ଗଣିତରେ ଦୁର୍ବଳ ଗଣଶିକ୍ଷା ମନ୍ତ୍ରୀ ? ଦେଖନ୍ତୁ ଏହି Special Report

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ । ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି ।

୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ତେବେ କିନ୍ତୁ ବର୍ତ୍ତମାନ କେଉଁଠି ସରକାରୀ ବିଦ୍ୟାଳୟକୁ ପାଳି କରି ଆସୁଛନ୍ତି ଶିକ୍ଷକ । କେବଳ ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି । ତେବେ ପଞ୍ଚମ ଶ୍ରେଣୀରେ ପାଠ ପଢୁ ଛାତ୍ରଛାତ୍ରୀ କହିପାରୁନାହଁନ୍ତି ନିଜ ଶିକ୍ଷକଙ୍କ ନାମ । ଏଥିରୁ ଅନୁମାନ ଦୁର୍ଗମ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ । ତେବେ ୩୦ ପିଲାଙ୍କୁ ଜଣେ ଶିକ୍ଷକ । ଯଦି ଗୋଟିଏ ସ୍କୁଲ ରେ ଅଷ୍ଟମ ଶ୍ରେଣୀ ଯାଏଁ କ୍ଳାସ ରହିଛି ।

ଆଉ ମୋଟ ଛାତ୍ରଛାତ୍ରୀ ୬୦ ଜଣ ଅଛନ୍ତି । ତେବେ ୮ ଟି ଶ୍ରେଣୀ କୁ ଦୁଇ ଜଣ ଶିକ୍ଷକ ପାଠ ପଢେଇବେ । ଜଣେ ଶିକ୍ଷକ ଙ୍କୁ ଚାରିଟି କ୍ଳାସ । ଦିନକ ୬ ଘଂଟା । ଅର୍ଥାତ ଗୋଟିଏ କ୍ଳାସ୍ କୁ ଦେଢ଼ ଘଂଟା ବି ପଡୁନି । ଆଉ ଏଥିରେ ଗୁଣାତ୍ମକ ଶିକ୍ଷା ଆଶା କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ରାଜ୍ୟ ର ୩୦୦୦ ରୁ ବି ଅଧିକ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । କାରଣ ୭ ବର୍ଷ ହେଲା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ନିଯୁକ୍ତି ହେଉ ନାହିଁ ।

ଯାହା ଫଳରେ ଅନେକ ସ୍କୁଲ୍ ରେ ଶିକ୍ଷକ ଙ୍କ ଚାକିରୀ ସରିବା ପରେ ମଧ୍ୟ ନୂଆ ଶିକ୍ଷକ ଆସୁ ନାହାନ୍ତି । ତେବେ ପୁଣି ଯେଉଁ ଶିକ୍ଷକ ଅଛନ୍ତି ସେ ଡାଲି ଚାଉଳ କିଣିବାରେ ବ୍ୟସ୍ତ । ତେବେ ଏଭଳି ଶିକ୍ଷା ବ୍ୟବସ୍ଥା ହେଲେ ପିଲା ମାନଙ୍କ ଭବିଷ୍ୟତ କିପରି ହେବ ଆପଣ ଭାବି ପାରୁଥିବେ । ତେବେ ପିଲାମାନେ ଏଵଂ ସେମାନଙ୍କ ଅଭିଭାବକ ମାନେ ମଧ୍ୟ ପିଲା ମାନଂକୁ ଠିକରେ ପାଠ ପଢା ଯାଉ ନାହିଁ ବୋଲି ଅଭିଯୋଗ ମଧ୍ୟ କରୁଛନ୍ତି । ତେବେ ଏପରି ଲାଗୁଛି କି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଛନ୍ଦି ହୋଇ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *