ଗଣେଶ ପୂଜାରେ ଘରକୁ ଫେରିବେ ମା ଓ ପୁଅ…

ବନ୍ଧୁଗଣ ନମସ୍କାର, ତେବେ ଝଡ଼ ପରେ ଶାନ୍ତି ହେବ । ସବୁ ରାଗରୁଷା ର ପୂର୍ଣ୍ଣଛେଦ ପଡ଼ିବ । ପୁଅକୁ ଧରି ଶ୍ୱଶୁର ଘରକୁ ଫେରିବେ ବୋହୁ ତୃପ୍ତି । ଅନେକ ଦିନର ବାଦ ବିବାଦ ପରେ ବାବୁସାନ ଙ୍କ ପାଖକୁ ଫେରିବେ ପୁଅ ଗ୍ୱାନ ଓ ସ୍ତ୍ରୀ ତୃପ୍ତି । ରାତି ପାହିଲେ ଗଣେଶ ପୂଜା । ନାତି ନାହିଁ ବୋଲି ପୁରା ଘର ଖାଁ ଖାଁ । ଯାହାକୁ ଭାବି ଭାବି ଚିନ୍ତା ରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ।

ଶାଶୁ ଓ ଶ୍ୱଶୁର ଙ୍କ ମାନସିକ କଥା ଜାଣିବା ପରେ ଶ୍ୱଶୁର ଙ୍କ ସ୍ୱାସ୍ଥ୍ୟ ପାଇଁ ପୁଅ କୁ ଧରି ଘରକୁ ଫେରି ଆସିବେ ବୋଲି ମନସ୍ଥ କରିଛନ୍ତି ତୃପ୍ତି । ମନରେ ଆଶା ଅଛି ନାତି କୁ ଦେଖିବା ପରେ ଶ୍ୱଶୁର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବ । ପୂର୍ବରୁ ନାତି ସହିତ ଅନେକ ଖେଳନ୍ତି ଜେଜେ ଉତ୍ତମ ମହାନ୍ତି । କିନ୍ତୁ ଘରୋଇ କଳି ହେବା ପରେ ନାତି ଏବଂ ବୋହୁ ତାଙ୍କ ଠାରୁ ଦୂରେଇ ଯାଇଥିଲେ ।

ବାବୁସାନ ତୃପ୍ତି ଏବଂ ପ୍ରକୃତି ବିବାଦ ପରେ ଶ୍ୱଶୁର ଘର ଛାଡ଼ି ବାପଘରେ ରହୁଥିଲେ ତୃପ୍ତି । ଏଥି ପାଇଁ ବାବୁସାନ ଙ୍କ ପୁଅ ମଧ୍ୟ ନିଜ ବାପା ଓ ଜେଜେଙ୍କ ଠାରୁ ଦୂରରେ ରହୁଥିଲେ । ଏହି ବୟସ ରେ ନାତି ପାଖକୁ ଯିବା ସମ୍ଭବ ହେଉ ନଥିବାରୁ ଘରେ ରହି ନାତି କୁ ଝୁରୁଥିଲେ ଜେଜେ ।

ନିଜ ବାପା ଙ୍କ ଏଭଳି ଅବସ୍ଥା ଦେଖି ତୃପ୍ତି ଙ୍କୁ ଅନେକ ବୁଝାସୁଝା କରିଛନ୍ତି ବାବୁସାନ ଏବଂ ନିଜର ଭୁଲ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । ଏପଟେ ଘରେ ରହି ଉତ୍ତମ ମହାନ୍ତି ତାଙ୍କ ବୋହୁ ଓ ନାତି କେବେ ଆସିବ ବୋଲି ପଚାରୁଛନ୍ତି ଏବଂ କହୁଛନ୍ତି ଯେ, ତାଙ୍କ ନାତି ଘରକୁ ଫେରି ଆସିଲେ ସେ ପୂର୍ବ ଭଳି ଫିଟ ହୋଇଯିବେ ।

ତାଙ୍କ ସହିତ ଦିନରାତି ଖେଳିବେ ଏବଂ ସବୁକିଛି ଠିକ ହୋଇଯିବ । ତେବେ ବାବୁସାନ ଙ୍କ ର ଅନୁରୋଧ ରକ୍ଷା କରି ଶୀଘ୍ର ଘରକୁ ଫେରିବେ ତୃପ୍ତି । ତୃପ୍ତି ଏବଂ ପୁଅ ଗ୍ୱାନ ସହିତ ଏହି ବର୍ଷ ର ଗଣେଶ ପୂଜା ବେଶ ଧୁମଧାମରେ ପାଳନ କରିବେ ବାବୁସାନ ଏବଂ ସମ୍ପୂର୍ଣ୍ଣ ପରିବାର । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *