‘ମେଁ ତେରା ବଏଫ୍ରେଣ୍ଡ, ତୁ ମେରି ଗାର୍ଲ ଫ୍ରେଣ୍ଡ ” ଗୀତ ଶୁଣାଉଛନ୍ତି ଶଶୁର…’ ଦେଖନ୍ତୁ ଏ ନେଇ କଣ କହିଲେ ଦୀପିକା

ବନ୍ଧୁଗଣ ବହୁ ଚର୍ଚ୍ଚିତ ଦିନେଶ ଓ ଦୀପିକାଙ୍କ ପ୍ରେମ ବିବାଦରେ ଏବେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲି ଥିବା ବେଳେ ଦୀପିକା ଏବେ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ଅନେକ ଦିନ ଧରି ଧାରଣାରେ ବସିଥିବା ଦୀପିକା ଗତ କାଲି ନିଜ ପ୍ରେମିକ ଦିନେଶଙ୍କ ଘର ସାମ୍ନାରେ ଗଣେଶ ପୂଜା କରିଥିଲେ । ନିଜର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆଉ ନ୍ୟାୟ ପାଇବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ହେଲେ ଆଜି କିଛି ଅଲଗା ହେଇଗଲା ।

ଗତ କିଛି ସମୟ ତଳେ ଦିନେଶଙ୍କ ପରିବାର ଲୋକ ହଠାତ ଘରେ ତାଲା ଦେଇ କୁଆଡେ ଚାଲି ଯାଇଛନ୍ତି ଆଉ ଦୀପିକା ଏବେ ତାଙ୍କ ଘର ବାରଣ୍ଡାରେ ଏକା ବସିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜର ହକ୍ ପାଇବା ପାଇଁ ଦୀପିକା ଦୀର୍ଘ 30 ଦିନ ହେବ ଅନେକ କଷ୍ଟ ଆଉ ଅସୁବିଧାର ସମ୍ମୁଖୀନ ହୋଇ ଧାରଣା ଦେଇ ବସି ଛନ୍ତି ।

ଆଉ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ସମର୍ଥନରେ ଅଛନ୍ତି ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ । ବନ୍ଧୁଗଣ ଉଭୟ ଦିନେଶ ଓ ଦୀପିକାଙ୍କ ମାମଲା କୋର୍ଟରେ ବିଚାରଧିନ ରହିଛି । ଆଉ ଏହାରି ମଧ୍ୟରେ ଦିନେଶଙ୍କ ଘର ଲୋକ ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି ।

ଏନେଇ ଦୀପିକା କହିଛନ୍ତି-‘ସେ କୁଆଡେ ଯାଇଛନ୍ତି ମୁଁ ତ ଜାଣିନି ହେଲେ ସକାଳ ସମୟରେ ତାଙ୍କ ଘର ଭିତରେ ବହୁତ ଜୋରସେ ଝଗଡା କରୁଥିଲେ । ମୁଁ ଗଣେଶଙ୍କ ପୂଜା କରୁଥିବା ବେଳେ ବହୁତ ଜୋରରେ ପାଟି ଶୁଭିଲା ମୁଁ ହଠାତ ସବୁ ଜିନିଷ ରଖି ଚାହିଁଲା ବେଳକୁ ମୋ ଶ୍ଵଶୁର କବାଟ ଧାଡକିନା ଦେଇ ପଳେଈ ଗଲେ । କିଛି ସମୟ ପରେ ସେ ଗୋଟେ ଗୀତ ଲଗାଇଲେ ।

ସେ ମେ ତେରା ବୟଫ୍ରେଣ୍ଡ ତୁ ମେରି ଗାର୍ଲଫ୍ରେଣ୍ଡ ଗୀତ ଲଗାଇ ଶୁଣେଇଲେ । ତା ପରେ ମୋ ଶାଶୁ ଲଗେଜ ଧରି ଦିଅର ସ୍କୁଟିରେ ପଳେଈ ଗଲେ । କିଛି ସମୟ ପରେ ଶ୍ଵଶୁର ମଧ୍ୟ ଘର ତାଲା ପକାଇ ଏକ ଅଟୋରେ ପଳାଇ ଗଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଦୀପିକା ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *