ବିନା ଚାଳକରେ ରାଜ୍ୟ ବାହାରକୁ ଗଡ଼ିଥିଲା ଟ୍ରେନ୍, ଶେଷରେ ପଞ୍ଜାବରେ ମୁଣ୍ଡ ଖଟାଇ କରିଲେ ଏମିତି…

ଜଣା ପଡିଲା କେମିତି ଅଟକିଲା ବିନା ଚାଳକ ଟ୍ରେନ ! ବିନା ଚାଳକରେ ଦ୍ରୁତ ଗତିରେ ଟ୍ରେନଟି ଗଡି ଚାଲିଥିଲା। ଏପରିକି ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଟ୍ରେନଟି ବିନା ଚାଳକରେ ଗଡିକି ଚାଲି ଯାଇଥିଲା । ହଁ ଆଜ୍ଞା ଖବର ମୁତାବିକ ଜାମ୍ମୁରୁ ପଞ୍ଜାବକୁ ଟ୍ରେନଟି ଗଡି ଚାଲି ଯାଇଥିଲା । ଯେତେ ଚେଷ୍ଟା କରିଥିଲେ ମଧ୍ୟ ଟ୍ରେନଟିକୁ କେହି ମଧ୍ୟ ରୋକୀ ପାରି ନଥିଲେ । ତାପରେ ଏପରି ଏକ ମାଷ୍ଟରପ୍ଳାନ କରାଯାଇଥିଲା । ତାପରେ ଯାଇ ଟ୍ରେନଟି ଅଟକା ଯାଇପାରିଥିଲା ।

ତେବେ ଜାମ୍ମୁରୁ କାଠୁଆ ଷ୍ଟେସନରେ ଏହି ଟ୍ରେନଟି ଛିଡା ହୋଇଥିଲା । ସେତିକି ବେଳେ ଟ୍ରେନର ଇଞ୍ଜିନଟି ଚାଲୁ ଅବସ୍ଥାରେ ଥିଲା । ତାପରେ ଟ୍ରେନ ଚାଳକ ଟ୍ରେନରୁ ଓହ୍ଲାଇ ଯାଇ ଚା’ ପିଉଥିଲେ । ତାପରେ ସେତିକି ବେଳେ ଆପେ ଆପେ ଟ୍ରେନଟି ଗଡିବାରେ ଲାଗିଥିଲା । ଟ୍ରେନଟିର ବେଗ ଘଣ୍ଟାକୁ70 ରୁ 80 କିଲୋମିଟର ଗଡି ଗତି କରିବାକୁ ଲାଗିଥିଲା । ଗୋଟେ ପରେ ଗୋଟେ ଷ୍ଟେସନ ପାର ହୋଇ ଚାଲିଥିଲା ଏହି ଟ୍ରେନ ।

ଯେଉଁ ଷ୍ଟେସନ ଦେଇ ଟ୍ରେନଟି ଗତି କରୁଥିଲା । ସେହି ଷ୍ଟେସନର ଷ୍ଟେସନ ମାଷ୍ଟର ଟ୍ରେନଟିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ । ହେଲେ କୌଣସି ଷ୍ଟେସନ ମାଷ୍ଟରର ମଧ୍ୟ ପ୍ଳାନ କମ କରୁନଥିଲା । ତାପରେ ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେବା ପରେ ଯେତିକି ମଧ୍ୟ କ୍ରସିଂ ଗେଟ୍ ଥିଲା ତାହାକୁ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଥିଲା । ଏପରି ଭାବେ ଟ୍ରେନଟି ଗଡି ଗଡି ଯାଇ ପହଞ୍ଚି ଯାଇଥିଲା ପଞ୍ଜାବର ଉଚି ବସ୍ତିରେ । ଯେହେତୁ ସେହି ସ୍ଥାନଟି ଏକ ଉଚ୍ଚ ସ୍ଥାନ ଥିଲା ।

ସେଥିପାଇଁ ଟ୍ରେନଟିର ବେଗ କମିଯାଇଥିଲା । ତାପରେ ଜଣେ ଯାତ୍ରୀ ଟ୍ରେନ ଚାଳକ ଆଇଡିଆ ଖର୍ଚ କରି ଦୌଡି ଦୌଡି ଯାଇ ଟ୍ରେନର ଇଞ୍ଜିନ ପାଖରେ ଚଢି ଗଲେ । ତାପରେ ଦୌଡିକି ଯାଇ ଇଞ୍ଜିନଟିକୁ ବନ୍ଦ କରିବା ସହ ହ୍ୟାଣ୍ଡ ବ୍ରେକକୁ ଟାଣି ଦେଇଥିଲେ । ତାପରେ ଟ୍ରେନଟି ସେହି ଠାରେ ହିଁ ଅଟକି ଯାଇଥିଲା । ତେବେ ସେହି ମାଲ ବୋଝେଇ ଟ୍ରେନ ଚାଳକ ଓ ଏଥିସହ 6 ଜଣ କର୍ମଚାରୀକୁ ଚାକିରୀରୁ ନିଲମ୍ବିତ ହେବାର ଖବର ଆସୁଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *