ଗାଁରେ ଟାଙ୍ଗିଆ ଧରି ବୁଲୁଛନ୍ତି ଯବାନ…ଦେଉଛନ୍ତି କିଛି ଏଭଳି ଧମକ…ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ଗାଁରେ ଟାଙ୍ଗିଆ ଧରି ବୁଲୁଛନ୍ତି ଯବାନ ।

ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ ଯବାନ ଜଣକ ରାସ୍ତାରେ ଟାଙ୍ଗିଆ ଧରି ରାସ୍ତାରେ ପଇଁତରା ମାରୁ ଛନ୍ତି । ସେ କୌଣସି ସୀମାନ୍ତ ଅଞ୍ଚଳରେ ପହରା ନ ଦେଇ ଛୁଟିରେ ନିଜ ଗାଁକୁ ଆସି ଗାଁ ଦାଣ୍ଡରେ ଏପରି ପଇଁତରା ମାରୁ ଛନ୍ତି । ଅତି ଅଭଦ୍ର ଭାଷାରେ ଗାଳିଗୁଳଜ କରିବା ସହ କାହାକୁ ମାରିଦେବା ପାଇଁ ଧମକ ଦେଉଛନ୍ତି । ବାରମ୍ବାର ଏପଟୁ ରୁ ସେପଟକୁ ବୁଲୁ ଛନ୍ତି ଆଉ ଚିତ୍କାର କରି କହୁଛନ୍ତି ମାରିଦେବି ହାଣି ଦେବି ।

ତେବେ ବନ୍ଧୁଗଣ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଘଡିଆଳ ଥାନା ଅନ୍ତର୍ଗତ ଗୁଡାବିଳି ଗାଁରେ । ଆଉ ଏ ଯବାନ ଜଣକ ହେଉଛନ୍ତି ଗୁଡାବିଳି ଗାଁର ତୃଣ ଶବରଙ୍କ ପୁଅ ଜସବନ୍ତ ଶବର । ଜସବନ୍ତ ଶବର ଆଇଆରବି ବାଟାଲିଆନରେ ଯବାନ ଭାବେ କାମ କରନ୍ତି । ନୂଆଖାଇ ପୂର୍ବରୁ ଛୁଟି ନେଇ ଗାଁକୁ ଆସିଥିଲେ ହେଲେ ଏହି ଯବାନ ଜଣକ ଗତ କିଛି ଦିନ ହେଲା ଗାଁରେ ଆତଙ୍କ ମଚାଉ ଛନ୍ତି ।

ସକାଳୁ ସକାଳୁ ଯବାନ ନିଜ ପୋଷାକ ପିନ୍ଧି ହାତରେ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ବୁଲୁ ଛନ୍ତି । କାନ୍ଧରେ ଟାଙ୍ଗିଆ ଧରି ଗାଁର ଏମୁଣ୍ଡରୁ ସେମୁଣ୍ଡକୁ ବୁଲୁ ଛନ୍ତି । ଗାଁ ମଝିରେ ରଣ ହୁଙ୍କାର ଦେଉଛନ୍ତି । ଚିତ୍କାର କରି ଅତି ଅଭଦ୍ର ଭାଷାରେ ଗାଳିଗୁଳଜ କରୁଛନ୍ତି । ମଝିରେ ମଝିରେ ସେ ଗାଁର ଅବସର ପ୍ରାପ୍ତ ଶିକ୍ଷକ ଦ୍ରୁପରାଜ ଶବରଙ୍କୁ ହାଣି ଦେବେ ବୋଲି ଧମକ ଦେଉଛନ୍ତି ।

ଯବାନଙ୍କର ଏଭଳି ଭୟଙ୍କର ରୂପ ଦେଖି ତାଙ୍କ ଘର ଲୋକେ କବାଟ ଦେଇ ଘରେ ଲୁଚି ରହି ଛନ୍ତି । ହାତରେ ଟାଙ୍ଗିଆ ଧରି ଜସବନ୍ତ ବୁଲୁ ଥିବାରୁ ଗାଁ ଲୋକ ମାନେ ମଧ୍ୟ ଭୟବିତ ଅବସ୍ଥାରେ ଅଛନ୍ତି । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *