Gastric କଣ ଓ Acidity କଣ ? ଏହା ମଧ୍ୟରେ ପାର୍ଥକ୍ଯ କଣ ? Dr Debadutta Samantray

ବନ୍ଧୁଗଣ ନମସ୍କାର ତେବେ ବର୍ତ୍ତମାନ ଅନେକ ବ୍ୟକ୍ତି ଙ୍କୁ ଗ୍ୟାସ, ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ।ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ କିନ୍ତୁ ଏହି ସମସ୍ୟା ଜୀବନ ସାରା ରହି ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ, ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ ।  ତେବେ ଗ୍ୟାସ ସମସ୍ୟା କଣ ପାଇଁ ହୁଏ ଏବଂ କଣ କରିବା ଦ୍ୱାରା ତାହା ଭଲ ହୋଇଯିବ ।  ଆସନ୍ତୁ ଜାଣିନେବା ସେହି ବିଷୟରେ । ଗ୍ୟାସ ଆମର ତିନି ପ୍ରକାର ର ଅସୁବିଧା କରି ପାରେ ପ୍ରଥମରେ ମୁହଁରୁ ଅଧିକ ଗ୍ୟାସ ବାହାରିବା ଦ୍ଵିତୀୟ ରେ ପେଟ ଫୁଲିଯିବା ଏବଂ ତୃତୀୟ ରେ ମଳ ଦ୍ୱାର ପାଖରୁ ଅଧିକ ଗ୍ୟାସ ଯିବା ।

ଏହି ସବୁ ଏକ ସାଧାରଣ ପ୍ରକ୍ରିୟା ସେଥିପ୍ରତି ଅଧିକ ଚିନ୍ତା କରିବା କିମ୍ବା ଡରିବା ଆବଶ୍ୟକ ନୁହେଁ । ଗ୍ୟାସ ହେବାର ଲକ୍ଷଣ ବିଷୟରେ ଚର୍ଚ୍ଚା କଲେ ଜାଣିବା କି ଯଦି ଗ୍ୟାସ ହୁଏ ତେବେ ଆମ ଛାତି ବିନ୍ଧିବା,  ମୁହଁ ଖଟା ରହିବା, ବେଳେବେଳେ ଅଧିକ କାଶ ହେବା,  ତାଛଡା ଏହି କାରଣ ଯୋଗୁଁ ରାତିରେ ଭଲ ନିଦ ମଧ୍ୟ ହୁଏ ନାହିଁ ।

ଏହି ସବୁ ଗ୍ୟାସ ର ଲକ୍ଷଣ ଥାଏ । ଆମର ଅଧିକ ଗ୍ୟାସ କିମ୍ବା ଏସିଡିଟ ହେବାର ମୁଖ୍ୟ କାରଣ ହେଉଛି ଆମର ଭୁଲ ଜୀବନ ଶୈଳୀ । ଆମର ଖାଦ୍ୟ, ଆମେ ସର୍ଵଦା ପାଟି ସ୍ୱାଦ ପାଇଁ ବାହାର ଖାଦ୍ୟ ତେଲ ମସଲା ଜାତୀୟ ଖାଦ୍ୟ ଖାଉ । ଏହା ଠିକ ଭାବରେ ପାଚନ ନ ହୋଇ ପାରି ଗ୍ୟାସ ହୋଇ ଥାଏ ।

ତେବେ ନିଜ ଗ୍ୟାସ ସମସ୍ୟା କୁ ଠିକ କରିବା ପାଇଁ ହେଲେ ପ୍ରଥମେ ଆମକୁ ଆମର ଜୀଵନ ଶୈଳୀ କୁ ସୁଧାରିବାକୁ ପଡିବ।ନିଜ ଖାଦ୍ୟ ର ଯତ୍ନ ନେବାକୁ ପଡିବ ।  ନିଶା ଦ୍ରବ୍ୟ ଠାରୁ ମଧ୍ୟ ଦୁରେଇ ରହିବା, ଫାଷ୍ଟ ଫୁଡ଼ କମ ଖାଇବା ।  ଖାଦ୍ୟ କୁ ଅଳ୍ପ ଅଳ୍ପ କରି ଖାଇବା ଉଚିତ।

ପ୍ରଚୁର ପାଣି ପିଇବେ ଏବଂ ଯୋଗ ବ୍ୟାୟାମ ଆଦି କରିବେ ଏହା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଆପଣ ସକାଳେ ଜଲ୍ଦି ବ୍ରେକ ଫାଷ୍ଟ କରିବା ଉଚିତ ଏବଂ ଏହା ପରେ ୧୨ଟା ରୁ ୨ଟା ଭିତରେ ମଧ୍ୟାହ୍ନ ଭୋଜନ ଖାଇବା ଉଚିତ ଏବଂ ଏହା ପରେ ରାତି ଖାଦ୍ୟ ଠିକ ୮:୩୦ ଭିତରେ କରି ନେବା ଉଚିତ ।

ଏହା ଛଡା ଆପଣ ଏକ ପାତ୍ର ରେ ଏକ ଲିଟର ପାଣି ସହ ଜିରା,ହରିଡା ଏବଂ ଲବଙ୍ଗ କୁ ମିଶାଇ ୨୪ ଘଂଟା ରଖିବେ ଏବଂ ପରେ ଏକ ଛୋଟ ଗିଲାସ ରେ ତାକୁ ପିଇ ସାଧା ପାଣି ମଧ୍ୟ ପିଇ ପାରିବେ । ଏଭଳି ଆପଣ ୧୫ ଦିନ କରି ପାରିବେ ଏବଂ ଫୁଣି ଆଉ ୧୫ ଦିନ ପର୍ଯ୍ୟନ୍ତ ବନେଇବେ। ତେବେ ନିଜର ଜୀଵନ ଶୈଳୀ କୁ ବଦଳାନ୍ତୁ ଦେଖିବେ ନିଶ୍ଚିତ ସୁସ୍ଥ ରହିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *