ଏକ ନିଆରା ବିବାହ ! ବାହା ବେଦୀରୁ ବର କରୁଛି ଫାୟାରିଂ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସବୁଆଡେ ବିବାହ ଉତ୍ସବ ପାଳନ ହେଉଛି । ଯେଉଁଠି ଦେଖିବେ ସେଠାରେ ବାହାଘର ହେଉଛି । ସେ ସାଧାରଣ ଜନତା ହେଉନ୍ତୁ କିମ୍ବା ବଡ଼ ବଡ଼ ସେଲିବ୍ରେଟି ମାନେ ଚାରିଆଡେ ଖୁସି ର ଲହରୀ ଲାଗି ରହିଛି । ତେବେ ବର୍ତ୍ତମାନ ଏକ ଏଭଳି ବାହାଘର କଥା କହିବା ଯେଉଁଥିରେ ବିବାହ ର ଖୁସି ଦୁଃଖ ରେ ପରିଣତ ହୋଇଗଲା ।
ତେବେ କଥା ହେଉଛି କିଛି ଏଭଳି କି ତେବେ ବିବାହ ଖୁସିରେ ହରାଇବସିଲେ ହୋସ୍‌ ।

ସବୁ କିଛି ଭୁଲିଗଲେ ବରକନିଆଁ । ବେଦି ଉପରେ ଦୁହେଁ ମିଶି ଫୁଟାଇଲେ ଗୁଳି । ତେବେ ତାଙ୍କର ଏହି ଖୁସି ଏବେ ତାଙ୍କ ଉପରେ ହିଁ ଭାରି ପଡିଛି । ସର୍ବସାଧାରଣରେ ଗୁଳି ଫୁଟାଇବା ଅଭିଯୋଗରେ ପୁଲିସ ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରୁ । ତେବେ ଗାଜିବାଦର ଘଣ୍ଟାଘରର ଜଣେ ନବ ଦମ୍ପତ୍ତି ବିବାହ ବେଦି ଉପରେ ହିଁ ଗୁଳି ଫୁଟାଇଛନ୍ତି ।

ବର ପ୍ରଥମେ ବନ୍ଧୁକ ଧରି କନିଆଁକୁ ନିଜ ଆଡକୁ ଟାଣି ଆଣିଥିଲା । ଏହାପରେ ଉଭୟ ମିଶି ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ । ଏସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଗତ ରବିବାର ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ସୌଭାଗ୍ୟବଶତଃ ଏହି ଗୁଳି ବିନିମୟରେ କେହି ଆହତ ହୋଇ ନାହାନ୍ତି ।  କିନ୍ତୁ ଉକ୍ତ ଭିଡିଓଟି ବର୍ତ୍ତମାନ ପୁଲିସର ଦୃଷ୍ଟି ଆକର୍ଷଣ କରିଛି ।

ଉକ୍ତ ଦମ୍ପତ୍ତିଙ୍କ ବିରୋଧରେ ପୁଲସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଦମ୍ପତିଙ୍କ ପରିଚୟ ଜଣାପଡିନାହିଁ । ପୁଲିସର ସୂଚନାନୁସାରେ, କେହି ଆହତ ହୁଅନ୍ତୁ ଅବା ନହୁଅନ୍ତୁ, ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥାଇ ମଧ୍ୟ ସର୍ବସାଧାରଣ, ସଭା, ଧାର୍ମିକ ସ୍ଥାନ, ବିବାହରେ ଗୁଉଳି ଚଳାଇବା ଅପରାଆଧ । ତେବେ ଏହି ଘଟଣା ପ୍ରଥମ ନୁହେଁ । ଏହାର କିଛି ଦିନ ପୂର୍ବରୁ ଗାଜିଆବାଦରେ ବିବାହ ସମାରୋହରେ ବରକନିଆଁଙ୍କ ପକ୍ଷରୁ ଗୁଉଳି ଚଳାଇଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା ।


ହର୍ଷ ଫାୟା-ରିଂ ଉପରେ ରୋକ ଲଗାଇବା ଏବଂ ପୁଲିସର ନିରନ୍ତର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଲୋକମାନେ ସୁଧୁରୁ ନାହାନ୍ତି । ସୋସିଆଲ ମିଡିଆରେ ଲଗାତର ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ମୁତାବକ, ଗତ କିଛି ଦିନ ତଳେ ମିର୍ଜାପୁରରେ ହର୍ଷ ଫାୟାରିଂ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମିର୍ଜାପୁରର ଜଣେ ବିଜେପି ବିଧାୟକଙ୍କ ବିବାହ ହଲରେ ଗୁଉଳି ବିନିମୟରେ ଜଣେ ଯୁବକ ପ୍ରାଣ ହରାଇଥିବା ମାମଲା ସାମ୍ନାକୁ ଆସିଥିଲା ।

ଏହା ଘଟଣା ପରେ ବି ବରଯାତ୍ରୀରେ ଗୁଉଳି ଫୁଟାଆଇବା ପ୍ରଥା ବନ୍ଦ ହେବାର ନାଁ ନେଉନାହିଁ । ଉତ୍ସବରେ ହେଉଥିବା ହର୍ଷ ଫାୟା-ରିଂରେ ଲୋକମାନେ ପ୍ରାଣ ହରାଉଛନ୍ତି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *