁ ପଇସା ଦେବି ।
ଏହା ଶୁଣି ସମସ୍ତ ପରିବାର ବର୍ଗ ହସିବାକୁ ଲାଗିଥିଲେ । ରାଜୁ ଏହାପରେ କହିଲେ ଯେ ଛୁଆଟିକୁ ନିଦ ଲାଗିଲାଣି ଜଲ୍ଦି ହାତଗଣ୍ଠି ଫିଟାଇ ଶୋଇବାକୁ ଦିଅ ତାକୁ । ଏହା ଶୁଣିବା ମାତ୍ରେ ସୋନାଲି ହସିବାକୁ ଲାଗିଥିଲେ । ସୋନାଲି ଙ୍କ ସହିତ ତାଙ୍କ ଦିଅର ମାନେ ଥଟା ମଜା କରୁଥିବାର ନଜର ଆସିଥିଲେ ।
ବହୁତ କହିବା ପରେ ରାଜୁ ଙ୍କ କୁନି ଶାଳି ହାତଗଣ୍ଠି ଫିଟାଇବାକୁ ରାଜି ହୋଇଥିଲା । ମାତ୍ର ଝିଅଟି ଫୁଲ ମାଳ କୁ ଦେଖି କହିଥିଲା ୟାକୁ କେମିତି ଫିଟାଇବି ମତେ ଆସେନି ମୁଁ ଫିଟାଇ ପାରିବି ନାହିଁ । ରାଜୁ ନିଜ ପକେଟ ରୁ 500 ଟଙ୍କିଆ ନୋଟ ଟେ କାଢି ଦେଲେ, ମାତ୍ର ଶାଳି କହିଲେ ଯେ ମୁଁ ନେବିନି ମତେ ଆଗ ମୁଦି ଦିଅ, ତାହାପରେ ହାତ ଗଣ୍ଠି ଫିଟାଇବି ନଚେତ ସୁଧୁ ଫିଟାଇବିନି ।
କୁନି ଝିଅର ଏଭଳି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ହସିବାକୁ ଲାଗିଲେ । ଶେଷରେ ଝିଅ ପକ୍ଷରୁ ଜଣେ ବ୍ୟକ୍ତି ଏବଂ ନନା ମିଶି କୁନି ଝିଅ ଅର୍ଥାତ ରାଜୁ ଙ୍କ ଶାଳି ଙ୍କୁ ଦ୍ଵାରା ହାତଗଣ୍ଠି ଫିଟାଇ ଥିଲେ । ଏହା ଦେଖି ସମସ୍ତେ ବହୁତ ଖୁସି ହେଲେ । ଏବଂ ସମସ୍ତେ କରତାଳି ସହିତ ଶୁଭେଛା ଜଣାଇଲେ ନବଦମ୍ପତ୍ତି ଙ୍କୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।