ଗରିବ ପରିବାରରେ ବଢି ଆସିଥିବା Mahammad Siraj, ଆଜି ନିଜର ମହାନତା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି…

ଏପଟେ ମ୍ଯାଚ ସେପଟେ ଚାଲିଗଲା ବାପାର ଜୀବନ ! ଦେଶ ପାଇଁ ବାପାଙ୍କ ଶେଷ ଦର୍ଶନ କରିପାରିନଥିଲେ । ତେବେ ଆମେ କହୁଥିବା ଏହି ଦୁଃଖଦ କାହାଣୀଟି ହେଉଛି ଭାରାଟୀୟ ଟିମର କ୍ରିକେଟ ପ୍ଲେୟାର ମହମ୍ମଦ ସିରାଜ । ଜିଏକି ନିଜର ଦମଦାର ବୋଲିଂରେ ଚଳିତ ବର୍ଷ ଏସିଆ କପ ଫାଇନାଲ ମ୍ଯାଚରେ ଶ୍ରୀଲଙ୍କାକୁ ପଛରେ ପକାଇ ଭାରତୀୟ ଟିମ ପାଇଁ ବିଜୟ ଆଣି ଦେଇଛି । ହଁ ବନ୍ଧୁଗଣ ନିଜର ଜବରଦସ୍ତ ବୋଲିଂ ପାଇଁ ପ୍ରାୟ ସମୟରେ ଚର୍ଚାକୁ ଆସିଥିବା ପ୍ଲେୟାର ମହମ୍ମଦ ସିରାଜ ।

ଦିନ ଥିଲା ଯେଉଁ ସମୟରେ ସିରାଜଙ୍କ ପାଖରେ ଜୋତା କିଣିବାକୁ ମଧ୍ୟ ପାଖରେ ପଇସା ନଥିଲା । ହେଲେ ଶ୍ରୀଲଙ୍କା ବିପକ୍ଷରେ ମ୍ଯାଚ ଜିତି ମ୍ୟାନ ଅଫ ଦ ମ୍ଯାଚ ହେଲା ପରେ ନିଜର ସବୁ ଟଙ୍କାକୁ ଦାନ କରିଦେଇଥିଲେ । ତେବେ ନିଜ ପାଇଁ ମିଳିଥିବା ଲକ୍ଷ ଲକ୍ଷ ଟଙ୍କାକୁ ଗ୍ରାଉଣ୍ଡ୍ସ ମ୍ୟାନଙ୍କୁ ଦାନ କରି ନିଜର ମହାନତା ପରିଚୟ ଦେଇଛନ୍ତି ସିରାଜ । ୧୯୯୪ ମାର୍ଚ ୧୩ ତାରିଖରେ ହାଇଦ୍ରାବାଦର ଏକ ମୁସଲିମ ପରିବାରରେ ସିରାଜ ଜନ୍ମ ଗ୍ରହଣ କରିଥିଲେ ।

ସିରାଜଙ୍କ ବାପାଙ୍କ ନାମ ମହମ୍ମଦ ଘାଉସ ଓ ମା’ ଙ୍କ ନାମ ସବାନା ବେଗମ । ସିରାଜଙ୍କ ବାପା ବୃତ୍ତିରେ ଜଣେ ଅଟୋ ଚାଳକ ଅଟନ୍ତି । ପିଲା ଦିନରୁ ହିଁ ଅଭାବ ଅନାଟନ ମଧ୍ୟରେ ସିରାଜ ବଢି ଆସିଛନ୍ତି । ହେଲେ ନିଜର ସବୁ ଦୁଃଖ କଷ୍ଟକୁ ଛାତିରେ ଚାପି ଧରି କ୍ରିକେଟ ଖେଳିବା ପାଇଁ ସବୁବେଳେ ଆଗ୍ରହ ରଖିଥାନ୍ତି ସିରାଜ । ସବୁ ବାପା, ମା’ ଙ୍କ ଇଚ୍ଛା ଭଳି ସିରାଜଙ୍କ ବାପା’, ମା’ ଙ୍କର ଇଛା ଥିଲା ଯେ ତାଙ୍କର ୨ ପୁଅ ବି ପାଠ ପଢି ବଡ ମଣିଷ ହୁଅନ୍ତୁ ।

ହେଲେ ସିରାଜଙ୍କର ଛୋଟ ବେଳୁ ପାଠ ପଢା ଅପେକ୍ଷା କ୍ରିକେଟ ଖେଳିବାରେ ଅଧିକ ଆଗ୍ରହ ରହିଥିଲା । ଏହାପରେ ବହୁତ କଷ୍ଟରେ କ୍ରିକେଟ ଜଗତରେ ପାଦ ଥାପିଥିଲେ ସିରାଜ । ଏହାପରେ ଗୋଟିଏ ପରେ ଗୋଟିଏ ମ୍ଯାଚ ଖେଳି ନିଜର ସୁନାମ ଅର୍ଜନ କରିଥିଲେ ।

ହେଲେ ୨୦୧୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ଯାଚ ଚାଲିଥିବା ବେଳେ ତାଙ୍କର ବାପାଙ୍କର ଦେହାନ୍ତ ହୋଇଥିଲା । ହେଲେ ଖେଳ ପାଇଁ ସେ ନିଜର ବାପାଙ୍କର ଅନ୍ତିମ ଦର୍ଶନ ମଧ୍ୟ ସିରାଜ ମହମ୍ମଦ କରିପାରିନଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *