ଗାଁରେ ପିମ୍ପୁଡ଼ି ଆତଙ୍କ, ଲୋକଙ୍କୁ କରୁଛନ୍ତି ଏମିତି ହିନସ୍ତା…ଭୟରେ ଗାଁ ଛାଡିଲେ ଗ୍ରାମବାସୀ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ଆପଣ ମାନଂକୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଆଗରୁ କେବେ ଶୁଣି ନଥିବେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟିଏ ଗାଁରେ ଏପରି ଏକ ଭୟ ଦେଖା ଯାଇଛି ଯାହାଦ୍ଵାରା ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି ।
ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।

ବନ୍ୟା ଛାଡି ଯିବା ପରେ ଗାଆଁରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ଵାରା ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇ ଯାଇଛନ୍ତି । ଆଉ ତାପରେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ତେବେ ଏପରି ଘଟଣା ପ୍ରାୟତଃ ପ୍ରଥମ ଥର ଘଟିଛି । ତେବେ ସୂଚନାଯୋଗ୍ୟ ଯେ ପିପିଲି ବ୍ଲକ୍‌ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣସାହିରେ ଗତ ଦୁଇମାସ ହେବ ବିଷାକ୍ତ ପିମ୍ପୁଡ଼ି ଆତଙ୍କ ଦେଖାଦେଇଛି ।

ସ୍ଥାନୀୟ କେନାଲ ବନ୍ଧ ନିକଟରୁ ଗାଁ’ ଆଡ଼କୁ ମାଡ଼ି ଆସୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ବିଷାକ୍ତ ପିମ୍ପୁଡ଼ି । ଗାଁ’ ସାରା ନାଲି ରଙ୍ଗର ପିମ୍ପୁଡ଼ି ଛାଇଯିବା ସହ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ଏହି ପିମ୍ପୁଡ଼ି ଆକ୍ରମଣରେ ଅତିଷ୍ଠ ହୋଇ କୁମୁଦ ଦାଶଙ୍କ ପରିବାର ଗାଁ ଛାଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଏହି ପିମ୍ପୁଡ଼ିମାନଙ୍କର ଉତ୍ପାତ ଯୋଗୁ ସେମାନେ ବି ଗାଁ ଛାଡ଼ିବେ ବୋଲି କେତେକ ଗ୍ରାମବାସୀ କହିଛନ୍ତି ।

ଏ ସମ୍ପର୍କରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ସରପଞ୍ଚ ପିପିଲି ବିଡିଓଙ୍କୁ ଜଣାଇ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି । ତେବେ ଲକ୍ଷ ଲକ୍ଷ ସଂଖ୍ୟାରେ ପିମ୍ପୁଡ଼ି ଗାଁ ଆଡ଼କୁ ମାଡ଼ି ଆସିବା ସହ ଲୋକଙ୍କ ଶରୀରରେ ଚଢ଼ିଯାଉଛନ୍ତି । ଫଳରେ ଲୋକଙ୍କ ଶରୀର କୁଣ୍ତାଇ ହେବା ସହ ଘା’ ହୋଇଯାଉଛି । ଏହି ପିମ୍ପୁଡ଼ି ସଂସ୍ପର୍ଶରେ ଆସିଥିବା ଗ୍ରାମର କେତେକ ଲୋକଙ୍କ ଗୋଡ଼ରେ ଘା’ ହୋଇଯାଇଥିବା ଦେଖିବାକୁ ମିଳିଛି ।


ଏପରିକି ଗ୍ରାମର କେତେକ ଘରର କାନ୍ଥରେ ଏହି ପିମ୍ପୁଡ଼ି ବସା କରିସାରିଲେଣି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପିମ୍ପୁଡ଼ି ଝଟିପିଟି, ବିଛା, ସାପ, ବେଙ୍ଗ ଆଦି ଜନ୍ତୁଙ୍କୁ ସଂଘବଦ୍ଧ ଆକ୍ରମଣ କରୁଛନ୍ତି । ବିଲେଇ, କୁକୁର ମଧ୍ୟ ଏମାନଙ୍କର ଆକ୍ରମଣରୁ ବର୍ତ୍ତି ପାରୁନାହାନ୍ତି । ତେଣୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ତେବେ ଗାଁ ଲୋକଙ୍କ କହିବା ଅନୁସାରେ, ୮ରୁ ୯ ମାସ ହେଲା ଗାଁରେ ପିମ୍ପୁଡି ଦେଖାଦେଇଥିଲା ।

ହେଲେ ଦୁଇ ମାସ ହେବ ଅଧିକ ପିମ୍ପୁଡି ହେଉଛନ୍ତି । ଘରେ ବାହାରେ ସବୁଆଡେ ମାଳ ମାଳ ହୋଇ ବୁଲୁଥିବା ଏହି ପିମ୍ପୁଡ଼ି ମାନଙ୍କ ସଂଖ୍ୟା ବନ୍ୟା ପରେ ଅହେତୁକ ବଢ଼ିଯାଇଛି । ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ପିମ୍ପୁଡ଼ି ଗୁଡିକ ହାତଗୋଡ ଓ ଦେହରେ ଚଢିବା ପରେ କୁଣ୍ଡାଇ ହୋଇ ଘା’ ହୋଇଯାଉଛି । ”

ଯାହାଫଳରେ ଛୋଟ ପିଲାଙ୍କୁ ନେଇ ଭୟ ଆତଙ୍କରେ ଦିନ କାଟୁଛନ୍ତି ଗ୍ରାମବାସୀ । ତେଣୁ ଏହାର କିଛି ପ୍ରତିକାର କରିବା ପାଇଁ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *