ବନ୍ଧୁଗଣ ଜଣେ ନାରୀର ହୃଦୟ କେତେ ବଡ ହୋଇପାରେ ଆପଣ ମାନେ ଏହି ଭିଡିଓ ଦେଖିଲେ ଜାଣିପାରିବେ । ଭାଇରାଲ ହେଉଥିବା ଭିଡିଓରେ ଯେଉଁ ଦୃଶ୍ୟ ଆପଣ ଦେଖୁଛନ୍ତି ସେଥିରେ ଆପଣ ନିଜକୁ ରଖି ଦେଖନ୍ତୁ ଆପଣଙ୍କ ହୃଦୟ ଦୋହଲି ଯିବ । ହେଲେ ଏଠି ପ୍ରେମିକା ଯେଉଁ ନିଷ୍ପତ୍ତି ନେଲେ ତାଙ୍କ ପାଇଁ ଆପଣଙ୍କ ଛାତି ଗର୍ବରେ ଫୁଲିଯିବ । ବନ୍ଧୁଗଣ ପ୍ରେମ ତ ସମସ୍ତେ କରନ୍ତି କିଛି ସଫଳ ହୁଅନ୍ତି ।
ପ୍ରତ୍ୟକ ପ୍ରେମିକ ଓ ପ୍ରେମିକାଙ୍କ ମନରେ ଗୋଟିଏ ପ୍ରଶ୍ନ ସମାନ ଆସେ ଯଦି ବିବାହ ପୂର୍ବରୁ କାହାର କିଛି ହୋଇଯାଏ ପ୍ରେମ ତ୍ରିଷ୍ଟିବ ତ । ହେଲେ ବନ୍ଧୁଗଣ ଏହି ପ୍ରେମ କାହାଣୀରେ ପ୍ରଶ୍ନ ପୂର୍ବରୁ ଉତ୍ତର ମିଳି ଯାଇଛି । ଦିବ୍ୟାଙ୍ଗ ପ୍ରେମିକଙ୍କ ପାଇଁ ସାରା ଜୀବନ ନିଜ ଘରୁ ଗୋଡ କାଢି ଆସିଛନ୍ତି ପ୍ରେମିକା । 7 ବର୍ଷର ପ୍ରେମକୁ ଏକା ଛାଡି ନାହାନ୍ତି । ଏକ ଦୁର୍ଘଟଣାରେ ପ୍ରେମିକର ଦୁଇଟି ଗୋଡ କଟି ଯିବା ପରେ ବି ଟିକେ ବଦଳିଲା ନାହିଁ ପ୍ରେମିକାଙ୍କ ଭଲ ପାଇବା ।
ସେହି ଦିବ୍ୟାଙ୍ଗ ପ୍ରେମିକଙ୍କ ସହ ସାରା ଜୀବନ ରହିବା ପାଇଁ ଚାଲି ଆସିଲେ ପ୍ରେମିକା । ଜଗତସିଙ୍ଘପୁର ଅଞ୍ଚଳରେ ସ୍ଵପ୍ନାରାଣୀ ବାରିକ ଓ ତାଳଚେର ବଜ୍ରକୋଟ ଅଞ୍ଚଳର ଜିତେନ୍ଦ୍ର ବାରିକଙ୍କ ଭଲ ପାଇବାର କାହାଣୀ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜିତେନ୍ଦ୍ର ଦୀର୍ଘ 7 ବର୍ଷ ପୂର୍ବେ ଜଗତସିଙ୍ଘପୁରର ଏକ ସେଲୁନରେ ରହି କାମ କରୁଥିଲେ । ସେହି ଠାରେ ସେ ପ୍ରଥମ ଥର ସ୍ଵପ୍ନାରଣୀଙ୍କୁ ଦେଖିଥିଲେ ଆଉ ପ୍ରଥମ ଦେଖାରୁ ହିଁ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।
ଉଭୟ ଜିତେନ୍ଦ୍ର ଓ ସ୍ଵପ୍ନାରାଣୀ ପରସ୍ପରକୁ ବହୁତ ଭଲ ପାଉଥିଲେ । ସେଠାରେ କିଛି ବର୍ଷ କାମ କରିବା ପରେ ନିଜ ଗାଁକୁ ଫେରି ଆସିଥିଲେ ଜିତେନ୍ଦ୍ର । ଏହା ପରେ ଘର ଠାରୁ କିଛି ବାଟ ଦୂର ଡେରିଙ୍ଗ ଜିନ୍ଦାଲରେ ଶ୍ରମିକ ଭାବେ କାମ କରୁଥିଲେ । ହେଲେ ହଠାତ ଦିନେ କାମ କରି ସେ ଘରକୁ ଫେରିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଲା । ଏକ ଟ୍ରକ ତଳେ ପଡି ଯାଇଥିଲେ ଜିତେନ୍ଦ୍ର ଆଉ ଟ୍ରକଟି ତାଙ୍କ ଦୁଇ ଗୋଡ ଉପରେ ଚଢାଇ ଚାଲି ଯାଇଥିଲା ।
ଭାଗ୍ୟ ବଶତଃ ଜିତେନ୍ଦ୍ର ତ ବଞ୍ଚି ଗଲେ ହେଲେ ସବୁଦିନ ପାଇଁ ହରାଇ ଦେଲେ ନିଜ ଦୁଇଟି ଗୋଡ । ବନ୍ଧୁଗଣ ସ୍ଵପ୍ନାରଣୀ ତାଙ୍କ ସାଥ ଛାଡି ନଥିଲେ ସେ ତାଙ୍କ ସହ ପ୍ରତ୍ୟକ ମୂହୁର୍ତ୍ତରେ ଛିଡା ହୋଇଥିଲେ । ଆଉ ଆଜି ଉଭୟ ଜିତେନ୍ଦ୍ର ଓ ସ୍ଵପ୍ନାରଣୀ ନିଜ ପ୍ରେମକୁ ପ୍ରମାଣିତ କରିଛନ୍ତି ଆଉ ଉଭୟ ଏକାଠି ରଖୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।