ଏତେବର୍ଷ ଦଳ ପାଇଁ କାମ କଲାପରେ ସମସ୍ତଙ୍କ ମନରେ ଇଛା ଯାଗେ, ସବୁବେଳେ ଖୋଜା ପଡୁଥାଉ ହେଲେ… Arindam Roy

ଦଳ ବଦଳାଇଲେ ଅରିନ୍ଦମ ରଏ ! ସୂଚନା ମୁତାବିକ ବିଜେଡି ଦଳ ଛାଡି ବିଜେପିଋ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ ରଏ । ତେବେ ଦଳ ପରିବର୍ତ୍ତନ କରିବାର ପ୍ରମୁଖ କାରଣ ସବୁ କଣ ରହିଛି ? ଏ ନେଇ ଅଭିନେତା ଅରିନ୍ଦମ ରଏ ନିଜର ପ୍ରତିକ୍ରିୟା ଗଣ ମାଧ୍ୟମ ସାମ୍ନାରେ ଖୋଲି କହିଛନ୍ତି । ତେବେ ତାଙ୍କ କହିବା ଆଧାରରେ ଏତେ ବର୍ଷ ଦଳ ପାଇଁ କାମ କରିଲା ପରେ ସମସ୍ତଙ୍କ ମନରେ ଇଚ୍ଛା ଜାଗେ । ଯେ ସବୁବେଳେ ଆମକୁ ଖୋଜା ପଡୁଥାଉ ।

ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ କାମରେ ଆସିବାକୁ ସୁଯୋଗ ମିଳୁଥାଉ । ଯେତେବେଳେ ସେଇଟା ହେବା ବନ୍ଦ ହୋଇଯିବ । ସେତେବେଳେ ସେ ଦଳରେ ଆଉ ମୋର କିଛି କାମ ନାହିଁ । ତେଣୁ ମୁଁ ଦଳ ପରିବର୍ତ୍ତନ କରିଦେଲି । ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଲି । ତେବେ ବିଜେପିରେ ସାମିଲ ହେବାର ସବୁଠାରୁ ବଡ କାରଣ ହେଉଛି । ସାରା ଭାରତବର୍ଷର ଲୋକ ଯେମିତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ପ୍ରଭାବିତ ହୋଇଛନ୍ତି ।

ସେହିପରି ମୁଁ ମଧ୍ୟ ତାଙ୍କ ଆଦର୍ଶରେ ପ୍ରଭାବିତ ହୋଇ ବିଜେପି ଦଳରେ ସାମିଲ ହୋଇ ପଦ୍ମ ଧରିଛି । ବିଜେଡିରେ ବର୍ତ୍ତମାନ ସମୟରେ ଯାହା ବି କିଛି ଚାଲିଛି । ତାହା ଦେଖି କେଉଁଠି ନା କେଉଁଠି ସେ ଦଳ ଛାଡିବାକୁ ମୁଁ ବାଧ୍ୟ ହେଲି । ତେଣୁ ବିଜେଡି ଦଳ ଛାଡି ବିଜେପିରେ ମିଶିଲି । କାରଣ ମୁଁ ଯେତେବେଳେ ପ୍ରଥମେ ବିଜେଡିରେ ମିଶିଥିଲି । ସେତେବେଳେ ଦଳ ଅଲଗା ପ୍ରକାର ଥିଲା । ହେଲେ ଏବେ ସେହି ଦଳରେ ପରିବର୍ତ୍ତନ ହୋଇଯାଇଛି ।

ତେଣୁ ମୋତେ ଏପରି ଲାଗିଲା କି ! ସେହି ଦଳରେ ମୋର କିଛି ଆଉ ଦରକାର ନାହିଁ । କାରଣ ମୁଁ ଦଳ ପାଇଁ ଯେତିକି ମଧ୍ୟ କାମ କରିଛି । ମୋତେ ସେତିକି ମିଳିବା ଦରକାର ଥିଲା । କାହା ଦୟା କି ସାହାଜ୍ଯରେ ମୁଁ କିଛି ପାଇବାକୁ ଆଶା କରୁନଥିଲି । ହେଲେ ମୋତେ ସେମିତି କିଛି ସେ ଦଳରୁ ମିଳିପାରିଲା ନାହିଁ । ଯାହାକି ମୋର ବିଜେଡି ଦଳ ଛାଡିବାର ସବୁ କାରଣ ଅଟେ । ଗୁରୁତ୍ଵ ପୂର୍ଣ୍ଣ ଖବରର ଅପଡେଟ ପାଇଁ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *