ଗ୍ରାଉଣ୍ଡରେ ଧମାଲ୍ କଲେ Ravichandran Aswini, ବର୍ତ୍ତିଗଲା ଟୀମ ଇଣ୍ଡିଆ…

ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଟେଷ୍ଟ ମ୍ୟାଚରେ ଜଲବା ଦେଖାଇଲା ଅଶ୍ଵିନଙ୍କ ବ୍ୟାଟ । ଅଶ୍ଵିନ ଆଉ କୁଳଦୀପଙ୍କ ଯୋଡି ପଡିଆରେ ଜମିଲା । ବୋଲିଂ ସତ୍ତ୍ୱେ ବ୍ୟାଟିଂରେ ବି କମାଲ୍ କଲେ ଏହି ଡାହାଣ ହାତୀ ବ୍ୟାଟ୍ସ ମ୍ୟାନ । ବନ୍ଧୁଗଣ ଏବେ ବାଂଲାଦେଶ ବିପକ୍ଷରେ ଚାଲି ଥିବା ଟେଷ୍ଟ ମ୍ୟାଚରେ ନିଜ ବ୍ୟାଟିଂରେ ଜଲବା ଦେଖାଇ ଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନ ।

ଟେଷ୍ଟ କ୍ରିକେଟରେ ନିଜର ଜବରଦସ୍ତ ପଦର୍ଶନ ସହ ପ୍ରଥମ ପାଳିରେ 58 ରନ୍ ସଂଗ୍ରହ କରିଛନ୍ତି ଅଶ୍ଵିନ । ତେବେ ଅଶ୍ଵିନଙ୍କ ଏହି ଇନିଙ୍ଗ୍ସ ସହ ଭାରତୀୟ ଦଳ ପ୍ରଥମ ପାଳିରେ ସଂଗ୍ରହ କରିପାରି ଥିଲା 404 ରନ୍ । ନିଜ ଉଚ୍ଚ କୋଟିର ପାଳି ମଧ୍ୟରେ 113 ବଲର ସାମ୍ନା କରି ଦୁଇଟି ଚଉକା ଏବଂ ଦୁଇଟି ଛକା ମାରିବାରେ ସକ୍ଷମ ହୋଇଥିଲେ ଟିମ ଇଣ୍ଡିଆର ଏହି ଟପ ବୋଲର ।

ପ୍ରଥମ ଟେଷ୍ଟ ମ୍ୟାଚରେ 293 ରନ୍ ରେ 7 ୱିକେଟ ହରାଇ ଥିଲା ଟିମ ଇଣ୍ଡିଆ । ଆଉ ଏହା ପରେ ଦଳୀୟ ସ୍କୋର 300 ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଥିଲା । ଏଭଳି ସ୍ଥିତିରେ ପଡିଆରେ କ୍ରେଜ ବଢାଇ ଥିଲେ ଅଶ୍ଵିନ ଏବଂ କୁଳଦୀପ ଯାଦବ । ଉଭୟ ଅଷ୍ଟମ ୱିକେଟ ପାଇଁ 87 ରନ୍ ର ବୁଝାବଣା କରିଥିଲେ । ସେହିପରି ଭାରତୀୟ ଦଳରେ ଦିଗଜ ଖେଳାଳି କୁଳଦୀପ ଯାଦବ 40 ରନ୍ ର ପାଳି ଖେଳିଥିବା ବେଳେ ଏହା ଥିଲା ତାଙ୍କ ଟେଷ୍ଟ କ୍ରିକେଟର ବେସ୍ଟ ସ୍କୋର ।

କୁଳଦୀପ 114 ବଲ ଖେଳିଥିବା ବେଳେ ମୋଟ ସ୍କୋରରେ ସାମିଲ କରିପାରିଛନ୍ତି 5ଟି ଚଉକା । ତେବେ ବାଂଲାଦେଶ ବିପକ୍ଷ ଏହି ଟେଷ୍ଟରେ ଅଶ୍ଵିନ ଏବଂ କୁଳଦୀପଙ୍କ ବ୍ୟତୀତ ଚେତେଶ୍ଵର ପୂଜାରା ଓ ଶ୍ରେୟସ ଆୟରଙ୍କ ମଧ୍ୟ ରହିଛି ଗୁରୁତ୍ଵ ପୂର୍ଣ୍ଣ ଅବଦାନ । ଡାହାଣ ହାତୀ ବ୍ୟାଟ୍ସ ମ୍ୟାନ ଚେତେଶ୍ଵର ପୂଜାରା 90 ରନ୍ ସଂଗ୍ରହ କରିଥିବା ବେଳେ 86 ରନ୍ ର ପାଳି ଖେଳିଥିଲେ ଆୟର ।

ଉଭୟ ପାର୍ଟନର ସିପରେ ମୋଟ 149 ରନ୍ ସ୍କୋର କରିପାରି ଥିଲେ । ତେବେ ଇଣ୍ଡିଆ ଦଳର ତାରକା ପ୍ଲେୟାର ରବିଚନ୍ଦ୍ରନ ଅଶ୍ଵିନଙ୍କ ଦମଦାର ପଦର୍ଶନର ଏହା ପ୍ରଥମ ପାଳି ନୁହେଁ ପୂର୍ବରୁ ମଧ୍ୟ ଭାରତ ପକ୍ଷରୁ ମଉକା ପାଇ ନିଜ ବ୍ୟାଟର ଜାଦୁ ଦେଖାଇ ଛନ୍ତି ରବିଚନ୍ଦ୍ରନ ଅଶ୍ଵିନ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *