‘IIC କ’ଣ ମୋ ହଜବେଣ୍ଡ କି ?…’ ଗେଷ୍ଟହାଉସ ବିଲ୍ ଦେବା ପାଇଁ କହିବାରୁ Tapaswini କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ପ୍ରତିଦିନ ତପସ୍ଵିନୀ ଓ ସୁମିତଙ୍କ ମାମଲାକୁ ନେଇ କିଛି ଚାଞ୍ଚଲ୍ୟକାର ଖବର ଆସୁଛି । କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ୭ ଦିନ ପର୍ଯ୍ୟନ୍ତ ରହି ବୁଝାବଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିଛି ଦିନ ତପସ୍ଵିନୀଙ୍କ ସହ ସୁମିତ ରହିବା ପରେ ଗତ କିଛି ଦିନ ତଳେ ସୁମିତ କାହାକୁ କିଛି ନଜଣାଇ ଚମ୍ପଟ ମାରିଥିଲେ । ତେବେ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀ କୋର୍ଟର ଦ୍ଵାରସ୍ତ ହୋଇ ପିଟିସନ ଦାଖଲ କରିଛନ୍ତି ।

ଅନ୍ୟ ପକ୍ଷରେ ସୁମିତଙ୍କର କୌଣସି ଖୋଜ ଖବର ମିଳୁ ନାହିଁ । ଏହି ସମୟରେ ଉଭୟ ସୁମିତ ଓ ତପସ୍ଵିନୀ ଯେଉଁ ଗେଷ୍ଟ ହାଉସରେ ରହିଥିଲେ ସେହି ଗେଷ୍ଟ ହାଉସର ବିଲ ଦେବା ପାଇଁ କହୁଛନ୍ତି ଆସିକା ଆଇଆଇସି । ବନ୍ଧୁଗଣ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣାର ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗେଷ୍ଟ ହାଉସର କର୍ମଚାରୀ ମାନେ ତପସ୍ଵିନୀଙ୍କୁ ଭେଟି ଛନ୍ତି ଓ ଯେବେଠୁ ଉଭୟ ତପସ୍ଵିନୀ ଏବଂ ସୁମିତ ଗେଷ୍ଟ ହାଉସରେ ରହିଛନ୍ତି ତାର ବିଲ ଆଇଆଇସି ଦେବେ ବୋଲି ସେମାନେ କହୁଛନ୍ତି । କର୍ମଚାରୀଙ୍କ କଥା ଶୁଣିବା ପରେ ତପସ୍ଵିନୀ କହୁଛନ୍ତି’ପେମେଣ୍ଟ ମୁ କରିବି । ଆଇଆଇସି ପେମେଣ୍ଟ କରିବା ଦରକାର ନାହିଁ ପେମେଣ୍ଟ ମୁ କରିବି । ପୋଲିସ ଆମକୁ ବହୁତ ହଇରାଣ କରିଛନ୍ତି’ ।

ସେହି ସମୟରେ ହୋଟେଲ କର୍ମଚାରୀ କହୁଛନ୍ତି ଯେହେତୁ ସାର ଏହି ଗେଷ୍ଟ ହାଉସ ବୁକିଙ୍ଗ କରିଥିଲେ ତେଣୁ ସେ ହିଁ ପେମେଣ୍ଟ କରିବେ । ଏହି କଥା ଶୁଣିବା ପରେ ତପସ୍ଵିନୀ କହୁଛନ୍ତି’ସାର କାହିଁକି ପେମେଣ୍ଟ କରିବେ ସାର କଣ ମୋର ହସବେଣ୍ଡ କି । ସାର ଯଦି ମୋର ହସବେଣ୍ଡ ନୁହନ୍ତି ତା ହେଲେ ସେ ପେମେଣ୍ଟ କରିବା ପାଇଁ ଏତେ ଇଛୁକ କାହିଁକି । କୋର୍ଟ ଯିବାପାଇଁ ଗାଡି ଗୋଟେ ଦେଲେନି ଏବେ ସେ ବିଲ ପେମେଣ୍ଟ କରିବା ପାଇଁ କାହିଁକି ଏତେ ଇଛୁକ’ ।

ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ପୋଲିସର ବଡ ଅବହେଳା ବିଷୟରେ କହିଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *