ହାର୍ଟ ଆଟାକ ଆସିବା ପୂର୍ବରୁ କେମିତି ଚିହ୍ନିବେ…ଦେଖନ୍ତୁ କଣ କୁହନ୍ତି Dr Mahendra Prasad Tripathy

ନମସ୍କାର ବନ୍ଧୁଗଣ ତେବେ ହୃତପିଣ୍ଡ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରର ପ୍ରତ୍ୟେକ କୋଷ, ଟିସୁ ଓ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ । ବିଭିନ୍ନ କାରଣରୁ ହୃତପିଣ୍ଡ ନିଜ କାର୍ଯ୍ୟ କରିବାରୁ ଅସମର୍ଥ ହେଲେ ହାର୍ଟ ଆଟାକ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ ହାର୍ଟ ଆଟାକ ହେବାର କାରଣ ଓ ଲକ୍ଷଣ କଣ ଏବଂ ଏହା ସହିତ ଏହାର ନିବାରଣ କିପରି କରିବା ସେହି ସମ୍ବନ୍ଧରେ ଆପଣ ମାନଙ୍କୁ ଅବଗତ କରାଇବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ତେବେ ମନୁଷ୍ୟ ଶରୀରର ହୃତପିଣ୍ଡ ହେଉଛି ମାଂସ ପିଣ୍ଡୁଳା ସଦୃଶ । ଏହା ୪ ପ୍ରକୋଷ୍ଠ ବିଶିଷ୍ଟ । ଫୁସଫୁସ ର ରକ୍ତ ବିଶୁଦ୍ଧ ହେବା ପରେ ସମସ୍ତ ଅଙ୍ଗ କୁ ହୃତପିଣ୍ଡ ଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ।ତେବେ ହୃତପିଣ୍ଡ ଜନିତ ଅନେକ ରୋଗ ରହିଛି । ବଂଶଗତ କାରଣରୁ ହୃଦ ରୋଗ ହୋଇପାରେ । ଆଣ୍ଠୁ ଗଣ୍ଠି ବାତ କାରଣରୁ ମଧ୍ୟ ହୃଦ ରୋଗ ହୋଇପାରେ ।

ଏହା ସହିତ ଉଚ୍ଚ ରକ୍ତ ଚାପ ହେଲେ ମଧ୍ୟ ହୃଦ ରୋଗ ହେବାର ସମ୍ଭାବନା ରହିଥାଏ । ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଇସ୍କେମିକ ହାର୍ଟ ଡିଜିଜ ହୋଇଥାଏ।ଯେଉଁ ବ୍ୟକ୍ତି ମାନଙ୍କର ମଧୁମେହ ରୋଗ ରହିଛି ଏବଂ ଯେଉଁମାନେ ଅଧିକ ଧୂମମରପାନ ବା ନିଶାଆପାନ କରୁଛନ୍ତି ସେମାନଙ୍କୁ ମଧ୍ୟ ହୃଦ ରୋଗ ହେବାର ସମ୍ଭାବନା ଥାଏ।

ତେବେ ଯଦି ହୃଦ ରୋଗ ଭଳି ସମସ୍ୟା ଶରୀରରେ ଦେଖା ଯାଇଥାଏ ତେବେ ଆପଣ ପୂର୍ବ ଅପେକ୍ଷା ଅଧିକ ଚାଲି ପାରିବେ ନାହିଁ । ଚାଲିବା ସମୟରେ ଧଇଁସଇଁ ଲାଗିବ । ଛାତି ଯନ୍ତ୍ରଣା ମଧ୍ୟ ହେବ । ନାଭିର ଉପର ଓ ମାଢି ର ତଳ ଭାଗର ଯନ୍ତ୍ରଣା କୁ ମଧ୍ୟ ହାର୍ଟ ଆଟାକ ବୋଲି ଧରିନିଆ ଯାଇଥାଏ।

ମୁଣ୍ଡ ବୁଲାଇଥାଏ, ଅଧିକ ଝାଳ ବାହାରିଥାଏ ଏବଂ ହୃଦ ସ୍ପନ୍ଦନ ମଧ୍ୟ ବଢ଼ି ଯାଇଥାଏ । ହୃତପିଣ୍ଡ ବଞ୍ଚିବା ପାଇଁ ମଧ୍ୟ ନିଜସ୍ଵ ରକ୍ତ ସଞ୍ଚାଳନ ବ୍ୟବସ୍ଥା ରହିଛି।ଏଥିରେ କୋଲେଷ୍ଟ୍ରଲ ଜମା ହେଲେ ସଠିକ ଭାବରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ । ଯାହା ଫଳରେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ସବୁ ଲକ୍ଷଣ ଦେଖାଗଲେ ଆଦୋୖ ଲୁଚାନ୍ତୁ ନାହିଁ ।

୫୦ ପ୍ରତିଶତ ବ୍ୟକ୍ତିଙ୍କର  ହଠାତ ଜୀବନ ଚାଲିଯାଏ । ତେଣୁ ଏହି ସବୁ ଲକ୍ଷଣ ଶରୀରରେ ଦେଖାଗଲେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ।ସର୍ବ ପ୍ରଥମେ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଫଳରେ ଏହା ହାର୍ଟ ଉପରେ ପ୍ରଭାବ ପକାଇବ ନାହିଁ । ଡାଇବେଟିସ କୁ ନିୟନ୍ତ୍ରଣ କରିବେ ଏବଂ ନିୟମିତ ବ୍ୟାୟାମ କରିବେ । ନିଶା ଦ୍ରବ୍ୟର ସମ୍ପୂର୍ଣ୍ଣ ରୂପରେ ବର୍ଜନ କରିବେ ।

ଅଧିକ ତେଲ ଓ ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ପ୍ରାୟତଃ ବ୍ୟକ୍ତି ଙ୍କୁ ବଂଶଗତ କାରଣରୁ ମଧ୍ୟ ହାର୍ଟ ଆଟାକ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ମାନଙ୍କ ପରିବାର ରେ କାହାକୁ ଏହି ସମସ୍ୟା ରହିଛି ତେବେ ସେ ନିୟମିତ ଭାବରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *